ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ୱେ

ବିକଶିତ ଭାରତର ଆଉ ଏକ ବୃହତ୍ ଚିତ୍ର
ଜୟପୁର (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରବିବାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ୱେର ଦିଲ୍ଲୀ-ଦଉସା-ଲାଲସୋଟ ଭାଗ (୨୪୬ କିମି ଲମ୍ବ ରାସ୍ତା)କୁ ଉଦ୍ଘାଟନ କରିଛନ୍ତି । ଏହି ଭାଗର ଏକ୍ସପ୍ରେସୱେକୁ ନିର୍ମାଣ କରିବା ପାଇଁ ପ୍ରାୟ ୧୨,୧୫ଠ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏତଦ୍ବ୍ୟତୀତ ରାଜସ୍ଥାନର ଦଉସା ଠାରେ ୧୮,ଠଠଠ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ତେବେ ଦଉସାରେ ଏକ୍ସପ୍ରେସ ୱେର ପ୍ରଥମ ଭାଗ ଉଦ୍ଘାଟନ କରିବା ସହ ମୋଦି ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ।
ମୋଦି କହିଛନ୍ତି, ଗତ ୯ ବର୍ଷ ଧରି କେନ୍ଦ୍ର ସରକାର ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜି ବିନିଯୋଗ କରୁଛନ୍ତି । ରାଜସ୍ଥାନ ଏହି ବିନିଯୋଗରୁ ବହୁତ ଲାଭବାନ୍ ହେବାକୁ ଯାଉଛି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ପ୍ରଥମ ଭାଗକୁ ଦେଶ ଉଦେ୍ଦଶ୍ୟରେ ଉତ୍ସର୍ଗ କରିବା ସହ ମୋଦି ଏହାକୁ ଦେଶର ସବୁଠାରୁ ବଡ଼ ଏବଂ ଆଧୁନିକ ଏକ୍ସପ୍ରେସୱେ ମଧ୍ୟରୁ ଅନ୍ୟତମ ଭାବେ ବର୍ଣ୍ଣନା କରିଛନ୍ତି । ମୋଦିଙ୍କ କହିବାନୁସାରେ ବିକଶିତ ଭାରତର ଏହା ଆଉ ଏକ ବଡ଼ ଚିତ୍ର । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ୱେ ଏବଂ ପାଶ୍ଚାତ୍ୟ ଉତ୍ସର୍ଗୀକୃତ ମାଲ ପରିବହନ କରିଡର, ରାଜସ୍ଥାନ ଏବଂ ଦେଶ ପାଇଁ ପ୍ରଗତିର ଦୁଇଟି ଦୃଢ଼ ସ୍ତମ୍ବ ହେବାକୁ ଯାଉଛି । ମୋଦି କହିଛନ୍ତି, କେନ୍ଦ୍ର ସରକାର ଆଗାମୀ ଅର୍ଥବର୍ଷ ପାଇଁ ଉପସ୍ଥାପନ କରିଥିବା ବଜେଟ୍ରେ କେବଳ ଭିତ୍ତିିଭୂମି ପାଇଁ ୧ଠ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
ପ୍ରକାଶ, ଦିଲ୍ଲୀ-ଦଉସା-ଲାଲସୋଟ ଭାଗର ଉଦଘାଟନ୍ ସହ ଦିଲ୍ଲୀରୁ ଜୟପୁର ଯାତ୍ରା ସମୟ ୫ଘଣ୍ଟାରୁ ସାଢେ ୩ଘଣ୍ଟାକୁ ହ୍ରାସ ପାଇବ । ସରକାରଙ୍କ ଅନୁସାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଭାରତର ଦୀର୍ଘତମ ଏକ୍ସପ୍ରେସୱେ ହେବ, ଯାହାର ମୋଟ୍ ଲମ୍ବ ୧,୨୮୬ କିଲୋମିଟର । ଏହି ଏକ୍ସପ୍ରେସୱେ ଦେଶର ୬ଟି ରାଜ୍ୟ ଦିଲ୍ଲୀ, ହରିଆଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ମହାରାଷ୍ଟ୍ରକୁ ସଂଯୋଗ କରିବ । ଏହା ଦ୍ୱାରା ଜୟପୁର, କିଶାନଗଡ, ଅଜମେର, କୋଟା, ଚିତୋରଗଡ଼, ଉଦୟପୁର, ଭୋପାଳ, ଇନେ୍ଦାର, ଅହମଦାବାଦ, ଭଦୋଦରା ଏବଂ ସୁରଟ ସହ ସଂଯୋଗୀ କରଣ ଉନ୍ନତ ହୋଇପାରିବ । ଏତଦ୍ବ୍ୟତୀତ ଏହି ୮ ଲେନ୍ ବିଶିଷ୍ଟ ଏକ୍ସପ୍ରେସୱେ ପାଇଁ ୮ଠ ଲକ୍ଷ ଟନ୍ ସିମେଣ୍ଟ ଏବଂ ୧୨ ଲକ୍ଷ ଟନରୁ ଅଧିକ ଇସ୍ପାତ ବ୍ୟବହାର ହୋଇଛି । ସବୁଠୁ ବଡ଼ କଥା, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ରେ ଘଣ୍ଟା ପ୍ରତି ସର୍ବାଧିକ ୧୨ଠ କିଲୋମିଟର ବେଗରେ ଯାନବାହାନ ଚଳାଚଳ କରିବାକୁ ଅନୁମତି ମିଳିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *