ପରକୀୟା ପ୍ରୀତିକୁ ନେଇ ଗୁଳିକାଣ୍ଡ

ଆଠଗଡ଼/ ନରସିଂହପୁର ୧୨ ।୨ (ଆପ୍ର): ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ଗୁଳିକାଣ୍ଡ ଘଟିଛି । ଏଥିରେ ତିନି ଜଣ ଗୁରୁତର ଆହତ ହୋଇ ପ୍ରଥମେ ଆଠଗଡ଼ ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଘଟଣାରୁ ପ୍ରକାଶ ଯେ ତିଗିରିଆ ଥାନା ଅନ୍ତର୍ଗତ ହରିଡାପଶି ଗ୍ରାମର ସଦାନନ୍ଦ ଦାସ (୪୦) ଓରଫ ଲିଟୁନା ଆଠଗଡ଼ ଜେନାପଦା ଗ୍ରାମରେ ମାମୁ ଘରେ ରହି ପାଠ ପଢ଼ିବା ସହିତ ଭାରତୀୟ ସେନା ବାହିନୀରେ ଚାକିରି କରି ଅବସର ନେଇଛନ୍ତି । ଅବସର ଗ୍ରହଣ କରିବା ପରେ ୬୫ ନଂ ରାଜ୍ୟ ରାଜପଥ ମାରୁଗୋଠ ଛକରେ ଏକ ଦୁଇମହଲା ଘରକରି ରହିବା ସହ ଏକ ସର୍ଭିସିଂ ସେଣ୍ଟର କରିଛନ୍ତି । ମାମୁଘର ଜେନାପଦା ଗ୍ରାମର ସେନା ବାହିନୀରେ ଚାକିରି କରିଥିବା ଜନୈକ ବ୍ୟକ୍ତିଙ୍କ ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ରହିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଲିଟୁନା ଗତ ଏକ ମାସ ତଳେ ସୋସିଆଲ ମିଡିଆରେ ଉଭୟଙ୍କ ମିଳିତ ଫଟୋ ଛାଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଉଭୟ ମଧ୍ୟରେ ବୁଝାମଣା ହୋଇ ମାମଲା ଶାନ୍ତ ପଡିଥିଲା ।
ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଲିଟୁନା ଜେନାପଦା ଗ୍ରାମକୁ ଯାଇ ସଂପୃକ୍ତ ସ୍ତ୍ରୀ ଲୋକ ସହିତ ମିଳାମିଶା ସହ ସମାଧାନ ପ୍ରୟାସ ଚାଲିଥିବା ଉକ୍ତ ମହିଳାଙ୍କ ଶଶୁର ବଂଶୀଧର ନାୟକ (୬୦), ଦାଦା ଶଶୁର ଦୀନବନ୍ଧୁ ନାୟକ (୪୫ ) ଏବଂ ଦିଅର ଜିତୁନା ନାୟକ (୩୨) ଏହାକୁ ବିରୋଧ କରିବା ସହ ବଚସା ହୋଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଅଭିଯୁକ୍ତ ଲିଟୁନା ନିଜ ବନ୍ଧୁକରୁ ସାତ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ବଂଶୀଧରଙ୍କ ପେଟ, ବାମହାତ ଓ ଜଙ୍ଘରେ ବାଜିଥିଲା, ଦୀନବନ୍ଧୁଙ୍କ ପେଟ, ହାତ, ଡେଣାରେ ଗୁଳି ବାଜିଥିବା ବେଳେ ଜିତୁନାଙ୍କ ଦେହର ଗୁଳି ବାଜି ଆହତ ହୋଇଥିଲେ । ସାରା ଗ୍ରାମ ଆତଙ୍କିତ ହୋଇପଡିଥଲେ, ଭୟରେ କିଛି ସ୍ଥାନୀୟ ଲୋକ ଆହତ ନାୟକ ପରିବାର ଲୋକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥା ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । କାର୍ଯ୍ୟରତ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ଡାକ୍ତର ଏସ ଦୁଆ ପ୍ରାଥମିକ ଚିକିତ୍ସା ସାରି ଗୁରୁତର ତିନିଜଣଙ୍କୁ
୧୦୮ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନନ୍ତର କରିଦେଇଥିଲେ । କିନ୍ତୁ ଏଭଳି ଏକ ସମ୍ବେଦନଶିଳ ଘଟଣା ଘଟିଥିବାବେଳେ ଆଠଗଡ ପୁଲିସ ପାଖରେ କିଛି ଖବର ନଥିବା ଏବଂ ଆହତମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ପଠାଇ ଦେଇଥିଲେ । କିନ୍ତୁ ଆଠଗଡ଼ ପୁଲିସକୁ ଖବର ନ ଦେଇ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାନ୍ତି ଏବଂ ଏସ୍ ଦୁଆ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଥିଲେ । ଖବର ଲେଖା ହେଲାବେଳକୁ ଆଠଗଡ଼ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଏ ସଂପର୍କରେ ପୁଲିସ ପକ୍ଷରୁ କୌଣସି ସୂଚନା ମିଳି ପାରିନାହିଁ । ଆଠଗଡ଼ ଥାନାରେ ଖବର ନ ଥିବାରୁ, କଟକ ଅତିରିକ୍ତ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକଙ୍କ ଯୋଗାଯୋଗ କରିବା ପରେ ଆଠଗଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *