ଜମୁଛି ପ୍ରଚାର ଲଢ଼େଇ

ଫୋକସ୍ରେ ତ୍ରିପୁରା-ମେଘାଳୟ-ନାଗାଲାଣ୍ଡ
କମୁ୍ୟନିଷ୍ଟ-କଂଗ୍ରେସ ଇଲୁ-ଇଲୁ ଚାଲିଛି: ଶାହା
ଦିନକ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିପୁରାରେ ୨ଟି ରାଲିକୁ ସମ୍ବୋଧିତ କରି ଫେରିଯାଇଥିବା ବେଳେ ରବିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ତ୍ରିପୁରାରେ ୩ଟି ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସହ ରୋଡ଼ ଶୋ’ କରିଛନ୍ତି । ନିର୍ବାଚନୀ ରାଲିରେ ଶାହା, ଉଭୟ କଂଗ୍ରେସ ଏବଂ ସିପିଆଇ (ଏମ୍) ଉପରେ ବର୍ଷିଛନ୍ତି । ଶାହା କହିଛନ୍ତି, ଶହ ଶହ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିଥିବା କମୁ୍ୟନିଷ୍ଟ ସହ କଂଗ୍ରେସ ଏବେ ଇଲୁ-ଇଲୁ କରୁଛି । ଏହା ହିଁ କଂଗ୍ରେସର ବାସ୍ତବିକ ପରିଚୟ ।
ତ୍ରିପୁରାରେ କଂଗ୍ରେସ ଏବଂ ସିପିଆଇ(ଏମ୍) ଦୀର୍ଘବର୍ଷ ଧରି ଶାସନ କରିଥିଲେ ମଧ୍ୟ ବିକାଶ କରିପାରିନଥିଲେ । କିନ୍ତୁ ବିଜେପି ମାତ୍ର ୫ ବର୍ଷର କ୍ଷମତାରେ ରାଜ୍ୟକୁ ଏକ ପୂର୍ଣ୍ଣାଙ୍ଗ ବିକଶିତ ରାଜ୍ୟରେ ପରିଣତ କରିଛି । ଗତ ୫ ବର୍ଷ ମଧ୍ୟରେ ମାଓବାଦକୁ ସମ୍ପୂର୍ଣ୍ଣ ଶେଷ କରାଯିବା ସହ ବିଜେପି ସରକାର ଏଠାରେ ଶାନ୍ତି ସ୍ଥାପନ କରିଛି । ଉଭୟ କମୁ୍ୟନିଷ୍ଟ ଏବଂ କଂଗ୍ରେସର ନୀତି ଆଦର୍ଶ ଭିନ୍ନ ଭିନ୍ନ ରହିଥିବା ବେଳେ ଏମାନେ କେବଳ ବିଜେପିକୁ ହରାଇବା ପାଇଁ ଏକଜୁଟ୍ ହୋଇଛନ୍ତି ।
ବିଜେପିକୁ ପରାସ୍ତ କରିବାରେ ଅସମର୍ଥ କଂଗ୍ରେସ ନିଜ କର୍ମୀଙ୍କ ହତ୍ୟାକାରୀ ସହ ହାତ ମିଳାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏମାନେ କଦାପି ରାଜ୍ୟର ବିକାଶ କରିପାରିବେ ନାହିଁ । ବରଂ ତ୍ରିପୁରାବାସୀ ରାଜ୍ୟର ଏବଂ ସେମାନଙ୍କ ସାର୍ବଙ୍ଗୀନ ବିକାଶ ପାଇଁ ଡବଲ ଇଞ୍ଜିନ୍ ସରକାର ଅର୍ଥାତ୍ ବିଜେପିକୁ ଭୋଟ୍ ଦେବା ଉଚିତ୍ । ଏହି ପରିପ୍ରେକ୍ଷୀରେ ଶାହା, ବିଜେପି ସରକାର ତ୍ରିପୁରାବାସୀଙ୍କ ପାଇଁ ତଥା ରାଜ୍ୟର ବିକାଶ ପାଇଁ ଗତ ୫ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିଥିବା ଅନେକ ଜନହିତକର ଯୋଜନା ସମ୍ପର୍କରେ ବଖାଣିଥିଲେ । ଶାହା ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କ ଯୋଡି ତ୍ରିପୁରାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *