୨ ମୃତ, ୧୨ ଆହତ

ଅଶୁଭ ରବିବାର
ବେଳାଭୂମି ମାର୍ଗରେ ଟ୍ରାଭେରା-ଅଟୋ ଧକ୍କା
ପୁରୀ, ୧୨ା୨ (ବୁ୍ୟରୋ): ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୧୨ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ଦୁଇ ମୃତକ ହେଲେ ପେଣ୍ଠକଟାର ଅଟୋ ଚାଳକ ରାଜେଶ ଓ ସେଥିରେ ବସିଥିବା ମହିଳା ଯାତ୍ରୀ ଆନ୍ଧ୍ରପ୍ରଦେଶର ଅମାଲୁ । ଗୁରୁତରଙ୍କ ମଧ୍ୟରୁ ୭ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତରିତ କରାଯାଇଛି । ଖବରପାଇ ରାମଚଣ୍ଡୀ ଥାନା ପୁଲିସ ପହଞ୍ଚô ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲ୍କୁ ସ୍ଥାନାନ୍ତର କରିବା ସହ ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି ।
ପୁଲିସର ସୂଚନାନୁାୟୀ, ରବିବାର ସକାଳ ୯ଟାରେ ପୁରୀରୁ ଏକ ଟ୍ରାଭେରା (ଓଆର-୧୨-ଜି-୯୦୬୦)ରେ କେତେଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ନେଇ କୋଣାର୍କ ଯାଉଥିବା ବେଳେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ୍ର ଭୂଆଁ ଛକଠାରେ କୋଣାର୍କ ପଟୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋ (ଓଡି-୧୩-ଡି-୨୦୬୬)ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ଅଟୋ ଓ ଟ୍ରାଭେରା ଚୁର୍ମାର ହେବାସହ ଅଟୋ ଚାଳକ ଓ ସେଥିରେ ବସିଥିବା ମହିଳା ଯାତ୍ରୀ ଛିଟିକି ଦୂରରେ ପଡ଼ିଥିଲେ ।
ଅନ୍ୟପକ୍ଷରେ ଟ୍ରାଭେରାରେ ଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସେହିଭଳି ଅଟୋ ପଛରେ କୋଣାର୍କରୁ ଆସୁଥିବା ଏକ ବାଇକ୍ ମଧ୍ୟ ଧକ୍କା ଦେଇଥିଲା । ବାଇକ୍ରେ ଥିବା ବାପ ଓ ପୁଅଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଖବରପାଇ ସ୍ଥାନୀୟ ଲୋକେ ଓ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଜିଲ୍ଲା ମେଡିକାଲ୍ରେ ଭର୍ତ୍ତି କରିଥିଲେ । ମେଡିକାଲ୍ରେ ଡାକ୍ତର ଅଟୋଚାଳକ ଓ ସେହି ଅଟୋରେ ବସିଥିବା ମହିଳା ଯାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟରେ ୧୨ରୁ ଅଧିକ ଗୁରୁତର ହୋଇଥିବା ବେଳେ ସେଥିରୁ ୭ଜଣ କଟକକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *