ଆତଙ୍କୀ ହମ୍ଲା: ୧୧ ମୃତ
ଦାମାସକସ୍ (ଏଜେନ୍ସି): କେନ୍ଦ୍ରୀୟ ସିରିଆରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ଅନୂ୍ୟନ ୧୧ଜଣ ପ୍ରାଣ ହରାଇଥିବା ବେଳେ ୩ଠରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଆକ୍ରମଣ ପଛରେ ଆଇଏସ୍ଆଇଏସ୍ର ହାତ ଥିବା ସନେ୍ଦହ କରାଯାଉଛି । ସିରିଆର ଅବଜରଭେଟରୀ ଫର୍ ହୁ୍ୟମାନ ରାଇଟ୍ସ କହିଛି, ଆଇଏସ୍ଆଇଏସ୍ ପକ୍ଷରୁ ଶନିବାର ହୋମସର ପୂର୍ବ ଗ୍ରାମରେ ଥିବା ପାଲମିରା ଅଞ୍ଚଳରେ ହମ୍ଲା କରାଯାଇଥିଲା । ଏହି ସମୟରେ ପ୍ରାୟ ୭୫ରୁ ଅଧିକ ଲୋକେ ଏହି ଅଞ୍ଚଳରେ ଏକ ପ୍ରକାର ଛତୁ ସଂଗ୍ରହ କରିବାରେ ବ୍ୟସ୍ତ ଥିଲେ । ତେବେ ଆତଙ୍କୀ ହମ୍ଲାରେ ଜଣେ ମହିଳା ଏବଂ ସିରିଆ ଶାସକ ଦଳର ଜଣେ ସଦସ୍ୟଙ୍କ ସମେତ ୧୧ଜଣ ସାଧାରଣ ନାଗରିକ ମୃତୁ୍ୟବରଣ କରିଛନ୍ତି ।