ହାଲ୍ର ୨ କର୍ମଚାରୀଙ୍କୁ ଉଠାଇ ନେଲା ସିବିଆଇ

କୋରାପୁଟ, ୧୧ା୨ (ଆପ୍ର): ତଥ୍ୟ ଲିକ୍ ଅଭିଯୋଗରେ ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ୍ ଲିମିଟେଡ (ହାଲ୍)ର ଜଣେ ଅଫିସରଙ୍କ ସମେତ ଦୁଇ ଜଣଙ୍କୁ କେନ୍ଦ୍ରୀୟ ତଦନ୍ତ ବୁ୍ୟରୋ (ସିବିଆଇ) ଅଫିସର୍ମାନେ ଉଠାଇ ନେଇ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଚଳାଇଛନ୍ତି ।
ଆସେମ୍ବ୍ଲିଂ ବିଭାଗ ଅଫିସର ସତ୍ୟଜିତ ଖାଡେଙ୍ଗା ଓ ଅଧସ୍ତନ କର୍ମଚାରୀ ଦେବାଶିଷ କୁମାର ନାୟକଙ୍କୁ ସିବିଆଇ ଉଠାଇ ନେଇଛି । ଦେବାଶିଷଙ୍କ ଲାପ୍ଟପ୍ ଏବଂ ହାର୍ଡ ଡିସ୍କ ସହିତ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ଖାତା ଓ ଅନ୍ୟ ତଥ୍ୟ ଜବତ ହୋଇଛି । ଦୁହେଁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇର ହନିଟ୍ରାପ୍ରେ ଫଶିଥିବା ସନେ୍ଦହ କରାଯାଉଛି । ମହାରାଷ୍ଟ୍ରର ନାସିକ ସ୍ଥିତ ହାଲ୍ରୁ ତଥ୍ୟ ଲିକ୍ ସମ୍ପର୍କରେ ସୂଚନା ମିଳିବା ପରେ ସେଠାରୁ ସିବିଆଇ ଟିମ୍ ଆସି ଚଢ଼ଉ କରିଛନ୍ତି । ଶନିବାର ପୂର୍ବାହ୍ନ ୧୦ଟାରେ ଚଢାଉ ହୋଇଛି ଓ ଏହାକୁ ଅତ୍ୟନ୍ତ ଗୋପନ ରଖାଯାଇଛି । ଅପରାହ୍ଣ ପ୍ରାୟ ୨ଟାରେ ଉଭୟଙ୍କୁ ଉଠାଇ ନିଆଯାଇଥିଲା । ତଥ୍ୟ ଲିକ୍ରେ ଆଉ କେଉଁମାନେ ସାମିଲ ଅଛନ୍ତି ତାହାର ଖୋଳତାଡ଼ ଚାଲିଛି । କିନ୍ତୁ ହାଲ୍ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ପୁଲିସ ମଧ୍ୟ ସିବିଆଇ ଚଢ଼ାଉ ହୋଇ ନ ଥିବା କହିଛି । ଅତିରିକ୍ତ ଏସ୍ପି ଉକ୍ରଳ କେଶରୀ ଦାସ କୌଣସି ସୂଚନା ନ ଥିବା କହିଛନ୍ତି । ସୁନାବେଡ଼ା ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ କହିଛନ୍ତି, ଦେବାଶିଷଙ୍କୁ ଏକ ଜମି ମାମଲାରେ ଥାନାକୁ ଡ଼ାକି ପଚରା ଉଚରା କରାଯାଇଥିଲା । ହେଲେ ସିବିଆଇ ଚଢ଼ଉ ନେଇ କିଛି ସୂଚନା ନ ଥିବା ସେ କହିଛନ୍ତି ।
ପୂର୍ବରୁ ହନିଟ୍ରାପ୍ରେ ଫଶି ତଥ୍ୟ ଲିକ୍ କରିଥିବା ବାଲେଶ୍ୱର ଡିଆର୍ଡିଓରୁ ୮ ଜଣ କର୍ମ·ରୀଙ୍କୁ ଗିରଫ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *