ଭୁବନେଶ୍ୱର ୩୭ଠ ଟପିଲା
ଭୁବନେଶ୍ୱର, ୧୧ା୨ (ବୁ୍ୟରୋ): କିଛି ଦିନ ହେଲା ତାପମାତ୍ରା ବୃଦ୍ଧି ପାଉଛି । ଶନିବାର ରାଜ୍ୟ ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସବୁଠାରୁ ଅଧିକ ରହିଛି । ଏଠାରେ ତାପମାତ୍ରା ୩୭. ୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କଟକ ୩୫, ଗୋପାଳପୁର ୩୧.୨, ପୁରୀ ୩୧, ଅନୁଗୁଳ ୩୬.୧, ଝାରସୁଗୁଡ଼ା ୩୬, କେନ୍ଦୁୁଝରଗଡ଼ ୩୨.୪, ସମ୍ବଲପୁର ୩୫.୮, ସୁନ୍ଦରଗଡ଼ ୩୪, ଟିଟିଲାଗଡ଼ ୩୬, ନୟାଗଡ଼ରେ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି । କେବଳ ଦାରିଙ୍ଗବାଡ଼ିରେ ତାପମାତ୍ରା ୨୯ ଡିଗ୍ରୀ ରହିଛି । ସାଧାରଣତଃ ମାର୍ଚ୍ଚରେ ତାପମାତ୍ରା ୩୪ କିମ୍ବା ୩୫ ଡ୍ରିଗ୍ରୀ ହୋଇଥାଏ । ହେଲେ ଫେବ୍ରୁଆରୀରେ ଭୁବନେଶ୍ୱର ତାପମାତ୍ରା ୩୭ ଟପିବାରୁ ଆଗାମୀ ଦିନରେ ଆହୁରି ଅଧିକ ହେବା ସମ୍ଭାବନା ରହିଛି । ଏବର୍ଷ ଗରମ ପୂର୍ବ ବର୍ଷ ଅପେକ୍ଷା ଅଧିକ ହେବାର ସମ୍ଭାବନା ରହିଛି । ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ୨ଦିନ ପାଗ ଅପରିବର୍ତ୍ତିତ ରହିବ । ଏହାପରେ ରାତିର ପାରଦ ୨ରୁ ୩ ଡିଗ୍ରୀ କମିବା ସମ୍ଭାବନା ରହିଛି । ଫଳରେ କିଛି ସ୍ଥାନରେ ପାଗ ଥଣ୍ଡା ରହିବ । ମାର୍ଚ୍ଚ ପର୍ଯ୍ୟନ୍ତ ତାପମାତ୍ରାରେ ହ୍ରାସ ବୃଦ୍ଧି ଘଟିପାରେ ବୋଲି ସୂଚନା ମିଳିଛି ।