ଯୁଦ୍ଧ ବନ୍ଦ ପାଇଁ ମୋଦି ମଧ୍ୟସ୍ଥ ହୁଅନ୍ତୁ

ୱାଂଶିଟନ, ୧୧ା୨: ରୁଷ୍-ୟୁକ୍ରେନ୍ ଯୁଦ୍ଧ ରୋକିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟସ୍ଥତା କରିବା ଚାହେଁ ଆମେରିକା । ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ପ୍ରବକ୍ତା ଅବସରପ୍ରାପ୍ତ ରିୟର ଆଡ୍ମିରାଲ୍ ଜନ୍ କିର୍ବିଙ୍କୁ ହ୍ୱାଇଟ୍ ହାଉସ୍ରେ ଯୁଦ୍ଧ ସମ୍ବନ୍ଧରେ ପଚରା ଯାଇଥିଲା- ଏବେ ବି ମୋଦି ରୁଷ୍ ରାଷ୍ଟ୍ରପତି ପୁତିନଙ୍କ ସହ ଆଲୋଚନା କରି ଯୁଦ୍ଧ ବନ୍ଦ କରାଇ ପାରିବେ କି? ଏହାର ଜବାବରେ କିର୍ବି କହିଲେ- ମୋର ମନେ ହୁଏ ପୁତିନ ଏବେ ବି ଯୁଦ୍ଧ ବନ୍ଦ କରିପାରିବେ । ଏ ଦିଗରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉଦ୍ୟମ କରିବାକୁ ଇଚ୍ଛୁକ ଏବଂ ସେ ତାହା କରିବା ଉଚିତ । ଆମେରିକା ଏ ପ୍ରକାର ଯେକୌଣସି ଉଦ୍ୟମକୁ ସ୍ୱାଗତ କରିବ ।
ଗତ ବର୍ଷ ଶାଂଘାଇ ଶୀର୍ଷ ସମ୍ମିଳନୀ ଅବସରରେ ମୋଦି ପୁତିନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପୁତିନଙ୍କୁ ମୋଦି କହିଥିଲେ, ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ । ଆମ ଭିତରେ ଫୋନ୍ରେ ଏ ବିଷୟରେ ବହୁବାର ଆଲୋଚନା ହୋଇଛି ଯେ, ଗଣତନ୍ତ୍ର କୂଟନୀତି ଓ ଆଲୋଚନା ମାଧ୍ୟମରେ ଚାଲିଥାଏ । ମୋଦିଙ୍କ ଏହି କଥାକୁ ବିଶ୍ୱ ନେତୃବର୍ଗ ଗ୍ରହଣ କରିଥିଲେ ଏବଂ ଆନ୍ତର୍ଜାତିକ ଗଣମାଧ୍ୟମ ମଧ୍ୟ ପ୍ରଶଂସା କରିଥିଲା ।
ରୁଷ୍-ୟୁକ୍ରେନ ଯୁଦ୍ଧ ପାଇଁ କିର୍ବି ରାଷ୍ଟ୍ରପତି ପୁତିନଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ୟୁକ୍ରେନ୍ବାସୀଙ୍କ ସହ ଏବେ ଯାହା ସବୁ ହେଉଛି ସେଥିଲାଗି ଏକମାତ୍ର ପୁତିନ୍ ଦାୟୀ । ଯୁଦ୍ଧ ଆଜି ହିଁ ବନ୍ଦ ହେବା ଉଚିତ୍ କିନ୍ତୁ ପୁତିନ ରାଜି ନୁହଁନ୍ତି । ତେଣୁ ଯୁଦ୍ଧ କ୍ଷେତ୍ରରେ ସଫଳତା ପାଇଁ ୟୁକ୍ରେନ୍କୁ ସହାୟତା ଦେବା ଦରକାର ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *