କ୍ଷେପଣାସ୍ତ୍ର ମାରି ଖସାଇଲା ଆମେରିକା
ୱାଶିଂଟନ୍ (ଏଜେନ୍ସି): ଆମେରିକାର ଆଲାସ୍କା ପ୍ରାନ୍ତୀୟ ଅଞ୍ଚଳରେ ପୁଣି ଏକ ସନ୍ଦିଗ୍ଧ ବସ୍ତୁକୁ ଉଡନ୍ତା ଅବସ୍ଥାରେ ଠାବ କରାଯିବା ଏବଂ ଏହାକୁ ଆମେରିକୀୟ ସେନା କ୍ଷେପଣାସ୍ତ୍ର ମାଡ ପୂର୍ବକ ଖସାଇଥିବା ସମ୍ପର୍କରେ ଜଣାପଡିଛି । ଏସମ୍ପର୍କରେ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଭବନ ପକ୍ଷରୁ ଆସିଥିବା ସୂଚନାନୁସାରେ ଆଲାସ୍କା ଆକାଶରେ ଏହି ସନ୍ଦିଗ୍ଧ ବସ୍ତୁ (ମାନବ ବିହୀନ)କୁ ଉଡନ୍ତା ଅବସ୍ଥାରେ ଠାବ କରାଯାଇଥିଲା । ପ୍ରାୟ ୪ଠ ହଜାର ଫୁଟ୍ ଉଚ୍ଚରେ ଉଡୁଥିବା ଏହି ଅଜ୍ଞାତ ବସ୍ତୁକୁ ନିଜର ଏକ ଲଢୁଆ ବିମାନ ଯୋଗେ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦିଆଯାଇଛି । “ହ୍ୱାଇଟ୍ ହାଉସ୍ ନ୍ୟାସନାଲ ସିକୁ୍ୟରିଟି କାଉନ୍ସିଲ୍’ର ମୁଖପାତ୍ର ଜନ୍ କିର୍ବି କହିଛନ୍ତି, ଉଡ଼ନ୍ତା ସାମଗ୍ରୀଟିକୁ ତଳକୁ ଖସାଇ ଦେବା ପାଇଁ ରାଷ୍ଟ୍ରପତି ଜୋ ବାଇଡନ୍, ୟୁଏସ୍ ସେନାକୁ ନିଦେ୍ର୍ଦଶ ଦେବା ପରେ ତଦନୁସାରେ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ବିମାନ ଚଳାଚଳ ପ୍ରତି ସମ୍ଭାବ୍ୟ ବିପଦର କାରଣ ହୋଇପାରେ ଆଶଙ୍କା ପୂର୍ବକ ରାଷ୍ଟ୍ରପତି ଏହାକୁ ଖସାଇବାକୁ ନିଦେ୍ର୍ଦଶ ଦେଇଥିଲେ । ତେବେ ଆକାଶମାର୍ଗରେ ଉଡୁଥିବା ଏହି ସନ୍ଦିଗ୍ଧ ବସ୍ତୁ କେଉଁଠୁ ଆସିଲା ଏବଂ ଏହା ପଛର ଉଦେ୍ଦଶ୍ୟ ସମ୍ପର୍କରେ ଜଣାପଡିନାହିଁ ।