ଏୟାର-ଏସିଆକୁ ୨ଠ ଲକ୍ଷ ଜରିମାନା
ନୂଆଦିଲ୍ଲୀ (ଏଜେନ୍ସି): ପାଇଲଟ୍ ଟ୍ରେନିଂ ନିୟମର ଉଲ୍ଲଂଘନ ଅଭିଯୋଗ ଆଧାରରେ ଏୟାର ଏସିଆ ଉପରେ ୨ଠ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛି ବେସାମରିକ ବିମାନ ଚଳାଚଳ ନିୟାମକ ନିଦେ୍ର୍ଦଶାଳୟ (ଡିଜିସିଏ) । ପାଇଲଟ୍ ଦକ୍ଷତା ଯାଞ୍ଚ୍ଞ୍ଚପ୍ରକ୍ରିୟା ଅନ୍ତର୍ଗତ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏୟାର ଏସିଆ କିଛି ବାଧ୍ୟତାମୂଳକ ଅଭ୍ୟାସ କରିନଥିବା ଡିଜିସିଏ ଜାଣିବାକୁ ପାଇଥିଲା । ସେହିପରି ଏୟାର ଏସିଆର ୮ଜଣ ପରୀକ୍ଷକଙ୍କ ଉପରେ ମଧ୍ୟ ୩ ଲକ୍ଷ ଲେଖାଏ ଜରିମାନା ଲାଗୁ କରିଛି ଡିଜିସିଏ । ଏତଦ୍ବ୍ୟତୀତ ଡିଜିସିଏ ବେସାମରିକ ବିମାନ ଚଳାଚଳ ନିୟମ ଅନୁଯାୟୀ ନିଜ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିବାରୁ ପ୍ରଶିକ୍ଷଣ ମୁଖ୍ୟଙ୍କୁ ୩ମାସ ପର୍ଯ୍ୟନ୍ତ ତାଙ୍କ ପଦବୀରୁ ହଟାଇବାକୁ ନିଦେ୍ର୍ଦଶ ଦେଇଛନ୍ତି । ପ୍ରକାଶ, କିଛି ଦିନ ପୂର୍ବେ ଜଣେ ପୁରୁଷ ଯାତ୍ରୀ ନିଶାଶକ୍ତ ଅବସ୍ଥାରେ ପାଖ ସିଟ୍ରେ ବସିଥିବା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ ଡିଜିସିଏ, ଏୟାର ଇଣ୍ଡିଆ ଉପରେ ମଧ୍ୟ ୧ଠ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଥିଲା । ଏତଦ୍ବ୍ୟତୀତ ନିର୍ଦ୍ଧାରିତ ସମୟ ପୂର୍ବରୁ ବିମାନ ଉଡ଼ାଣ କରିଥିବା ଅଭିଯୋଗରେ ଗୋ ଫାଷ୍ଟ ଏୟାରଲାଇନ୍ସ କମ୍ପାନୀକୁ ମଧ୍ୟ ୧ଠ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଥିଲା ଡିଜିସିଏ ।