ବିଜୁ ଜୟନ୍ତୀରୁ ରଙ୍ଗେଇଲୁଣ୍ଡାରୁ ବିମାନ ଉଡ଼ାଣ
ବ୍ରହ୍ମପୁର, ୧୦ା୨(ବୁ୍ୟରୋ): ଦୀର୍ଘବର୍ଷଧରି ରଙ୍ଗେଇଲୁଣ୍ଡା ଏୟାରଷ୍ଟି୍ରପ୍ କାର୍ଯ୍ୟକ୍ଷମ ନେଇ ଲାଗି ରହିଥିବା ବାଦ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି । ମାର୍ଚ୍ଚ ୫ ବିଜୁ ବାବୁଙ୍କ ଜୟନ୍ତୀରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟି୍ରପ୍ରୁ ବିମାନ ଉଡାଣ ଆରମ୍ଭ ହେବ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋିଛି । ଏନେଇ ଗତ ୯ତାରିଖରେ ‘ସର୍ବସାଧାରଣ’ ଖବର କାଗଜରେ ରିପୋର୍ଟ ପ୍ରକାଶ ପାଇଥିଲା । ଶୁକ୍ରବାର ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଅଧିକାରୀଙ୍କ ସହ ବିମାନ ଚଳାଚଳ କମ୍ପାନୀର କ୍ୟାପ୍ଟନ୍, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ପୂର୍ତ୍ତ ବିଭାଗ ଅଧୀକ୍ଷଣଯନ୍ତ୍ରୀ ତପନ ପାଣିଗ୍ରାହୀ ପ୍ରମୁଖ ଏୟାରଷ୍ଟ୍ରିପ୍ରେ ପହଞ୍ଚି ଭିତ୍ତଭୂମି ଅନୁଧ୍ୟାନ କରିଛନ୍ତି ।
ବିମାନ ଉଡାଣ ଓ କାର୍ଯ୍ୟକ୍ଷମ ନେଇ ଇତିମଧ୍ୟରେ ଜମି ଚିହ୍ନଟ ସହ ଜମି ମାଲିକମାନଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ୍ ହୋଇଛି । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ୨୫ଏକର ଜମି ଆବଶ୍ୟକ ରହିଛି । ରନ୍ୱେ ପାଇଁ ୨୬କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ରଙ୍ଗେଇଲୁଣ୍ଡା ଏୟାରଷ୍ଟି୍ରପ୍ର ସମ୍ପ୍ରସାରଣ ନିମିତ୍ତ ଦୀର୍ଘଦିନ ଧରି ଯୋଜନା ଚାଲିଥିବା ବେଳେ ଜମି ଅଧିଗ୍ରହଣ ସମସ୍ୟା ଉପୁଜିଥିଲା । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଅଧିନରେ ଥିବା ୨୫ଏକର ଜମିକୁ ଉଚ୍ଚ ଶିକ୍ଷା ବିଭାଗ ହସ୍ତାନ୍ତର କରିବାପରେ ଆବଶ୍ୟକ ୧୭ଏକର ଘରୋଇ ଜମିକୁ ଅଧିଗ୍ରହଣ କରାଯିବା ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଏୟାରପୋର୍ଟ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୨୬କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ଉକ୍ତ ଏୟାରପୋର୍ଟକୁ ୨-ବି କାଟାଗୋରୀରେ ଅନ୍ତର୍ଭୁକ୍ତ କରାଯାଇଛି । ରନ୍ୱେର ଦୈର୍ଘ୍ୟ ୯୭୦ ମିଟର ଏବଂ ପ୍ରସ୍ତ ୩୦ ମିଟର କରାଯିବା ନେଇ ଯୋଜନା ରହିଛି । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ୧୦କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏୟାରପୋର୍ଟ ପୂର୍ଣ୍ଣାଙ୍ଗ ହେଲେ ସର୍ବନିମ୍ନ ୯ ସିଟ୍ ଓ ସର୍ବାଧିକ ୨୦ସିଟ୍ ବିଶିଷ୍ଟ ବିମାନ ଉଡାଣ କରିପାରିବ ବୋଲି ଜଣାପଡିଛି ।
ସ୍ଥିତି ସମୀକ୍ଷା କରିଥିବା ପ୍ରାାସନିକ ଟିମ୍ ପକ୍ଷରୁ କୁହାଯାଇଛି, ବିମାନ ଉଡାଣ ପୂର୍ବରୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟି୍ରପ୍ ନିକଟରେ ଥିବା ଗଛ କଟାଯିବା ସହ ସୁରକ୍ଷା ପ୍ରାଚିର ନିର୍ମାଣ, ଅସ୍ଥାୟୀ କ୍ୟାବିନ୍ କରାଯାଇ ଯାତ୍ରୀଙ୍କୁ ଯାଞ୍ଚ ଓ ଟିକଟ ବିକ୍ରି ବ୍ୟବସ୍ଥା କରାଯିବ । ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ନିର୍ମାଣ ନିମନ୍ତେ ଜୋରଦାର ପ୍ରସ୍ତୁତି ଚାଲି ଏବଂ ମାର୍ଚ୍ଚ ୧ତାରିଖ ସୁଦ୍ଧା କାର୍ଯ୍ୟ ସାରିବା ପାଇଁ ପୂର୍ତ୍ତ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଛି । ବ୍ରହ୍ମପୁର ତଥା ଦକ୍ଷିଣଓଡ଼ିଶାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଥିବାରୁ ସରକାରଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।