ମୃତୁ୍ୟସଂଖ୍ୟା ୧୯,୩ଠଠ ପାର୍

ଅଙ୍କାରା,୯ ।୨: ତୁର୍କୀ ଓ ସିରିଆର ଭୂକମ୍ପ ବିଧ୍ୱସ୍ତ ୪୫୦ କିମି ଇଲାକାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏ ପର୍ଯ୍ୟନ୍ତ ୨ ଦେଶରେ ମୃତୁ୍ୟ ସଂଖ୍ୟା ୧୯,୩୩୨କୁ ଟପିଗଲାଣି । ଭୂକମ୍ପ ହେବାର ଚତୁର୍ଥ ଦିନରେ ଧ୍ୱଂସସ୍ତୂପ ତଳେ କେହି ହେଲେ ଜୀବିତ ଥିବା ଆଶା କ୍ଷୀଣ ବୋଲି କୁହାଯାଉଛି । ତେବେ ବିଶେଷଜ୍ଞମାନଙ୍କ ମତରେ ଏପରି ସ୍ଥିତିରେ ୭ ଦିନ ପର୍ଯ୍ୟନ୍ତ ପୀଡ଼ିତ ଲୋକେ ବଞ୍ଚି ରହିପାରିବେ । ସ୍କାଇ ନୁ୍ୟଜ୍ରେ ଜଣେ ବିଶେଷଜ୍ଞଙ୍କ ମତ ଉଦ୍ଧାର କରାଯାଇ କୁହାଯାଇଛି ଯେ, ଭୂକମ୍ପର ୨୪ ଘଣ୍ଟା ଭିତରେ ଧ୍ୱଂସସ୍ତୂପ ତଳେ ଜୀବିତ ଅବସ୍ଥାରେ ୭୪ % ଲୋକ ରହିବା ସମ୍ଭଭ । ସେହିପରି ୭୨ ଘଣ୍ଟା ପରେ ଜୀବିତାବସ୍ଥାରେ ଥିବା
ଲୋକଙ୍କ ସଂଖ୍ୟା ୭୨% ଏବଂ ପଞ୍ଚମ ଦିନରେ ୬%କୁ କମିଯାଇଥାଏ । ତଥାପି ଆଶା ମଉଳି ନାହିଁ । ଜୀବିତ ବ୍ୟକ୍ତିଙ୍କୁ ଖୋଜା ଚାଲିଛି ।
ତୁର୍କୀର ଅନେକ ପ୍ରଭାବିତ ସହରରେ ତାପମାତ୍ରା ୦ ଡିଗ୍ରୀ ତଳେ ଥିବାବେଳେ ବାରମ୍ବାର ବର୍ଷା ହେଉଛି । ଯେଉଁମାନେ ବର୍ତ୍ତି ଯାଇଛନ୍ତି ସେମାନଙ୍କୁ ଖାଦ୍ୟ-ପାନୀୟ ମିଳୁନଥିବାରୁ ଆହାକାର ସ୍ଥିତି ଉପଜୁଜିଛି । ସିରିଆରେ ମୃତ ବ୍ୟକ୍ତିମାନଙ୍କୁ ସମୂହ କବର ଦିଆଯାଉଛି ।
ଇତିମଧ୍ୟରେ ଭାରତ ଅପରେସନ ଦୋସ୍ତ ଅନୁଯାୟୀ ତୁର୍କୀକୁ ଷଷ୍ଠ ବିମାନ ଗୁରୁବାର ପଠାଇଛି । ସେଥିରେ ଅଧିକ ଉଦ୍ଧାରକାରୀ ସହ ଡଗ୍ ସ୍କ୍ୱାଡ୍, ଔଷଧ ଓ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ପଠାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *