ପ୍ରମିଳାଙ୍କୁ ଶ୍ରେଷ୍ଠ

ଜନପ୍ରତିନିଧି ପୁରସ୍କାର
ଭୁବନେଶ୍ୱର, ୯ା୨(ବୁ୍ୟରୋ) : ଅସ୍କା ସାଂସଦ ପ୍ରମିଳା ବିଷେୟୀଙ୍କୁ ଶ୍ରେଷ୍ଠ ଜନପ୍ରତିନିଧି ଭାବେ ଜାତୀୟ ପୁରଷ୍କାରରେ ସମ୍ମାନିତ କରାଯାଇଛି । ମହାରାଷ୍ଟ୍ର ପୁଣେରେ ୟୁନେସ୍କୋ ପକ୍ଷରୁ ଆୟୋଜିତ ୧୯ ତମ ଭାରତ ଅସ୍ମିତା ଜାତୀୟ ପୁରଷ୍କାର ଉତ୍ସବରେ ସାଂସଦ ଶ୍ରୀମତୀ ବିଷୋୟୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ପୁରଷ୍କାର ଗ୍ରହଣ କରିବା ପରେ ସେ ଦିଲ୍ଲୀରୁ ପ୍ରତ୍ୟାବତ୍ତନ କରି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ପୁରଷ୍କାର ବାବଦକୁ ପାଇଥିବା ୨୮ ହଜାର ଟଙ୍କା କୁ ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ନବୀନ ନିବାସରେ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ସାଂସଦ ପ୍ରମିଳା ବିଷୋୟୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *