ଆଶା-ଆଶଙ୍କାରେ ଛଳଛଳ ଆଖି

ଇସ୍ତାନବୁଲ୍ (ଏଜେନ୍ସି): ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗୁରୁବାର ସୁଦ୍ଧା ମୃତକଙ୍କ ସଂଖ୍ୟା ୧୯ ହଜାର ଛୁଇଁଥିବା କୁହାଯାଉଛି । ଭାରତ ଭଳି ବିଶ୍ୱର ଅନେକ ଦେଶ ନିଜ ଉଦ୍ଧାରକାରୀ ଦଳ, ରିଲିଫ୍ ସାମଗ୍ରୀ ଏବଂ ଡାକ୍ତରୀ ଦଳ ପଠାଇଥିବା ବେଳେ ଏମାନେ ଅହରହ କାମ କରୁଛନ୍ତି । ତେବେ ଭୂକମ୍ପରେ ଭୁଶୁଡି ପଡିଥିବା ଅନେକ ଧ୍ୱଂସସ୍ତୁପ ତଳେ ହଜାର ହଜାର ଜୀବନ ବଞ୍ଚôଥିବା ଆଶା ନେଇ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଜାରି ରହିଛି । ନିଜ ପ୍ରିୟଜନଙ୍କୁ ହରାଇଥିବା ଲୁହ ଛଳ ଛଳ ଆଖି ଏବେ ବି ଅପେକ୍ଷାରତ । ଏସବୁ ମଧ୍ୟରେ ତୁର୍କୀରେ ଏବେ ସରକାର ବିରୋଧୀ ଆକ୍ରୋଶ ଆରମ୍ଭ ହୋଇଯାଇଛି । ବାସ୍ତବରେ ୧୯୯୯ ପର ଠାରୁ ତୁର୍କୀ ସରକାର ଭୂକମ୍ପ ପାଇଁ ଟିକସ ବ୍ୟବସ୍ଥା ଲାଗୁ କରିଥିବା ବେଳେ ଲୋକେ ଏହି ଟିକସ ଦେଇଆସୁଥିଲେ । କିନ୍ତୁ ତୁର୍କୀ ସରକାର ଉକ୍ତ ଅର୍ଥରେ ଭୂକମ୍ପ ପ୍ରତିରୋଧୀ କୌଣସି ବ୍ୟବସ୍ଥା କରିନଥିଲେ । ୨୪ବର୍ଷ ଧରି ଆଦାୟ ହୋଇଥିବା ଟିକସ ଅର୍ଥ କୁଆଡେ ଗଲା ବୋଲି ସ୍ଥାନୀୟ ଲୋକେ ସରକାରଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *