ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ ଓଏଚ୍ଆର୍ସି ଅଧ୍ୟକ୍ଷ

ସୁଶାନ୍ତ ମହାନ୍ତି ସୂଚନା ଆୟୁକ୍ତ
ଭୁବନେଶ୍ୱର, ୯ା୨(ବୁ୍ୟରୋ): ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀଙ୍କୁ ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଅସୀମ ଅମିତାଭ ଦାସଙ୍କୁ ରାଜ୍ୟ ମାନବାଧିକାର କମିଶନର ସଦସ୍ୟ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି । ରାଜ୍ୟର ସୂଚନା କମିଶନର ଭାବେ ସୁଶାନ୍ତ ମହାନ୍ତି ନିଯୁକ୍ତ ପାଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଅନୁମୋଦନ ପରେ ଶ୍ରୀ ମହାନ୍ତିଙ୍କୁ ରାଜ୍ୟର ନୂଆ ସୂଚନା କମିଶନର ଭାବେ ନିଯୁକ୍ତ ମିଳିଛି । ଏନେଇ ଗୁରୁବାର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଓଡିଶା ମାନବାଧିକାର କମିଶନ ଓ ସଦସ୍ୟ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର ।
ପ୍ରକାଶ ଥାଉ କି, ସୁଶାନ୍ତ କୁମାର ମହାନ୍ତି ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ସାମ୍ବାଦିକତା ସହିତ ଜଡିତ ରହିଛନ୍ତି । ସେ ଦୈନିକ ଖବରକାଗଜ ସମାଜର କ୍ରୀଡା ସାମ୍ବାଦିକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସମୟାନୁକ୍ରମେ ସେ ବିଭିନ୍ନ ପଦ ପଦବୀରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ସେ ସମାଜର କାର୍ଯ୍ୟକାରୀ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ତାଙ୍କୁ ରାଜ୍ୟ ସୂଚନା କମିଶନର ଭାବେ ନୂଆ ଦାୟିତ୍ୱ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *