କୋଟିଆରେ ପଶିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

କୋରାପୁଟ, ୯ା୨ (ଆପ୍ର): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ପୁଣି ଆନ୍ଧ୍ର ନେତାଙ୍କ ଅନୁପ୍ରବେଶ । କୋଟିଆର ସୀମାନ୍ତ ଗ୍ରାମ ଧୁଳିପଦରରେ ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ନା ଦୋରା ଦଳବଳ ସହିତ ଅନୁପ୍ରବେଶ କରି ସଭା ମାଧ୍ୟମରେ ଗ୍ରାମବାସୀଙ୍କୁ ପ୍ରଭାବିତ କରିବା ଲାଗି ପ୍ରୟାସ କରିଛନ୍ତି । ତାଙ୍କୁ ସ୍ଥାନୀୟ ଲୋକେ ସ୍ୱାଗତ କରିଥିବା ସୂଚନା ମିଳିଛି ।
ସୀମାରେ ପୁଲିସ୍ ଉପସ୍ଥିତ ଥିବା ସତ୍ତ୍ୱେ ଉପମୁଖ୍ୟମନ୍ତ୍ରୀ ଦୋରା କୋଟିଆ ଭିତରେ ପଶି ସଭା ସମିତି କରି ·ଲିଗଲେ । ହେଲେ କେହି ଜାଣିପାରିଲେ ନାହିଁ । ଏହାକୁ ନେଇ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଉପମୁଖ୍ୟମନ୍ତ୍ରୀ ତଥା ସିଲେରୁ ବିଧାୟକ ରାଜନ୍ନା ଦୋରା ସମର୍ଥକ ଓ ସରକାରୀ କର୍ମ·ରୀଙ୍କୁ ଧରି ଧୁଳିପଦରରେ ପହଞ୍ଚି ଥିଲେ । ତାଙ୍କୁ ଗାଁ ଲୋକେ ଭବ୍ୟ ସ୍ୱାଗତ କରିବା ସହିତ ସଭା ଆୟୋଜନ କରିଥିଲେ ।
ଉପମୁଖ୍ୟମନ୍ତ୍ରୀ ପିଡିକା ନିଜ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବୁଝାଇଥିଲେ ଏବଂ ଆଗାମୀ ଦିନରେ ଆହୁରି ଭଲ ଯୋଜନା ସୀମାନ୍ତରେ ବସବାସ କରୁଥିବା ଗରିବ ଓ ଖଟିଖିଆଙ୍କ ପାଇଁ ପ୍ରସ୍ତୁତ ହେଉଛି ବୋଲି କହିଥିଲେ । ଧୁଳିପଦରରେ ସେ ଘଣ୍ଟାଏରୁ ଅଧିକ ସମୟ ରହି ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶର କୌଣସି ଅଧିକାରୀ ଯେମିତି କୋଟିଆରେ ପଶି ନ ପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ସୀମାରେ ପୁଲିସ ଜଗି ରହୁଛି । ହେଲେ ଗୁରୁବାର ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀଙ୍କ ସଭା ସଂପର୍କରେ କିପରି ପୁଲିସ ଜାଣି ପାରିଲାନି ତାହା ବିସ୍ମୟ ସୃଷ୍ଟି କରିଛି । ନିକଟ ଅତୀତରେ ଆନ୍ଧ୍ରର ଅନେକ ଅଫିସର, ନେତା କୋଟିଆରେ ପଶି ସଭାସମିତି କରି ଫେରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *