ତୁର୍କୀରେ ୮୫ଠଠ
୧୧ ହଜାର ଶବ ଉଦ୍ଧାର
ସିରିଆରେ ୨୫୩ଠ
ଅଙ୍କାରା/ନୂଆଦିଲ୍ଲୀ, ୮ା୨: ତୁର୍କୀ ଓ ସିରିଆରେ ସୋମବାର ହୋଇଥିବା ବିନାଶକାରୀ ଭୂମିକମ୍ପରେ ମୃତୁ୍ୟ ସଂଖ୍ୟା ବୁଧବାର ସନ୍ଧ୍ୟା ସୁଦ୍ଧା ୧୧,୪୧୬କୁ ବୃଦ୍ଧି ପାଇଛି । କେବଳ ତୁର୍କୀରେ ମରିଛନ୍ତି ୮୫୦୦ ଜଣ ଏବଂ ୪୯୦୦୦ରୁ ଅଧିକ ଆହତ ହୋଇଛନ୍ତି । ସିରିଆରେ ୨୫୩୦ ଶବ ମିଳିଥିବାବେଳେ ପ୍ରାୟ ୩ ଲକ୍ଷ ଲୋକ ବିସ୍ଥାପିତ ହୋଇଥିବା ଖବର ମିଳିଛି । ଜାତିସଂଘ ରିପୋର୍ଟ ଅନୁଯାୟୀ ତୁଷାରପାତ ଓ ବର୍ଷା କାରଣରୁ ଭୂକମ୍ପ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଭୂମିକମ୍ପର କେନ୍ଦ୍ରଭୂମି ବା ଏପିସେଣ୍ଟର ଗାଜିଆଣ୍ଟେପ ସହରର ଲୋକମାନେ କହିଛନ୍ତି ଯେ, ଭୂମିକମ୍ପ ତାଣ୍ଡବ ରଚିବାର ୧୨ ଘଣ୍ଟା ପରେ ମଧ୍ୟ ସେମାନଙ୍କ ନିକଟରେ ସହାୟତା ପହଞ୍ଚô ନ ଥିଲା ।
ତୁର୍କୀରେ ଅନେକ ବିଦେଶାଗତ ଦଳର ଶହ ଶହ କର୍ମୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ସିରିଆକୁ କେବଳ ଇଜିପ୍ଟ ଛୋଟ ଏକ ଟିମ୍ ପଠାଇଛି । ୨୦ଜଣିଆ ସେହି ଟିମ୍ରେ ଅଛନ୍ତି ଟେକ୍ନିସିଆନ ଓ ଡାକ୍ତର । ହ୍ୱାଇଟ୍ ହେଲ୍ମେଟ୍ସ ନାମରେ ପରିଚିତ ସିରିଆନ୍ ସିଭିଲ୍ ଡିଫେନ୍ସର ଜଣେ ଅଧିକାରୀ କହିଛନ୍ତି, ଏପର୍ଯ୍ୟନ୍ତ ତାଙ୍କ ଦେଶକୁ ବିଦେଶୀ ସହାୟତା ପହଞ୍ଚô ନାହିଁ । ବିଦ୍ରୋହୀଙ୍କ କବ୍ଚାରେ ଥିବା ଉତ୍ତର ସୀମାନ୍ତବର୍ତ୍ତୀ ବିଧ୍ୱସ୍ତ ଇଲାକାଗୁଡ଼ିକରୁ କେବଳ ଶବ ସଂଗ୍ରହ କରାଯାଉଛି ।
ଦୁଇ ଦେଶରେ ଉଦ୍ଧାର ତଥା ରିଲିଫ୍ କାର୍ଯ୍ୟ ଲାଗି ୭୦ରୁ ଅଧିକ ଦେଶ ଆଗେଇ ଆସିଛନ୍ତି । ଭାରତ ‘ଅପରେସନ ଦୋସ୍ତ’ ଅନୁସାରେ ବୁଧବାର ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ର ତୃତୀୟ ଟିମ୍କୁ ବିଭିନ୍ନ ଉପକରଣ ସହ ତୁର୍କୀ ଅଭିମୁଖେ ପଠାଉଛି । ସିରିଆ କେବଳ ଭାରତ ସରକାରଙ୍କ ଠାରୁ ଔଷଧ ଓ ଅନ୍ୟାନ୍ୟ ସହାୟତା ଲୋଡ଼ିଥିବାରୁ ସେଠାକୁ ଏନ୍ଡିଆର୍ଏଫ୍ ଟିମ୍ ପଠାଯାଇ ନାହିଁ ।
ପାକିସ୍ତାନ ତା’ର ଆକାଶସୀମା ଦେଇ ଭାରତୀୟ ବିମାନକୁ ଅନୁମତି ଦେଉ ନ ଥିବାରୁ ଦିଲ୍ଲୀରୁ ତୁର୍କୀରେ ପହଞ୍ଚôବାକୁ ସାଢ଼େ ୭ ଘଣ୍ଟା ଲାଗୁଛି । ଏନ୍ଡିଆର୍ଏଫ୍ ମହାନିଦେ୍ର୍ଦଶକ ଅତୁଲ କରୱାଲଙ୍କ ସୂଚନା ଅନୁଯାୟୀ, ୫୧ ସଦସ୍ୟ ବିଶିଷ୍ଟ ଏନ୍ଡିଆର୍ଏଫ୍ର ତୃତୀୟ ଟିମ୍ ବୁଧବାର ରାତିରେ ତୁର୍କୀ ଅଭିମୁଖେ ଯାତ୍ରା କରିବ । ଏନ୍ଡିଆର୍ଏଫ୍ ଯବାନମାନଙ୍କୁ କୁହାଯାଇଛି ଯେ, ବିଭିନ୍ନ ଆକାରର ପ୍ରାୟ ୬ ଶହ କୋଠା ତୁର୍କୀରେ ଭୁଷୁଡ଼ି ପଡ଼ିଛି । ଧ୍ୱଂସ ସ୍ତୂପ ତଳୁ ଜୀବିତ ବ୍ୟକ୍ତିଙ୍କୁ ଉଦ୍ଧାର କରି ସେମାନଙ୍କୁ ତତ୍କାଳ ଆଶୁ ଚିକିତ୍ସା ସେବା ଯୋଗାଇବା ସେମାନଙ୍କ ପ୍ରଧାନ କାର୍ଯ୍ୟ ହେବ । ତୁର୍କୀରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦୁଇଟି ଏନ୍ଡିଆର୍ଏଫ୍ ଟିମ୍ ସାଙ୍ଗରେ ୭ଟି ଚାରିଚକିଆ ଯାନ ଓ ଟ୍ରକ୍ ନେଇଛନ୍ତି । ଏହି ଟିମ୍ରେ ୫ଜଣ ମହିଳା ଅଛନ୍ତି । ପ୍ରଥମ ଥର ପାଇଁ ଏନ୍ଡିଆର୍ଏଫ୍ ଅପରେସନ୍ରେ ମହିଳାଙ୍କୁ ସାମିଲ କରାଯାଇଛି ।