ସବୁଠି ହାଇ ସିକ୍ୟୋରିଟୀ
ଆସୁଛନ୍ତି ମହାମହିମ
ଭୁବନେଶ୍ୱର, ୮ା୨(ବୁ୍ୟରୋ): ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ କଲେଜ ଆସୁଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ୧୦ ତାରିଖ ଅପରାହ୍ର ୪ଟା ୧୫ରେ ରାଷ୍ଟ୍ରପତି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ପହଞ୍ଚôବେ । ରମାଦେବୀର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ରହିବ । କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହିବେ । ଉତ୍ସବରେ ୨୨ ଜଣଙ୍କୁ ସ୍ୱର୍ଣ୍ଣପଦକ ଓ ୪ଜଣଙ୍କୁ ସମ୍ମାନସୂଚକ ଉପାଧି ଦିଆଯିବ । ଡ. ସୌମ୍ୟ ସ୍ୱାମୀନାଥନ -ଡିଏସ୍ସି, ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସି ଜାନି୍ଙ୍କୁ ଡିଲିଟ, ପଦ୍ମଶ୍ରୀ ସୁନିଥା କ୍ରିଷ୍ଣନ୍ଙ୍କୁ ଡିଲିଟ ପଦ୍ମଶ୍ରୀ, ଡ଼. ଅରୁଣା ମହାନ୍ତି-ଡିଲିଟ ଯଥାକ୍ରମେ ସାଇନ୍ସ ଓ ଟେକ୍ନୋଲୋଜି, କ୍ରିଏଟିଭ ଲିଟରେଚର, ସୋସିଆଲ ୱାର୍କ ସୋସିଆଲ ସର୍ଭିସ ଏବଂ ଓମେନ୍ ଏମ୍ପାପାଓା୍ୱରମେଣ୍ଟ, କ୍ଲାସିକାଲ ଡ୍ୟାନ୍ସ, ଆର୍ଟ ଏବଂ କଲଚର ପାଇଁ ସମ୍ମାନିତ କରାଯିବ । ଏହାସହ ୭୪୩୦ ଜଣ ଛାତ୍ରୀଙ୍କୁ ମିଳିବ ଡିଗ୍ରୀ ସାର୍ଟିଫିକେଟ । ବେଷ୍ଟ ସାଇନ୍ସ, କମର୍ସ, ଆର୍ଟସ ଏବଂ ବେଷ୍ଟ ୟୁନିଭରସିଟି ଗ୍ରାଜୁଏଟ ୨୦୨୨ଙ୍କୁ ସମ୍ମାନିତ କରାଯିବ ବୋଲି ସୂଚନା ଦେଇଛନ୍ତି ରମାଦେବୀ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ।
ରାଷ୍ଟ୍ରପତିଙ୍କୁ ଦୁଇଦିନିଆ ଗସ୍ତକୁ ଦୃଷ୍ଟିରେ ରଖି ଏୟାରପୋର୍ଟ ଠାରୁ ଆରମ୍ଭ କରି ସବୁଠି ହାଇ ସିକେୁ୍ୟାରିଟୀ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଭୁବନେଶ୍ୱର ଉପ-ଜିଲ୍ଲାପାଳ ପ୍ରଫୁଲ୍ଲ ସ୍ୱାଇଁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମହାମହିମ ରାଷ୍ଟ୍ରପତି ୧୦ ତାରିଖରେ ଓଡ଼ିଶା ଆସୁଛନ୍ତି । ସେହି ସମୟରେ ତାଙ୍କର ରାଜଭବନ, ଲିଙ୍ଗରାଜ ମନ୍ଦିର ଓ କଟକକୁ ଗସ୍ତ ଅଛି । ଯେଉଁ ଯେଉଁ ସ୍ଥାନକୁ ଗସ୍ତ ଅଛି ଆମେ ସେସବୁ ଜାଗାକୁ ଯାଉଛୁ ଓ ଯେଉଁମାନେ କାର୍ଯ୍ୟକ୍ରମ ଅନୁଷ୍ଠାନ କରୁଛନ୍ତି ସେମାନଙ୍କ ସହ ତଦାରଖ କରୁଛୁ । ପ୍ରତ୍ୟେକ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦିଆଯାଉଛି । ସବୁ ମିଟିଂ ସ୍ଥଳରେ କିପରି ଅଧିକ ସୁରକ୍ଷା ବ୍ୟବସ୍ଥା ରହିବ ସେ ନେଇ ଆଲୋଚନା କରାଯାଇଛି । ଗୁରୁବାର ପ୍ରାୟ ୧୨ଟା ବେଳେ ଫୁଲ ବ୍ୟାରିକେଡ୍ ରିହର୍ସଲ୍ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ହୋଟେଲ୍, ଏୟାରପୋର୍ଟ, ଷ୍ଟେସନ୍ ସବୁ ସ୍ଥାନରେ ହାଇ ସିକ୍ୟୋରିଟି ବ୍ୟବସ୍ଥା କରାଯାଇଛି । ପ୍ରାୟ ୪୦ ପ୍ଲାଟୁନ ପୁଲିସ ଓ ୨୦୦ ଅଫିସର ମୁତୟନ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଆଗମନରେ ସାଧାରଣ ଲୋକଙ୍କ ଯାତାୟାତରେ କୌଣସି ସମସ୍ୟା ରହିବ ନାହିଁ । ରାଷ୍ଟ୍ରପତି ମନ୍ଦିର ପରିଦର୍ଶନ ସମୟରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ ।