୫ ଦିନ ରିମାଣ୍ଡରେ ଗୋପାଳ

ଭୁବନେଶ୍ୱର, ୮ା୨(ବୁ୍ୟରୋ) : ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ପୁଣି ୫ ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ଗୋପଳ । ପୂର୍ବରୁ ପ୍ରଥମ ଦଫାରେ ୪ ଦିନ ଓ ଦ୍ୱିତୀୟ ଦଫାରେ ୪ ଦିନିଆ ରିମାଣ୍ଡରେ ଆଣି କ୍ରାଇମ ବ୍ରାଞ୍ଚ ଗୋପା୍ରକୁ ମାରାଥନ ଜେରା କରିଥିଲା । ଆଜି ତୃତୀୟ ଦଫାରେ ପୁଣି ୫ ଦିନିଆ ରିମାଣ୍ଡ ଆବେଦନ କରିଥିବା ତଦନ୍ତକାରୀ ସଂସ୍ଥା । ମାମଲାର ବିଚାର କରି ଝାରସୁଗୁଡା ଜେଏମ୍ଏଫ୍ସି କୋର୍ଟ ତୃତୀୟ ଦଫାରେ ପୁଣି ୫ ଦିନିଆ ରିମାଣ୍ଡ ଆବେଦନକୁ ଅନୁମତି ଦେଇଛନ୍ତି । ଏହି ରିମାଣ୍ଡ ଅବଦ୍ଧ ସମୟରେ ଅଭିଯୁକ୍ତ ଗୋପାଳ ଦାସଙ୍କର ନାର୍କୋ ଟେଷ୍ଟ ଏବଂ ପଲିଗ୍ରାଫ ଟେଷ୍ଟ କରାଯିବ । ଏଥିନିମନ୍ତେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଅଭିଯିକ୍ତଙ୍କୁ ଗୁଜୁରାଟ ନିଆଯାଇଥିଲା । ଝାରସୁଗୁଡା
ବିମାନ ବନ୍ଦର ରୁ ପ୍ରଥମେ କଲିକତା ଓ ପରେ କଲିକତାରୁ ଗୁଜୁରାଟ ଗାନ୍ଧୀ ନଗର କୁ ନିଆଯାଇଛି । ସେଠାରେ ଥିବା ଫରେନ୍ସସିକ୍ ସାଇନ୍ସ ସର୍ଭିସ ନିଦେ୍ର୍ଦଶାଳୟରେ ଗୋପାଳର ନାର୍କୋ ଟେଷ୍ଟ କରାଯିବ । ଏହାପରେ ଅଭିଯୁକ୍ତ କୁ ଭୁବନେଶ୍ୱର ଅଣାଯାଇ ପଲିଗ୍ରାଫ ଟେଷ୍ଟ କରାଯିବ । ଅପରପକ୍ଷରେ ବୁଧବାର ପୂର୍ବହ୍ନରେ ଘଟଣା ସ୍ଥଳର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ଏବଂ ତଦନ୍ତର ଅନୁଧ୍ୟାନ କରୁଥିବା ପୂର୍ବତନ ବିଚାରପତି ଜଷ୍ଟିସ୍ ଜେ.ପି.ଦାସ । କ୍ରାଇମ ସ୍ପଟ୍ ଅନୁଧ୍ୟାନ କରିବା ପରେ ପୋଲିସ୍ ଡିଜି ସୁନିଲ ବଂଶଲ କହିଥିଲେ ଯେ, ତଦନ୍ତକୁ ଆଉ କିଛି ଦିନ ଲାଗିବ । କାରଣ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି । ତଦନ୍ତ ପାଇଁ ପୋଲିସ ଡିଜିଙ୍କ ସହିତ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଏବଂ ଗୁଇନ୍ଦା ନିଦେ୍ର୍ଦଶକ ସଞ୍ଜୀବ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ସେହିପରି ଘଟଣା ସ୍ଥଳ ଅନୁଧ୍ୟାନ କରିବା ପରେ ପୂର୍ବତନ ବିଚାରପତି ଜଷ୍ଟିସ୍ ଜେ.ପି.ଦାସ କହିଥିଲେ ଯେ, ଅଭିଯୁକ୍ତର ଭଏସ୍ ଏନାଲିସିସ୍ ଟେଷ୍ଟ କରାଯାଇଛି । ଆହୁରୀ ଟେଷ୍ଟ ହେବାର ବାକି ରହିଛି । ଏହି ଅପରାଧ ପଛରେ ରହସ୍ୟ ଖୋଜା ଚାଲିିଛି । ତଦନ୍ତ ଠିକ୍ ବାଟରେ ଚାଲିଛି । ଏଭଳି ମାମଲାର ତଦନ୍ତ ଶେଷ କରିବାର ପ୍ରାବଧାନ ୧୨୦ ଦିନ ରହିଛି । ତେଣୁ ୧୦ ଦିନ ମଧ୍ୟରେ ରହସ୍ୟ କିଭଳି ଜଣାପଡିବ ବୋଲି କହିଥିଲେ ଜଷ୍ଟିସ୍ ଶ୍ରୀ ଦାସ ।
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ରାଜନୀତି ସରଗରମ ହୋଇଛି । ଦିନ ଯେତିକି ଗଡୁଛି, ଘଟଣା ଉପରେ ସେତିକି ସସପେନ୍ସ ବଢିବାରେ ଲାଗିଛି । ଏହାରି ଭିତରେ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବିସ୍ପୋରକ ବୟାନ ଚର୍ଚ୍ଚାକୁ ପୁଣି କୋରକ୍ ଯୋଗାଇଛି । ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେବା ନିଶା ନବଙ୍କ ପାଇଁ କାଳ ହେଲା । ନବୀନଙ୍କ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ । ବିଜେଡ଼ିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହିଁ ହେଲା ନବଙ୍କ ପାଇଁ କାଳୟ ନବୀନ ବାବୁଙ୍କ ପରେ କିଏ ହେବ ମୁଖ୍ୟମନ୍ତ୍ରୀ । ସେହି ବିବାଦ ହିଁ ନବ ଦାସଙ୍କ ହତ୍ୟାର କାରଣ । ନବ ଦାସ କାହିଁକି ଯାଇଥିଲେ ଶନିଙ୍କ ମନ୍ଦିର । ସେ ତ କ୍ୟାବିନେଟ ମନ୍ତ୍ରୀ ଥିଲେ ଭଲ ପାଇସା ବି ଥିଲା । ଶୁଣାଯାଉଛି ମୁଖ୍ୟମନ୍ତ୍ରୀ ଆଶାରେ ଜ୍ୟୋତିଷଙ୍କ ଉପଦେଶ କ୍ରମେ ସେ ଶନିଙ୍କ ପାଖକୁ ଯାଇଥିଲେ । ଅର୍ଥାତ ଏବେ ଯିଏ ସ୍ୱପ୍ନ ଦେଖୁଛି ବିଜେଡ଼ିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ ହିଁ ହତ୍ୟାକାରୀ । ଏହା ସଂପୂର୍ଣ୍ଣ ରାଜନୈତିକ ହତ୍ୟାକାଣ୍ଡ । ତେଣୁ ସରକାର ଜାଣିଶୁଣି ହତ୍ୟାକାରୀକୁ ସୁରକ୍ଷା ଦେଉଛନ୍ତି । ତେଣୁ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଶ୍ରୀ ପୁରୋହିତ । ସେହିପରି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି , ନବ ଦାସଙ୍କ ହତ୍ୟାକାଣ୍ଡର ଗୋପାଳ କେବଳ ସୁଟର କିନ୍ତୁ ହ୍ୟାଣ୍ଡଲର କିଏ ତା’ର କାରଣ ଖୋଜୁନି ପୁଲିସ । ଏହା ପଛରେ ବହୁତ ବଡ଼ ବଡ଼ ମୁଣ୍ଡ ରହିଛି । ଗୋପାଳ ଦାସ କେବଳ ଜଣେ ସୁଟର କିନ୍ତୁ ହ୍ୟାଣ୍ଡଲର କିଏ ତା’ର କାରଣ ଖୋଜିବା ପାଇଁ ପୋଲିସ ଚେଷ୍ଟା କରୁନି । ଓଡିଶା ପୁଲିସ ତଦନ୍ତ ନାଁ ରେ କେବଳ ଡ୍ରାମା କରୁଛି । ଗୋପାଳର ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରୁଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ବି ତଥ୍ୟ କି କାରଣ ବି ବାହାରି ପାରିଲନି । ଲିଫାପୋତି କରି ଏହି ଘଟଣାକୁ ସମ୍ପୂର୍ଣ୍ଣ ଚାପିଦେବେ ରାଜ୍ୟ ସରକାର । ସେହିପରି ଜଷ୍ଟିସ୍ ଜେପି ଦାସଙ୍କ ମନ୍ତବ୍ୟକୁ ନେଇ ମଧ୍ୟ ଶ୍ରୀ ମିଶ୍ର କଡ଼ା ସମାଲୋଚନା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *