ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମୋଦିଙ୍କ ଜବାବ

ଇଡି ଯୋଗୁ ବିରୋଧୀ ଏକଜୁଟ
ନୂଆଦିଲ୍ଲୀ, ୮ା୨: ବଜେଟ୍ ଅଧିବେଶନରେ ନବମ ଦିନ (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ହୋଇଥିବା ଆଲୋଚନାର ଉତ୍ତର ଦେଇଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ଭାଷଣରେ କୋଟି କୋଟି ଭାରତୀୟଙ୍କୁ ମାର୍ଗଦର୍ଶନ ଦେଇଛନ୍ତି । ଗଣତନ୍ତ୍ରର ମୁଖ୍ୟ ଭାବେ ତାଙ୍କ ଉପସ୍ଥିତି ଦେଶର ନାରୀ ସମାଜ ପାଇଁ ପ୍ରେରଣାଦାୟକ ।
୮୫ ମିନିଟ୍ର ଭାଷଣରେ ସେ କହିଥିଲେ, ସବୁ ବିରୋଧୀ ଦଳ ସମସ୍ୱରରେ ସରକାରଙ୍କୁ ସମାଲୋଚନା କରୁଛନ୍ତି । ମନେହେଉଥିଲା ନିର୍ବାଚନରେ ଏମାନେ ଗୋଟିଏ ମଞ୍ଚକୁ ଆସିବେ, ତା’ ହେଲାନାହିଁ । ତେବେ ବିରୋଧୀମାନେ ଆଜି ଯେ ଏକଜୁଟ ହୋଇଛନ୍ତି ସେଥିପାଇଁ ଇଡି (ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ)କୁ ଧନ୍ୟବାଦ ଦେବାକୁ ହେବ । ପ୍ରଧାନମନ୍ତ୍ରୀ ରାହୁଲ ଗାନ୍ଧୀ, କଂଗ୍ରେସ ଓ ୟୁପିଏ ସରକାରକୁ ଟାର୍ଗେଟ କରି ୟୁପିଏର୧ଠ ବର୍ଷର ଶାସନକାଳରେ ହୋଇଥିବା ଘୋଟାଲାଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ, ୨୦୦୪ରୁ ୨୦୧୪ ଏହି ଦଶ ବର୍ଷ ଭିତରେ ପ୍ରତ୍ୟକ ସୁଯୋଗକୁ ୟୁପିଏ ସମସ୍ୟାରେ ପରିଣତ କରିଥିଲା । ପ୍ରଯୁକ୍ତି ସୂଚନାର ଯୁଗ ଆଗଉଥିବାବେଳେ ୟୁପିଏ ୨ଜିରେ ଫସି ରହିଥିଲା । ସିଭିଲ୍ ନୁ୍ୟକ୍ଲିୟର ଡିଲ୍ ଆଲୋଚନାବେଳେ ୟୁପିଏ କ୍ୟାସ୍ ଫର୍ ଭୋଟ୍ରେ ଛନ୍ଦି ହୋଇଥିଲା ।
ପ୍ରଧାନମନ୍ତ୍ରୀ ଗୌତମ ଅଡ଼ାଣୀଙ୍କ ସମ୍ପର୍କରେ କିଛି କହି ନ ଥିଲେ । ଏହା ଉପରେ ପ୍ରତିକ୍ରିୟା ଦେଇ ସଂସଦ ବାହାରେ ରାହୁଲ ଗାନ୍ଧୀ କହିଥିଲେ ଯେ, ଅଡ଼ାଣୀ ବନ୍ଧୁ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଚୁପ୍ ରହିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *