ପ୍ରକାଶ ପାଇଲା ଜେଇଇ ମେନ୍ ରିଜଲ୍ଟ
ନୂଆଦିଲ୍ଲୀ, ୭ା୨: ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍ଟିଏ) ପକ୍ଷରୁ ମଙ୍ଗଳବାର ଇଞ୍ଜିନିୟରିଂ ପ୍ରବେଶ ପରୀକ୍ଷା ଜେଇଇ-ମେନ୍ ୨୦୨୩ ଫଳ ଘୋଷଣା କରାଯାଇଛି । ଏହାର ଜାନୁଆରୀ ସଂସ୍କରଣରେ ୨ଠ ପରୀକ୍ଷାର୍ଥୀ ପର୍ଫେକ୍ଟ ୧ଠଠ ନମ୍ବର ହାସଲ କରିଛନ୍ତି । ଏନ୍ଟିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୫ଠ ପରୀକ୍ଷାର୍ଥୀଙ୍କ ଏନ୍ଟିଏ ସ୍କୋରକୁ ରୋକି ଦିଆଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ଦ୍ୱିତୀୟ ସଂସ୍କରଣ ଏପ୍ରିଲ୍ରେ ଆୟୋଜିତ ହେବ । ଜେଇଇ ମେନ୍ ୨୦୨୩ ଜାନୁଆରୀ ୨୪ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧ରେ ସରିଥିଲା । ଏଥର ୮.୬ ଲକ୍ଷ ଛାତ୍ରଛାତ୍ରୀ ପେପର-୧ ପାଇଁ, ୪୬ ହଜାର ଛାତ୍ରଛାତ୍ରୀ ପେପର-୨ ପାଇଁ ପରୀକ୍ଷା ଦେଇଥିଲେ ।