୩ ମାସରେ ସରିବ ବୋରିଂ କାମ

ଗୋପ (ଆପ୍ର): ପୁରୀ ଜିଲ୍ଲା ଗୋପ ବ୍ଲକ୍ରେ ଅଏଲ୍ ଇଣ୍ଡିଆ କମ୍ପାନୀର ତେଲ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ପାଇଁ ଲାଗିଲା ରିଗ୍ ମେସିନ୍ । ଦିଲ୍ଲୀର ଏକ ଘରୋଇ ସଂସ୍ଥା କ୍ୱିପୋ ହାତରେ ଏହି ଦାୟିତ୍ୱ ରହିଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଫୁଟ୍ ତଳକୁ ଖୋଳିବା ପାଇଁ ରିଗ୍ ମେସିନ ଲଗାଯାଇଛି । ଗୋପର କୁଶୁପୁର ମୌଜାରେ ୮ ଏକର ଜମିରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ୧୦ ହଜାର ଫୁଟ୍ ତଳୁ କାଦୁଅକୁ ବିଶୋଧନ କରାଯିବା ସହିତ ତାକୁ ନେଇ ପରୀକ୍ଷଣ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଆସନ୍ତା ୩ ମାସ ମଧ୍ୟରେ ତୈଳ କମ୍ପାନୀର ବୋରିଙ୍ଗ କାର୍ଯ୍ୟ ଶେଷ ହେବ ବୋଲି ଜଣାପଡ଼ିଛି । ପର୍ଯ୍ୟାୟକ୍ରମେ ବାହାରିବାକୁ ଥିବା କାଦୁଅରୁ ଅଶୋଧିତ ତେଲର ଯାଞ୍ଚ କରାଯିବ । ପରେ ପାରାଦୀପ ତୈଳ ବିଶୋଧନଗାରକୁ ପଠାଯିବ । ଆସନ୍ତା ୩ ବର୍ଷ ମଧ୍ୟରେ ଖନନ କାର୍ଯ୍ୟ ଶେଷ ହେବ । ତା’ ପରେ କେତେ ପରିମାଣରେ ତୈଳ ପ୍ରାକୃତିକ ଗ୍ୟାସ ଡିଜେଲ୍, ପେଟ୍ରୋଲ୍ ଆଦି ରହିଛି ତାହା ଜଣାପଡ଼ିବ । ଅଶୋଧିତ ତୈଳ ଉତ୍ତୋଳନ ପ୍ରକ୍ରିୟା ଚାଲିବ ବୋଲି ସୂଚନା ମିଳୁଛି । ଅଏଲ୍ ଇଣ୍ଡିଆ ସର୍ଭେରୁ ଏଠାରେ ତେଲ ମିଳିବା ନେଇ ସନ୍ଧାନ ମିଳିବା ପରେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ଦେଶର ୫୦ରୁ ଊଦ୍ଧ୍ୱର୍ ଅତ୍ୟାଧୁନିକ ମେସିନ ଲଗାଯାଇଛି । ଆସାମର ଅଭିଜ୍ଞ କର୍ମଚାରୀ ଖନନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗୋପ ବ୍ଲକ୍ର କୁଶୁପୁର, ମହାଲପଡ଼ା ପଞ୍ଚାୟତର ଚିତ୍ରା ଗ୍ରାମରେ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ସନ୍ଧାନ ମିଳିବା ପରେ ୨ଟି ପର୍ଯ୍ୟାୟରେ ଖୋଳିବା କାମ ଶେଷ ହୋଇଥିଲା ।
ପ୍ରାଥମିକ ପର୍ଯ୍ୟାୟରେ କୁଶୁପୁର ଅଞ୍ଚଳରୁ ୮ ଏକର ଜମି ଚିହ୍ନଟ କରାଯାଇ ୩୭ ଜଣ ଚାଷୀଙ୍କ ଜମିକୁ ଲିଜ୍ ଆକାରରେ ନିଆଯାଇ ୯୭ ଲକ୍ଷ ଟଙ୍କା ବ୍ୟାଙ୍କ ଚେକ୍ ମାଧ୍ୟମରେ ଚୁକ୍ତିପତ୍ର ସ୍ୱାକ୍ଷରିତ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଗୋପ ବ୍ଲକ୍ର ମହଲପଡ଼ା ପଞ୍ଚାୟତର ଚିତ୍ରା ଗ୍ରାମରେ ଖନନ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ଦୈନିକ ନୂଆ ନୂଆ ଜ୍ଞାନ କୌଶଳର ଅତ୍ୟାଧୁନିକ ମେସିନ ଓ ଯନ୍ତ୍ରାଂଶ ଖାନନ କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ସ୍ଥାନୀୟ ବ୍ୟକ୍ତିଙ୍କ ମଧ୍ୟରେ ଯେତିକି ଉକ୍ରଣ୍ଠା ସେତିକି ଭୟଭୀତ ମଧ୍ୟ ଲାଗୁଛି । କାରଣ ବିଭିନ୍ନ ବ୍ୟକ୍ତିଙ୍କ ମନରୁ ବିଭିନ୍ନ କଥା ମଧ୍ୟ ଶୁଣିବାକୁ ମିଳୁଛି । କିନ୍ତୁ କାର୍ଯ୍ୟରତ ବିଭାଗୀୟ ଅଧିକାରୀଙ୍କ କହିବା କଥା ଯେ ଏଠାରେ ବର୍ତ୍ତମାନ ସୁଦ୍ଧା କୌଣସି ଭୟଭୀତ ହେବାର ନାହିଁ । ଏଠାରେ ସମସ୍ତ ଅଭିଜ୍ଞ ସମ୍ପନ୍ନ ବ୍ୟକ୍ତିମାନଙ୍କୁ ନେଇ କାର୍ଯ୍ୟକ୍ରମ ଚାଲିଛି । କେତେଦୂର ଓ କେତେ ପରିମାଣରେ ଏଠାରେ ତୈଳ କି ଗ୍ୟାସ କି ଅନ୍ୟ କିଛି ଦ୍ରବ୍ୟ ବାହାରିବ ତାହା କହିବା ଠିକ୍ ହେବନି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *