ତୁର୍କୀରେ ମାନବୀୟ ସଂକଟ

ଉଦ୍ଧାର କାର୍ଯ୍ୟରେ ବର୍ଷା ବାଧକ
ଛୁଟୁଛି ସହୟତାର ସୁଅ
ଭାରତୀୟ ବିମାନକୁ ବାଟ ଛାଡ଼ିଲାନି ପାକ୍
ଇସ୍ତାନବୁଲ୍ (ଏଜେନ୍ସି): ସୋମବାର ତୁର୍କୀ ଏବଂ ସିରିଆରେ ସଂଘଠିତ ପ୍ରଳୟଙ୍କରୀ (୭.୮ ତୀବ୍ରତା ସମ୍ପନ୍ନ) ଭୂକମ୍ପ ଯୋଗୁ ମୃତୁ୍ୟ ସଂଖ୍ୟା ୫୧ଠଠ ଛୁଇଁଛି । ସେହିପରି ଆହତଙ୍କ ସଂଖ୍ୟା ୮ଠ ହଜାରରୁ ଊଦ୍ଧ୍ୱର୍ ହେବ ବୋଲି ଆକଳନ କରାଯାଉଛି । ସେହିପରି ଏହି ଭୂକମ୍ପ ଯୋଗୁ ପ୍ରାୟ ୨୫ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । କେବଳ ତୁର୍କୀ, ସିରିଆ ନୁହେଁ ବରଂ ଅନ୍ୟ ଦୁଇ ଦେଶ ଇସ୍ରାଏଲ ଏବଂ ଲେବାନନ୍ରେ ମଧ୍ୟ ଲୋକେ ପ୍ରଭାବିତ ହୋଇଛନ୍ତି । ତେବେ ଲେବାନନ୍ ଏବଂ ଇସ୍ରାଏଲ୍ ତୁଳନାରେ ତୁର୍କୀ ଏବଂ ସିରିଆରେ ଭୂକମ୍ପର ଭୟାବହ ପରିଣାମ ଦେଖିବାକୁ ମିଳିଛି । ଗୋଟିଏ ପଟେ ଲଗାଣ ହିମବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେଉଥିବା ବେଳେ ଅନ୍ୟପଟେ ମଙ୍ଗଳବାର ଦିନ ତୁର୍କୀରେ ୫ମ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ମଙ୍ଗଳବାର ସଂଘଠିତ ଭୂକମ୍ପ ତୀବ୍ରତା ୫.୭ ରହିଥିବା କୁହାଯାଉଛି । ଏସବୁ ମଧ୍ୟରେ ଭଗ୍ନାବଶେଷ ତଳେ କିଛି ଲୋକଙ୍କ ଆର୍ତ୍ତ ଚିକ୍ରାର ଆସିବାରେ ଲାଗିଛି । ସୁତରାଂ ଏମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟକୁ ବିଭିନ୍ନ ଦେଶରୁ ଆସିଥିବା ଉଦ୍ଧାରକାରୀ ଦଳ ମିଳିତ ଭାବେ ଜୋରଦାର କରିଛନ୍ତି । ବିଳମ୍ବ ହେଲେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଏସବୁ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ତୁର୍କୀ ସିରିଆରେ ଭୂକମ୍ପଜନିତ ମୃତୁ୍ୟ ତଥା ଆହତଙ୍କ ସଂଖ୍ୟା ୮ଗୁଣ ବୃଦ୍ଧି ପାଇବା ନେଇ ଆଶଙ୍କା ବ୍ୟକ୍ତ କରିଛି । ତୁର୍କୀ ଏବଂ ସିରିଆରେ ଆସିଥିବା ଏପ୍ରକାର ବିପତ୍ତି ପରେ ଏବେ ବିଶ୍ୱସ୍ତରରୁ ସହାୟତାର ହାତ ବଢ଼ିଛି । ଭାରତ ସମେତ ଅନେକ ଦେଶ ତୁର୍କୀ ଏବଂ ସିରିଆକୁ ଉଦ୍ଧାରକାରୀ ଦଳଙ୍କ ସମେତ ଡାକ୍ତରୀ ଦଳ, ଖାଦ୍ୟ ସାମଗ୍ରୀ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ (ରିଲିଫ୍) ପଠାଇବା ଆରମ୍ଭ କରିଦେଇଛନ୍ତି । ଆମେରିକା ଏବଂ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ମଧ୍ୟ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦିଆଯାଇଛି । ତେବେ ଭାରତ ମାନବିକତା ଆଧାରରେ ତୁର୍କୀକୁ ପଠାଇଥିବା ଦଳଙ୍କୁ ନେଇ ଉଡାଣ ଭରିଥିବା ସାମରିକ ବିମାନ (ଏୟାରଫୋର୍ସର ସି-୧୭)କୁ ପାକିସ୍ତାନ ଏୟାରସ୍ପେଶ୍ ଦେଇନଥିବା ଜଣାପଡିଛି । ଫଳରେ ଭାରତୀୟ ବାୟୁସେନାର ଏହି ବିମାନ ହିଣ୍ଡନ୍ ଏୟାରବେସ୍ରୁ ଉଡାଣ ଭରିବା ସହ ଅନ୍ୟ ମାର୍ଗ ଦେଇ ଇସ୍ତାନବୁଲ୍ ଅଭିମୂଖେ ଯାତ୍ରା କରିଥିଲା । ରିପୋର୍ଟ ଲେଖାହେବା ସୁଦ୍ଧା ବିମାନଟି ଇସ୍ତାନବୁଲ୍ର ଆଡାନା ଏୟାରପୋର୍ଟରେ ପହଞ୍ଚôସାରିଛି । ତେବେ ଏହି ଘଟଣାକୁ ନେଇ ଏବେ ଯେଉଁଠି ଭାରତର ପ୍ରଶଂସା କରାଯାଉଛି ସେଠାରେ ପାକିସ୍ତାନର ଆଭିମୁଖ୍ୟକୁ ତୀବ୍ର ନିନ୍ଦା କରାଯାଉଛି । ତୁର୍କୀ ଭାରତର ସହାୟତାକୁ ନେଇ କୃତଜ୍ଞତା ବ୍ୟକ୍ତ କରିଛି । ଭାରତୀୟ ଏନ୍ଡିଆରଏଫ୍ ଦଳ ଆଧୁନିକ ଡ୍ରିଲିଂ ଉପକରଣ, ଚିକିତ୍ସା ସହାୟତା ଏବଂ ତାଲିମପ୍ରାପ୍ତ କୁକୁର ଦଳ ସହିତ ସେଠାକୁ ଯାତ୍ରା କରିବା ପରେ ତୁରନ୍ତ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଏକ ଅସ୍ଥାୟୀ ହସ୍ପିଟାଲ ପ୍ରସ୍ତୁତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *