ହାଇକୋର୍ଟ ପ୍ରୋସିଜିଓରରେ ତଦନ୍ତ
ଝାରସୁଗୁଡାରେ ଜଷ୍ଟିସ୍ ଦାସ, ପୁଲିସ ଡିଜି
ବୁଧବାର ସରିବ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ
ପ୍ରୟାଗରାଜରେ ଅସ୍ଥି ବିସର୍ଜନ କଲେ ନବଙ୍କ ପୁଅ
ଭୁବନେଶ୍ୱର, ୭ା୨(ବୁ୍ୟରୋ): ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ନେଇ ବିଭିନ୍ନ ମଲହରେ ଚର୍ଚ୍ଚା ଆଲୋଚନା ଜାରି ରହିଛି । ଏହାରି ଭିତରେ ହାଇକୋର୍ଟଙ୍କ ପ୍ରସିଜିଓର ଅନୁଯାୟୀ ମାମଲାର ତଦନ୍ତ କରାଯାଉଛି । ବିରୋଧୀ ଦ୍ର ଗୁଡିରକ ପକ୍ଷରୁ ତଦନ୍ତକୁ ନେଇ ଯେଉଁ ପ୍ରଶ୍ନ ଉଠୁଛି ତାହାର ଉତ୍ତର ସେମାନେ ହିଁ କହିବେ । ମାମଲାର ନିରୀକ୍ଷଣ କରିବା ପାଇଁ ଝାରସୁଗୁଡା ଯାଉଥିବା ବେଳେ ଭୁବନେଶ୍ୱନର ବିମାନ ବନ୍ଦରରେ ଗଣମାଧ୍ୟକୁ ଏଭ୍ରି ପ୍ରତିକ୍ରୀୟା ଦେଇଛନ୍ତି ଜଷ୍ଟିସ୍ ଜେପି.ଦାସ । ଏହି ପ୍ରସଙ୍ଗରେ ସୂଚନା ଦେଇ ଜଷ୍ଟିସ୍ ଦାସ କହିଛନ୍ତି ଯେ, ଆବଶ୍ୟକ ପଡିଲେ ସେ ଘଟଣା ସ୍ଥଳକୁ ଯିବେ । ଝାରସୁଗୁଡାରେ ପହଞ୍ଚିବା ପରେ କଣ କରାଯିବ , ସେ ନେଇ ସ୍ଥିର କରାଯିବ । ଯେହେତୁ ଆଜି କ୍ରାଇମ ସିନ୍ ରିକ୍ରୀୟସନ୍ ଚାଲିଛି, ତେଣୁ ଆଇ.ଓ ଏବଂ ଅନ୍ୟ ତଦନ୍ତକାରୀ ଅଧିକାରୀ ଘଟଣାସ୍ଥଳରେ ଅଛନ୍ତି । ଆସନ୍ତାକାଲି ସେମାନଙ୍କ ସହିତ ଆଲୋଚନା କରାଯିବ । ପରାମର୍ଶ ଅନୁଯାୟୀ ତଦନ୍ତ ହୋଉଛି କି ନାହିଁ ତାହାର ନିରୀକ୍ଷଣ କରାଯିବ । ଆଉ କିଛି ଆବଶ୍ୟକ ପଡିଲେ ପଦକ୍ଷେପ ନିଆଯିବ । ମାମଲାର ଠିକ୍ ତଦନ୍ତ ଚାଲିଥିବା ଖବର ମିଳିଛି । ଏହା ପରେ ତଦନ୍ତର ଅଗ୍ରଗତି ଦେଖିବାକୁ ପଡିବ । ସେଠାରେ ପହଞ୍ଚିବା ପରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ କୁହାଯାଇପାରିବ । ଯେହେତୁ ସେ ମାମଲାର ତଦନ୍ତ କରୁନାହାନ୍ତି , ତେଣୁ ମ୍ୟାଜିକ ବ୍ୟାଣ୍ଡ ଭଳି ବାଡି ହଲାଇଦେଲେ ମ୍ୟଜିକ୍ ହୋଇଯିବନି । ତେଣୁ ସେଠାରୁ ଫେରିବା ପରେ ତଦନ୍ତକୁ ନେଇ ଅଧିକ କୁହାଯାଇପାରିବ । ସମସ୍ତଙ୍କ ବିଶ୍ୱାସ ନ୍ୟାୟ ବ୍ୟବସ୍ଥା ଉପରେ ରହିଛି । ତେଣୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଜଷ୍ଟିସ୍ ଦାସ କହିଛନ୍ତି । ସେହିପରି ତଦନ୍ତର ଅନୁଧାୟନ ପାଇଁ ଆଜି ପୋଲିସ ଜିଡି ସୁନୀଲ ବଂଶଲ, ଆଇନ ଶୃଙ୍ଖଳା ଓଡିଜି ରାଧାକୃର୍ଷ୍ଣ ଶର୍ମା ଏବଂ ଗୁଇନ୍ଦା ନିଦେ୍ର୍ଦଶକ ସଂଜୀବ ପଣ୍ଡା ପ୍ରମୁଖ ଝାରସୁଗୁଡା ଗସ୍ତ କରିଛନ୍ତି ।
ଅପରପକ୍ଷରେ ଅଭିଯୁକ୍ତ ଏଏସ୍ଆଇ ଗୋପଳ ଦାସଙ୍କୁ ଦ୍ୱିତୀୟ ଥର ପାଇଁ ୪ ଦିନିଆ ରିମାଣ୍ଡରେ ଆଣି କ୍ରାଇମ ସିନ୍ର ରିକ୍ରୀଏସନ୍ କରିଛନ୍ତି କ୍ରାଇମ ବ୍ରାଞ୍ଚ । ଆଜି ଦ୍ୱୀତୟ ପର୍ଯ୍ୟୟ ରିମାଣ୍ଡରେ ଶେଷ ଦିନରେ ଅଭିଯୁକ୍ତ ଗୋପାଳକୁ କ୍ରାଇମ୍ ପ୍ସାଟ୍ କୁ ନିଆଯାଇଥିଲା । ସେଠାରେ ଏକ ନକଲି ବନ୍ଧୁକ ଦିଆଯାଇଥିଲା । କିଭଳି ଅଭିଯୁକ୍ତ ଜଣକ ମନ୍ତ୍ରୀ ନବୀ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ତାହାର ଡେମୋ ଦେଖାଇଥିଲା । ପାଖାପାଖି ୪୫ ମିନିଟ ଧରି ଅଭିଯୁକ୍ତ ଗୋପଳ କ୍ରାଇମ ସିନର ଡେମୋ ଦେଖାଇଥିବା ବେଳେ ସମସ୍ତ ଘଟଣାର ଭିଡିଓଗ୍ରାଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ତଦନ୍ତକାରୀ ଟିମ୍ ଏହାକୁ ପ୍ରମାଣ ଆକାରରେ କୋର୍ଟରେ ଦାଖଲ କରିବେ । ତେବେ ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀ ନବ ଦାସଙ୍କୁ ଅଭିଯୁକ୍ତ ଗୋପଳ କାହିକି ହତ୍ୟା କଲା ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟରେ ପ୍ରୋଡୁ୍ୟସ୍ କରିବା ପରେ ପୁଣି ରିମାଣ୍ଡରେ ଅଣିବାକୁ କ୍ରାଇମ୍ ବ୍ରାଞ୍ଚ ଯୋଜାନା କରିଥିବା ସୂଚନା ମିଳିଛି । ଅପରପକ୍ଷରେ ଆଜି ମନ୍ତ୍ରୀ ନବୀ ଦାସଙ୍କ ହତ୍ୟାର ୧୦ ଦିନ ବିତିଯାଇଥିବା ବେଳେ ପ୍ରୟାଗ ରାଜ ରେ ନବଙ୍କ ଅସ୍ତି ବିସର୍ଜନ କରିଛନ୍ତି ନବଙ୍କୁ ପୁଅ ବିଶାଲ ଦାସ ।