ତାଳଚେରରେ ୫ଜି
ଭୁବନେଶ୍ୱର/ ତାଳଚେର, ୭ା୨ (ବୁ୍ୟରୋ): ରିଲାଏନ୍ସ ଜିଓ ପକ୍ଷରୁ ତାଳଚେର ସହରରେ ମଙ୍ଗଳବାର ଟ୍ରୁ-୫ଜି ସେବା ଶୁଭାରମ୍ଭ ହୋଇଛି । ଏହା ପୂର୍ବରୁ ରାଜ୍ୟର ୧୨ ସହର ଯଥା- ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର ଓ ଅନୁଗୁଳର ନାଲ୍କୋ ଟାଉନ୍ସିପ୍ରେ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଥିଲା । ଅଧିକାଂଶ ସହରରେ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ୫ଜି ସେବାର ଶୁଭାରମ୍ଭ କରିଛି ।
ମଙ୍ଗଳବାର ଦେଶର ଅନ୍ୟ ୯ ସହର ଯଥା- ଇନ୍ଦପୁର, ମଦନାପଲ୍ଲେ ଓ ପ୍ରୋଦ୍ଦାତୁର(ଆନ୍ଧ୍ର), ରାୟପୁର(ଛତିଶଗଡ଼), ପଟିଆଲା(ପଞ୍ଜାବ), ଅଲୱର(ରାଜସ୍ଥାନ), ମନଚେରିୟଲ(ତେଲେଙ୍ଗାନା), ଗୋରଖପୁର(ୟୁପି), ରୁରକି(ଉତ୍ତରାଖଣ୍ଡ)କୁ ଜିଓ ଟ୍ରୁ-୫ଜି ସେବା ଯୋଗାଇ ଦିଆଯିବା ଫଳରେ ଦେଶରେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଥିବା ସହର ସଂଖ୍ୟା ୨୩୬କୁ ବୃଦ୍ଧି ପାଇଛି । ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତ ଅସୀମିତ ଡାଟା ଅନୁଭୂତି ହାସଲ କରିବା ଲାଗି ଏହି ସହରଗୁଡ଼ିକରେ ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯାଇଛି । ଅଫର ଅନୁଯାୟୀ ରିଲାଏନ୍ସ ଜିଓ ୧ ଜିବିପିଏସ୍ ଠାରୁ ଅଧିକ ଦ୍ରୁତତର ୫ଜି ଇଣ୍ଟରନେଟ ସେବା ଯଥା ଇ-ଗଭର୍ଣ୍ଣାନ୍ସ, ଶିକ୍ଷା ଅଟୋମେସନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଗେମିଂ, ହେଲ୍ଥ କେୟାର, କୃଷି, ଆଇଟି ଇତ୍ୟାଦି ଯୋଗାଇବ ।