ଶପଥ ନେଲେ ସୁପ୍ରିମ୍କୋର୍ଟର ୫ ନୂଆ ଜଜ୍
ନୂଆଦିଲ୍ଲୀ, ୬ା୨: ସୋମବାର ସୁପ୍ରିମ୍କୋର୍ଟରେ ୫ ଜଣ ନୂଆ ଜଜ୍ ଯୋଗ ଦେଇଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ପୂର୍ବାହ୍ଣ ୧୦.୩୦ରେ ଆରମ୍ଭ ହୋଇଥିଲା ।
ନୂଆ ଜଜ୍ମାନଙ୍କ ମଧ୍ୟରୁ ୩ ଜଣ ଜଷ୍ଟିସ୍ ପଙ୍କଜ ମିତ୍ତଲ, ଜଷ୍ଟିସ୍ ସଞ୍ଜୟ କରୋଲ ଓ ଜଷ୍ଟିସ୍ ପିଭି ସଞ୍ଜୟ କୁମାର ଯଥାକ୍ରମେ ରାଜସ୍ଥାନ, ପାଟନା ଓ ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ କାର୍ଯ୍ୟ କରୁଥିଲେ, ଅନ୍ୟ ଦୁଇ ଜଣ ଜଷ୍ଟିସ୍ ଅହସାନୁଦ୍ଦୀନ ଅମାନୁଲ୍ଲାହ ଓ ଜଷ୍ଟିସ୍ ମନୋଜ ମିଶ୍ର ଥିଲେ ଯଥାକ୍ରମେ ପାଟନା ଓ ଏହ୍ଲାବାଦ୍ ହାଇକୋର୍ଟ ଜଜ୍ । ଏହି ପାଞ୍ଚଜଣ ଜଜ୍ଙ୍କ ଯୋଗଦାନ ପରେ ଶୀର୍ଷ ଅଦାଲତର ବିଚାରପତି ସଂଖ୍ୟା ୩୪ ହୋଇଛି ।
ସୁପ୍ରିମ୍କୋର୍ଟର ୬ ସଦସ୍ୟ ବିଶିଷ୍ଟ କଲିଜିୟମ୍ ୨୦୨୨ ଡିସେମ୍ବର ୧୩ ତାରିଖ ଦିନ ଏମାନଙ୍କ ନାମ ସୁପାରିସ କରିଥିଲେ । କଲିଜିୟମ୍ ମଧ୍ୟ ଅନ୍ୟ ଦୁଇ ଜଜ୍ଙ୍କ ମଧ୍ୟ ସୁପାରିସ୍ କରିଛନ୍ତି । ଆଇନ ମନ୍ତ୍ରାଳୟ ମଞ୍ଜୁରି ଦେଲେ ସୁପ୍ରିମକୋର୍ଟର ସମସ୍ତ ୩୪ ପଦବୀ ପୂରଣ ହୋଇଯିବ ।