ଏ ବର୍ଷ ଜଙ୍ଗଲ ନିଆଁ ଆଶଙ୍କା ଅଧିକ

ଭୁବନେଶ୍ୱର, ୬ା୨(ବୁ୍ୟରୋ) : ଚଳିତ ବରଷ ଗ୍ରୀଷ୍ମ ପ୍ରବହ ବଢିବାର ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ଦୀର୍ଘ ଦିନ ଧରି ବର୍ଷା ହୋଇନଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗ୍ରୁ ଜଙ୍ଗଲ ଗୁଡିକରେ ନିଆଁ ଲାଗିବାର ଆଶଙ୍କା ରହିଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ (ପିସିସିଏଫ୍) ଦେବୀଦତ୍ତ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ୨୦୨୧ ରେ ଜଙ୍ଗଲ ନିଆ ଲାଗିବା ଘଟଣା ସର୍ବାଧିକ ଦେଖଇବାକୁ ମିଳିଥିଲା । ୨୦୨୨ ମସିହାରେ ଏହି ଘଟଣାକୁ ପ୍ରାୟ ଅଧା କମିଯାଇଥିଲା । ଚଳିତ ବର୍ଷ ଜାନୁୟାରୀ ଚତୁର୍ଥ ସପ୍ତାହରୁ ଜଙ୍ଗଲରେ ନିଆ ଲାଗିବା ଆରମ୍ଭ ହୋଇଛି । ଗଛ ଗୁଡିକ ପତ୍ର ଝଡା ଦେଇଥିବା ବେଳେ ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ଯଦି ନିକଟ ଭବିଷ୍ୟତରେ ବର୍ଷା ନହୁଏ , ତେବେ ଜଙ୍ଗଲ ଗୁଡିକରେ ଅଧିକ ନିଆଁ ଲାଗିବାର ଆଶଙ୍କା ରହିଛି । ଜଙ୍ଗଲରେ ନିଆ ନଲାଗିବା ପାଇଁ ବନ ବିଭାଗ ପକ୍ଷରୁ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରାଯାଇଥାଏ । କିନ୍ତୁ ମନୁଷ୍ୟକୃତ ନିଆଁ ଯୋଗୁଁ ଜଙ୍ଗଲ ଓ ଜଙ୍ଗଲୀ ପ୍ରାଣିଙ୍କ ବିଶେଷ କ୍ଷତି ଘଟିଥାଏ । ଅନେକ ଲୋକ ବିଡି, ସିଗାରେଟ୍ ଖାଇବା ପରେ ନିଆନଲିଭାଇ ଜଙ୍ଗଲରେ ପକାଇଦିଅନ୍ତି । ସେହିପରି ହରିଆନା, ପଞ୍ଜାବ ଓ ଓଡିଶା ଭ୍ରି ରାଜ୍ୟ ଗୁଡିକରେ ମେସିନ୍ ମଧ୍ୟରେ ବ୍ୟାପକ ଫସଲ କଟାଯାଉଥିବା ବେଳେ ଜମିରେ ରହିଯାଉଥିବା ପାଳ ଓ ପାଳ ବୁଦାକୁ ପୋଡିବା ନିମନ୍ତେ ନିଆ ଲଗାଇ ଦେଉଥାନ୍ତି । ଏହା ମଧ୍ୟ ଜଙ୍ଗଲ ଗୁଡିକରେ ନିଆଁ ହାଗିବାର ପ୍ରମୁଖ କାରଣ ହୋଇଥାଏ । ଜଙ୍ଗଲ ନିଆ ଜଣାପଡିବା ପରେ ବୈଷୟୀକ ଜ୍ଞାନକୌଶଳର ସାହଯ୍ୟ ନିଆଯାଉଛି । ସାଟେଲାଇଟ୍ ଫୋଟ ଆଧାରରେ ଜଙ୍ଗଲ ନିଆକୁ ଲିଭାଇବାକୁ ଉଦ୍ୟମ କରାଯାଉଛି । ଜଙ୍ଗଲୀ ନିଆଁକୁ କାବୁ କରିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ
ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ବିଭାଗୀୟ କର୍ମଚାରୀ ଓ ସ୍କାର୍ଡ ସଜାଗ ରହିଛନ୍ତି । ଜଙ୍ଗଲ ଭିତରେ ରହିଥିବା ଗ୍ରାମ ଗୁଡିକୁ ସଚେତନ କରାଯାଉଛି । ବାଲିଗୁଡା, ଫୁଲବାଣୀ, ବୌଦ୍ଧ, ସୁନ୍ଦରଗଡ, ସିମିଳିପାଳ ଜଙ୍ଗଲ ଗୁଡିକରେ ସବୁଠାରୁ ଗୁରୁତର ନିଆଁ ଲାଗିଥାଏ । ତେବେ ବନ ବିଭାଗ ନିଆଁକୁ ଆୟତ୍ତ କରିବାକୁ ସବୁବେଳେ ସଜାଗ ରହିଛି ବୋଲି ପିସିସିଏଫ୍ ଶ୍ରୀ ବିଶ୍ୱାଳ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *