ଓଡ଼ିଶାର ପ୍ରଥମ ଟ୍ରମ୍ପେଟ୍ ବ୍ରିଜ୍ ନିର୍ମାଣ

ଜୋର୍ସୋରରେ ଚାଲିଛି ଶ୍ରୀସେତୁ, ଛାତକୁ ଅପେକ୍ଷା
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ହେବ ବିଶ୍ୱଐତିହ୍ୟ ନଗରୀ । ସେଥିପାଇଁ ପୁରୀରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଜୋର୍ଦାର ଚାଲିଛି । ସେଥିମଧ୍ୟରୁ ଶ୍ରୀସେତୁ ଅନ୍ୟତମ । ରାଜ୍ୟରେ ପ୍ରଥମ ଶ୍ରୀସେତୁ ପୁରୀରେ ନିର୍ମାଣ ହେବାକୁ ଯାଉଛି । ଏଥିନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍ଦାର ଆରମ୍ଭ ହୋଇଛି । ଶ୍ରୀସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚôଲାଣି । ଆଉ କିଛି ଜମି ପ୍ରଶାସନ ଦଖଲକୁ ଆଣିବାରେ ସଫଳ ହୋଇପାରିନି । ତେବେ ଖୁବ୍ଶୀଘ୍ର ବାକିଥିବା ଜମିକୁ ଅଧିଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଶ୍ରୀସେତୁ ନିମନ୍ତେ ପ୍ରଥମେ ଆପ୍ରୋଚ୍ ରୋଡ୍ ନିର୍ମାଣ କାର୍ଯ୍ୟ ଜାରି ରହିଛି । ସେଥିପାଇଁ ପୁରୀକୁ ଶହଶହ ଟ୍ରକ୍ ବାଲି ଓ ମୋରମ୍ ଆସୁଛି । ଏହି ବାଲି ଓ ମୋରମ୍ରେ ଜଳାଶୟ, ଜମି ଓ ସରକାରୀ ଜମିକୁ ପୋତାଚାଲିଛି । ମଙ୍ଗଳାଘାଟ ବାଇପାସ୍ରୁ ନରେନ୍ଦ୍ରକୋଣ ଓ ମାଳତୀପାଟପୁର ପର୍ଯ୍ୟନ୍ତ ଶ୍ରୀସେତୁ ଲାଗି ସିମେଣ୍ଟ ପିଲର ନିର୍ମାଣ ଶେଷ ହୋଇଛି । କେବଳ ଅପେକ୍ଷା ଛାତକୁ । ଏହାପରେ ମୁଖ୍ୟ ଆକର୍ଷଣ ଟ୍ରମ୍ପେଟ୍ ବି୍ରଜ୍ କାର୍ଯ୍ୟ ଶେଷ ହେବ । ଏହି ବି୍ରଜ୍ ମାଳତିପାଟପୁରରୁ ସିଧାସଳଖ ଜଗନ୍ନାଥ ବଲ୍ଲଭକୁ ସ୍ପର୍ଶ କରିବ । ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଛାତ କାର୍ଯ୍ୟ ଆରମ୍ଭ ହୋଇ ନାହିଁ ।
ସୂଚନାଥାଉକି, ରାଜ୍ୟ ସରକାର ଅବଢ଼ା ଯୋଜନାରେ ଏହି ପ୍ରକଳ୍ପକୁ କାର୍ଯ୍ୟ କରିଛନ୍ତି । ମଙ୍ଗଳାଘାଟ ବାଇପାସ୍ ଠାରୁ ଜଗନ୍ନାଥବଲ୍ଲଭ ଓ ମୂଷାନଈ ଉପରେ ନିର୍ମାଣ ହେଉଛି ଏହି ଟ୍ରମ୍ପେଟ୍ ବି୍ରଜ୍ । ଏହି ବି୍ରଜ୍ରେ ଭକ୍ତମାନେ ମାଳତିପାଟପୁରରୁ ସିଧା ଆସି ଜଗନ୍ନାଥବଲ୍ଲଭ ପାଖରେ ଗାଡ଼ି ପାର୍କିଂ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏହି ବି୍ରଜ୍ ନିମନ୍ତେ ୧୯୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ବି୍ରଜ୍ ଲମ୍ବ ଦେଢ଼ କିଲୋମିଟର ହେବ ବୋଲି ଆକଳନ ହୋଇଛି । ଏଥିନିମନ୍ତେ ୪ଟି ମୌଜାରୁ ୩୭ ଏକର ୯୮୪ ଡିସିମିଲି ଜମି ଅଧିଗ୍ରହଣ କରାଯାଇଛି । ଏଥିରୁ ସରକାରୀ ଜମି ୩ ଏକର ୭୦୩୮ ଡିସିମିଲି ରହିଥିବାବେଳେ ବାକି ଜମି ଘରୋଇ ବ୍ୟକ୍ତିଙ୍କ ଠାରୁ ଅଧିଗ୍ରହଣ କରାଯାଇଛି । ସେହିପରି ଶ୍ରୀକ୍ଷେତ୍ରର ବିକାଶ ଲାଗି ଅନେକ ପ୍ରକଳ୍ପ କାର୍ଯ୍ୟ ଜୋର୍ସୋରରେ ଜାରି ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *