ଡୁବିଲା ଏଲ୍ଆଇସିର ଅଧା ପୁଞ୍ଜି

ନୂଆଦିଲ୍ଲୀ, ୫ା୨: ଆମେରିକୀୟ ସଂସ୍ଥା ହିଣ୍ଡନବର୍ଗ ରିସର୍ଚ୍ଚ ପକ୍ଷରୁ ଅଡାନୀ ଗ୍ରୁପ୍ର ତଥାକଥିତ ଜାଲ୍ କାରବାର ସମ୍ପର୍କରେ ଗୋଟିଏ ରିପୋର୍ଟ ଜାରି ହେବା ପରେ ଅଡାନୀ ଗ୍ରୁପ୍ର ସେୟାର ମୂଲ୍ୟ ଗତ ୭ ଦିନ ଭିତରେ ଆଶାତୀତ ଭାବେ କମିଯାଇଛି । ଫଳତଃ ଅଡାନୀ ଗ୍ରୁପ୍ରେ ପୁଞ୍ଜି ନିବେଶ କରିଥିବା ସଂସ୍ଥାମାନଙ୍କର କୋଟି କୋଟି ଡଲାର ଡୁବି ଯାଇଛି । ଅଡାନୀ ଗ୍ରୁପ୍ର ମାର୍କେଟ କ୍ୟାପ୍ରେ ୧୦୦ ବିଲିୟନରୁ ଅଧିକ ହ୍ରାସ ଘଟିଛି । ଭାରତର ସବୁଠାରୁ ବଡ଼ ବୀମା କମ୍ପାନୀ ଏଲ୍ଆଇସି ମଧ୍ୟ ଅଡାନୀ ଗ୍ରୁପ୍ର ବିଭିନ୍ନ କମ୍ପାନୀରେ ବିପୁଳ ପୁଞ୍ଜି ନିବେଶ କରିଥିଲା । ସେୟାର ମୂଲ୍ୟ କମିଯିବାରୁ ଏଲ୍ଆଇସିକୁ ଲାଗିଛି ୩୮, ୫୦୯ କୋଟି ଟଙ୍କାର ଝଟ୍କା । ଅର୍ଥାତ୍ ଏହି ଅର୍ଥରାଶି ଡୁବି ଯାଇଛି ।
ଏଲ୍ଆଇସି ସବୁଠୁ ବେଶି ପୁଞ୍ଜି ନିବେଶ କରିଥିଲା ଅଡାନୀ ଟୋଟାଲ ଗ୍ୟାସ୍, ଅଡାନୀ ପୋର୍ଟ୍ସ ଓ ଅଡାନୀ ଏଣ୍ଟରପ୍ରାଇଜେସ୍ରେ । ଗତ ୭ ଦିନ ଭିତରେ ଏଲ୍ଆଇସି ପୁଞ୍ଜିର ମୂଲ୍ୟ ୩୮,୫୦୯ କୋଟି କମିଯାଇ ୪୨,୭୫୯ କୋଟି ଟଙ୍କାରେ ପହଞ୍ଚôଛି । ଜାନୁଆରୀ ୨୪ ତାରିଖ ଦିନ ଅଡାନୀ ଟୋଟାଲ ଗ୍ୟାସ୍ରେ ଏଲ୍ଆଇସି ସେୟାରର ମୋଟ ମୂଲ୍ୟ ଥିଲା ୨୫,୪୮୪ କୋଟି ଯାହା ଏବେ ୧୦,୬୬୪ କୋଟି ଟଙ୍କା ହୋଇଛି । ସେହିପରି ଅଡାନୀ ପୋର୍ଟ୍ସରେ ଏଲ୍ଆଇସି ସେୟାରର ମୋଟ ମୂଲ୍ୟ ୧୫,୦୨୯ କୋଟିରୁ ୯,୮୫୪ କୋଟିକୁ ଏବଂ ଅଡାନୀ ଏଣ୍ଟରପ୍ରାଇଜେସ୍ରେ ୧୬,୫୮୫ କୋଟିରୁ ୭,୬୩୨ କୋଟି ଟଙ୍କାକୁ କମିଯାଇଛି । ଅଡାନୀ ଟ୍ରାନ୍ସମିସନରେ ଏଲ୍ଆଇସିର ମୋଟ ସେୟାର ମୂଲ୍ୟ ୫,୭୦୧ କୋଟି ଟଙ୍କାକୁ ଖସି ଆସିଛି । ସେହିପରି ଅମ୍ବୁଜା ସେମେଣ୍ଟ, ଏସିସି ଓ ଅଡାନୀ ଗ୍ରୀନ୍ ଏନର୍ଜିରେ ମଧ୍ୟ ଏଲ୍ଆଇସିର ବିପୁଳ କ୍ଷତି ହୋଇଛି ।
ଏଲ୍ଆଇସି, ମୁ୍ୟଚୁଆଲ ଫଣ୍ଡ୍ସ୍ ଓ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ)ଙ୍କ ସାତ ଦିନରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ସ୍ୱାହା ହୋଇଛି । ମୁ୍ୟଚୁଆଲ୍ ଫଣ୍ଡ୍ସ୍ ଅଡାନୀ ଗ୍ରୁପ୍ର ୧୦ ଲିଷ୍ଟେଡ୍ କମ୍ପାନୀ ଭିତରୁ ୯ଟିରେ ନିବେଶ କରିଥିଲା । ଏଫ୍ଆଇଆଇର ଭାଗିଦାରୀ ସମସ୍ତ ୧୦ଟି ଯାକ କମ୍ପାନୀରେ ଥିଲା । ମୁ୍ୟଚୁଆଲ ଫଣ୍ଡ୍ସ୍ର ନିବେଶ ମୂଲ୍ୟରେ ୮,୨୮୨ କୋଟି ଟଙ୍କା ହ୍ରାସ ଘଟିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *