ଆପ୍କୁ ନେଇ ଚିନ୍ତାରେ କଂଗ୍ରେସ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ (ଏଜେନ୍ସି): ଦିନକ ପୂର୍ବେ ଆମ୍ ଆଦ୍ମୀ ପାର୍ଟି (ଆପ୍) ଏକ ବଡ ଘୋଷଣା କରିଛି । ଚଳିତ ବର୍ଷ ଶେଷରେ ହେବାକୁ ଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଦଳ ରାଜ୍ୟର ସମସ୍ତ ୨୩ଠଟି ଯାକ ଆସନରେ ପ୍ରାର୍ଥୀ ଦେବ । ଆପ୍ ଏବେ ମଧ୍ୟପ୍ରଦେଶରେ ମଧ୍ୟ ଗୋଡ ଲମ୍ବାଇବାକୁ ଚେଷ୍ଟା କରିବ । ଯାହାର ସିଧାସଳଖ ଅର୍ଥ ହେଉଛି କଂଗ୍ରେସ ପାଇଁ ମଧ୍ୟପ୍ରଦେଶରେ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି ହେବା । ବିଜେପିକୁ ଟକ୍କର ଦେବା ଉଦେ୍ଦଶ୍ୟରେ ରଣନୀତି ପ୍ରସ୍ତୁତ କରୁଥିବା କଂଗ୍ରେସ ଏବେ ଆପ୍ ପାଇଁ ଚିନ୍ତାରେ ପଡିବା ନିଶ୍ଚିତ । କାରଣ ଗୁଜରାଟ ବିଧାନସଭା ନିର୍ବାଚନରେ ଆପ୍ର ଏଣ୍ଟି୍ର କଂଗ୍ରେସ ପାଇଁ ଭାରି ପଡିଥିଲା । ବିଜେପି ପୂର୍ବାପେକ୍ଷା ଅଧିକ ଆସନ ଜିତି ସରକାର ଗଢ଼ିଥିବା ବେଳେ ଆପ୍ ୫ଟି ଆସନ ଜିତିଥିଲା । ତେବେ କଂଗ୍ରେସ କୋଟାରୁ ୫ ଆସନ ଆପ୍ ଖାତାକୁ ଯାଇଥିବା ବେଳେ ଅଧିକାଂଶ ଆସନ ବିଜେପି କବ୍ଜା କରିନେଇଥିଲା । ଏବେ ମଧ୍ୟପ୍ରଦେଶରେ ମଧ୍ୟ ଆପ୍ ନିର୍ବାଚନ ଲଢ଼ିଲେ କଂଗ୍ରେସ ନିଜର ଭୋଟ୍ କାଟ୍ ହେବା ନେଇ ଆଶଙ୍କା କରୁଛି ।
ପ୍ରକାଶ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏଠାରେ ଏକ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି । ମଧ୍ୟପ୍ରଦେଶ ଭୋଟରଙ୍କୁ ନିଜ ଦଳ ସହ ସଂଯୋଗ କରିବା ତଥା ଜନସମର୍ଥନ ହାସଲ ପାଇଁ କେଜରିୱାଲ ଏହି ଯୋଜନା କରିଛନ୍ତି । ଏତଦ୍ବ୍ୟତୀତ ଦିଲ୍ଲୀ ତଥା ପଞ୍ଜାବରେ ତାଙ୍କ ଦଳୀୟ ସରକାର ଯେଉଁସବୁ ମାଗଣା ସୁବିଧା ଯୋଗାଉଛନ୍ତି ସେସବୁ ମଧ୍ୟପ୍ରଦେଶରେ ମଧ୍ୟ ଲାଗୁ କରିବା ନେଇ କେଜରିୱାଲ ପ୍ରତିଶ୍ରୁତି ଦେଇଛନ୍ତି । ମଧ୍ୟପ୍ରଦେଶ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରି ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସନ୍ଦୀପ ପାଠକ କହିଛନ୍ତି, ମଧ୍ୟପ୍ରଦେଶରେ ଚୁକ୍ତିଭିତ୍ତିିକ ଶ୍ରମିକଙ୍କ ଅସନ୍ତୋଷ, ଅନିଶ୍ଚିତତା ଆପ୍ର ପ୍ରମୁଖ ରାଜନୈତିକ ମୁଦ୍ଦା ହେବ ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ପୂର୍ବରୁ ଆପ୍, ଅନ୍ୟ କେତେକ ରାଜ୍ୟରେ ମଧ୍ୟ ନିର୍ବାଚନ ଲଢ଼ିବାକୁ ଘୋଷଣା କରିସାରିଛି । ତେବେ ଆପ୍ର ଏପ୍ରକାର ଗୋଟିଏ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିବା ପଛରେ କେବଳ ଜାତୀୟ ଦଳର ମାନ୍ୟତା ବଜାୟ ରଖିବାର ଉଦେ୍ଦଶ୍ୟ ରହିଛି ନା ବିଜେପିକୁ ଚ୍ୟାଲେଞ୍ଜ୍ (କେଜରିୱାଲ ଦେଶବାସୀଙ୍କୁ ଯାହା ଦେଖାଇବାକୁ ଚେଷ୍ଟା କରୁଛନ୍ତି) ଦେବା ଆଳରେ ବାସ୍ତବିକ ଉଦେ୍ଦଶ୍ୟ କଂଗ୍ରେସକୁ କ୍ଷତି ପହଞ୍ଚାଇବା ରହିଛି ତାହା ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *