ପୁରୁଣା ଗାଡିÿର ସବୁ ଜରିମାନା ଛାଡ଼
ଭୁବନେଶ୍ୱର, ୫ା୨(ବୁ୍ୟରୋ): କେନ୍ଦ୍ର ସରକାରଙ୍କ ସ୍କ୍ରାପ୍ ପଲିସି ଅନୁଯାୟୀ ଏଣିକି ରାସ୍ତାରେ ଗଡିପାରିବ ନାହିଁ ୧୫ ବର୍ଷରୁ ଅଧିକ ଦିନର ଗାଡି । ଏହି ସବୁ ଗାଡିକୁ ସ୍କ୍ରାପ୍ ସେଣ୍ଟରରେ ସ୍କ୍ରାପିଂ କରାଯିବ । ଏନେଇ ୨୦୨୨ ସେପ୍ଟେମ୍ବର ୧୩ରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ସେହି ଅନୁସାରେ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ଥିବା ୧୫ ବର୍ଷରୁ ଅଧିକ ସମସ୍ତ ପୁରୁଣା ଗାଡିଗୁଡିକୁ ସ୍କ୍ରାପିଂ କରିବାକୁ ରାଜ୍ୟ ସରକାର ନିଦେ୍ର୍ଦଶନାମା ଜାରି କରିଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ୧୫ ବର୍ଷରୁ ଅଧିକ ସମସ୍ତ ପୁରୁଣା ଗାଡିର ଟିକସ ଛାଡ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବ୍ରୁଆରୀ ୩ରେ ଜାରି ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ମୋଟର ଯାନ ଟିକସ ଆଇନ, ୧୯୭୫ର ଧାରା ୧୫(୧) ବଳରେ ୧୫ ବର୍ଷରୁ ପୁରୁଣା ସମସ୍ତ ଗାଡ଼ି ଉପରେ ଟିକସ ଏବଂ ବିଭିନ୍ନ ଜରିମାନାକୁ ବର୍ଷକ ପାଇଁ ଛାଡ଼ କରାଯିବ । ରାଜ୍ୟରେ ଯେପରି ଅଧିକରୁ ଅଧିକ ଇ-ଯାନ ଗଡ଼ିବ ସେହି ଉଦେ୍ଦଶ୍ୟରେ ଘରୋଇ ଗାଡ଼ିମାଲିଙ୍କୁ ସ୍କ୍ରାପିଂ ନେଇ ଉତ୍ସାହିତ କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଟିକସ ଓ ଜରିମାନା କେବଳ ବର୍ଷକ ପାଇଁ ଛାଡ଼ କରାଯିବ । ଏଥିପାଇଁ ସମ୍ପୃକ୍ତ ମାଲିକଙ୍କୁ ପଞ୍ଜୀକୃତ ସ୍କ୍ରାପିଂ ସେଣ୍ଟରରେ ନିଜ ଗାଡ଼ିର ସ୍କ୍ରାପିଂ କରିବାକୁ ପଡ଼ିବ ।
ସେହିପରି ବିଭିନ୍ନ ସରକାରୀ ବିଭାଗ, ସଂସ୍ଥା, ପିଏସ୍ୟୁ, ସ୍ୱୟଂ·ଳିତ ସଂସ୍ଥା ଆଦିରେ ଥିବା ୧୫ ବର୍ଷରୁ ଉର୍ଦ୍ଧ୍ୱ ଗାଡ଼ିିକୁ ମାର୍ଚ୍ଚ ୩୧ ସୁଦ୍ଧା ସରକାରୀ ପଞ୍ଜୀକୃତ ସ୍କ୍ରାପିଂ ସେଣ୍ଟରରେ ସ୍କ୍ରାପିଂ କରି ରିପୋର୍ଟ ଦେବାକୁ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ସବୁ ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି । ସେଥିରେ ସବୁ ସରକାରୀ ବିଭାଗରେ ଇ-ଯାନ ବ୍ୟବହାରକୁ ଅଗ୍ରାଧିକାର ଦେବା ପାଇଁ କୁହାଯାଇଛି । ଏଥିପାଇଁ ସମସ୍ତ ସରକାରୀ ବିଭାଗକୁ ୨୦ ପ୍ରତିଶତ ଇ-ଯାନ ବ୍ୟବହାର କରିବାକୁ କୁହାଯାଇଛି । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଖୁବ୍ ଶୀଘ୍ର ହେବ । ଇ-ଯାନ ଗୁଡିକର ଭଡ଼ା ଶକ୍ତି ବିଭାଗ ଅଧୀନରେ ଥିବା ଓରେଡ଼ା ମାଧ୍ୟମରେ ପୈଠ କରାଯିବ । ପ୍ରତି ଗାଡ଼ିର ଭଡ଼ା ଉପରେ ଓରେଡା ଅତିରିକ୍ତ ୫% ମୁଣ୍ଡପିଛା ·ର୍ଜ ନେବ ବୋଲି ନିଷ୍ପତ୍ତି ହୋଇଛି ।