କମ୍ପ୍ରେସର ଫାଟି ୨ ମୃତ

ନୟାଗଡ଼, ୪ା୨(ଆପ୍ର): ନୟାଗଡ଼ ଜିଲ୍ଲା ଦେଇ ଯାଉଥିବା ଗେଲ୍ ଇଣ୍ଡିଆ ପାଇପ୍ ନିର୍ମାଣ କାର୍ଯ୍ୟ ବେଳେ ବିସ୍ଫୋରଣ ଘଟିଥିବା ଖବର ମିଳିଛି । ନିର୍ମାଣ କାମ ବେଳେ କମ୍ପ୍ରେସର ଫାଟିଯିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ମୃତକ ଦୁଇ ଜଣ ମହାରାଷ୍ଟ୍ରର ବିଜୟ ଗାଙ୍ଗୁଲି ଏବଂ ସୋନୁ ବୋଲି ସୂଚନା ମିଳିଛି । ଅନ୍ୟ ୩ ଜଣ ଶ୍ରମିକ ଗୁରୁତର ଅଛନ୍ତି । ସେମାନେ ହେଲେ ମହାରାଷ୍ଟ୍ର ମୋରିଆର ରାମସିଂ ଉତସିଙ୍ଗ, ଉତ୍ତର ପ୍ରଦେଶର ସୁନୀଲ କୁମାର, ୟୁ ପଟେଲ ।
ସୂଚନା ଅନୁସାରେ, ମାଟି ତଳେ ପାଇପ୍ ପୋତାଯିବା କାର୍ଯ୍ୟରେ କମ୍ପେସ୍ରର ମେସିନ ବ୍ୟବହାର କରାଯାଉଥିଲା । କୌଣସି କାରଣରୁ କମ୍ପ୍ରେସର ବିସ୍ଫୋରଣ ଘଟିଥିଲା । ଫଳରେ ପାଇପ୍ ଭିତରେ କାମ କରୁଥିବା
ଦୁଇ ଜଣ ଶ୍ରମିକଙ୍କର ମୃତୁ୍ୟ ଘଟିଥିବାବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ବିଜୟ ଓ ସୋନୁକୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଇଟାମାଟି ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । କିଭଳି ଭାବେ ବିସ୍ଫୋରଣ ଘଟିଲା ଏବଂ ଶ୍ରମିକଙ୍କୁ କିଭଳି ବିନା ସୁରକ୍ଷାରେ କାମ କରାଯାଉଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *