ଆଉ ୪ ଦିନ ରିମାଣ୍ଡରେ ଗୋପାଳ

ନବ ଦାସ ହତ୍ୟାକାଣ୍ଡ
ଜଷ୍ଟିସ୍ ଦାସଙ୍କୁ ଭେଟିଲେ ଏଡିଜି ବୋଥ୍ରା
ମାନସିକ ସ୍ଥିତି ଯାଞ୍ଚ ପାଇଁ ବୋର୍ଡ ଗଠନ
ସିବିଆଇ ତଦନ୍ତ ଦାବି ଦୋହରାଇଲା ବିଜେପି
ବିଜେଡିର କଡା ଜବାବ
ଭୁବନେଶ୍ୱର, ୪ା୨(ବୁ୍ୟରୋ): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଅଭିଯୋଗରେ କ୍ରାଇମ ବ୍ରାଞ୍ଚ ତଦନ୍ତ ଜାରଲ ରଖିଛି । ଗତ ବୁଧବାର ଗୋପାଳଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପ୍ରାମାଣ ଯୋଗାଡ କରିଥିଲେ । ଶନିବାର ରିମାଣ୍ଡ ଅବଦ୍ଧରେ ଶେଷ ଦିନ ହୋଇଥିବା ବେଳେ କ୍ରାଇମ ବ୍ରାଞ୍ଚ ପୁଣି ୪ ଦିନିଆ ରିମାଣ୍ଡରେ ଆଣିବାକୁ ଝାରସୁଗୁଡା ଜେ.ଏମ୍.ଏଫ୍.ସି କୋର୍ଟରେ ଆବେଦନ କରିଥିଲା । ମାମଲାର ସମ୍ବେଦମନଶୀଳତାରୁ ଦୃଷ୍ଟିରେ ରଖି ପୁଣି ୪ ଦିନିଆ ରିମାଣ୍ଡକୁ ଜେଏମ୍ଏଫସି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଅପରପକ୍ଷରେ ଏହି ଘଟଣାରେ ତଦାରଖ କରୁଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେପି ଦାସଙ୍କୁ ଆଜି ପୂର୍ବହ୍ନରେ କଟକ ସିଡିଏ ସ୍ଥିତ ବାସଭବନରେ ଭେଟିଛନ୍ତି କ୍ରାଇମ୍ ବ୍ରାଞ୍ଚ୍ ଏଡିଜି ଅୁରଣ ବୋଥ୍ରା । ଏହି ପ୍ରସଙ୍ଗରେ ସେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଆଲୋଚନା ଶେଷ ହେଲା ପରେ ଜଷ୍ଟିସ୍ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ତଦନ୍ତ ଅଗ୍ରଗତି ନେଇ ଏଡିଜି ବୋଥ୍ରା ମତେ ଅବଗତ କରାଇଲେ । ତଦନ୍ତ ଠିକ୍ ଚାଲିଛି । କ୍ରାଇମ୍ ବ୍ରାଞ୍ଚ୍ ଯାହା ତଦନ୍ତ କରିଛି, ସେନେଇ ଏଡିଜି ବୋଥ୍ରା ମୋ ସହ ଆଲୋଚନା କରିଛନ୍ତି । ଯେଉଁ ଦିଗକୁ ତଦନ୍ତ କରିବାର ଆବଶ୍ୟକ ତାହା ମୁଁ ତାଙ୍କୁ କହିଛି । ତଦନ୍ତକୁ ନେଇ କେତେକ ପରାମର୍ଶ ମଧ୍ୟ ଦେଇଛି । ଆଶା ରଖୁଛି କ୍ରାଇମ୍ ବ୍ରାଞ୍ଚ୍ ଘଟଣାର ମୂଳ ପର୍ଯ୍ୟନ୍ତ ଯିବ । ଖୁବ୍ ଶ୍ରୀଘ୍ର ଘଟଣା ସ୍ଥଳକୁ ମୁଁ ନିଜେ ଯାଇ ଘଟଣାର ତଦାରଖ କରିବି ବୋଲି କହିଛନ୍ତି । । ତେବେ କେବେ ଯିବି ତାହା ସ୍ଥିର ହୋଇ ନଥିବା ସେ କହିଛନ୍ତି । ଅଭିଯୁକ୍ତ ଗୋପଳଙ୍କ ମାନସିକ ସ୍ଥିତି ଯାଞ୍ଚ କରିବା ଲାଗି ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ ହୋଇଛି ।
ଏହି ମାମଲାରେ ଅଭିଯୁକ୍ତ ଏଏସ୍ଆଇ ଗୋପାଳ କୃଷ୍ଣ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ମାରାଥାନ୍ ଜେରା କରିଥିଲା । ବ୍ରହ୍ମପୁର ଆଙ୍କୁଲି ସ୍ଥିତ ଅଭିଯୁକ୍ତ ଗୋପାଳର ପରିବାର ଲୋକଙ୍କୁଆଜି ପୁଣି ଥରେ ତଦନ୍ତକାରୀ ଟିମ୍ ପଚାରାଉଚରା କରିଥିଲା । ଗୋପାଳଙ୍କୁ ସ୍ତ୍ରୀ ଓ ପୁତୁରାଙ୍କୁ ଜେରା ପରେ ଏମକେସିଜି ମେଡିକାଲର ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଥିବା ଗୋପାଳ ଓ ତାଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲା । ସେହିପରି ଫାଣ୍ଡି ପରିସର ମଧ୍ୟରେ ଥିବା ଏକ କାର୍ କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଉକ୍ତ କାରଟି ଗୋପଳଙ୍କର ବୋଲି ଜଣାପଡିଛି । ଗତ ୨୫ ତାରିଖରେ ଗୋପଳ ଉକ୍ତ କାରଟିକୁ ୧ ଲକ୍ଷ ଟଙ୍କାରେ କିଣିଥିଲେ । ଗାଡି ମାଲିକ ଜଣକ ସେହି ଅଞ୍ଚଳ ଅରୁଣମୁଦ୍ରା ବୋଲି ଜଣାପଡିଛି । ଗୋପଳ ଗାଡି ନେବା ବେଳେ ଅରୁଣଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ । ବଳକା ଟଙ୍କା ପରିବର୍ତ୍ତୀ ସମୟରେ ଦେବା ପାଇଁ ସହମତି ପ୍ରକାଶ ପାଇଥିଲା । କାର୍ ଆଣିବା ପରେ ଗୋପଳ ଏହି ଗାଡି କୁ ବ୍ୟବଲାର କରୁଥିଲେ ।
ସୂଚନା ଆଉ କି , ବୁଧବାର ଅଭିଯୁକ୍ତକୁ ରିମାଣ୍ଡରେ ଆଣିବା ପରେ ରାତି ଠାରୁ ଝାରସୁଗୁଡା ଏୟାରପୋର୍ଟ ଥାନା ପରିସରରେ ଥିବା ପାଇଖାନା ଟାଙ୍କି ରୁ କ୍ରାଇମ୍ ବ୍ରାଞ୍ଚ ୨୦ ଖଣ୍ଡ ହାତ ଲେଖା କାଗଜ ଟୁକୁଡା ଉଦ୍ଧାର କରିଥଇଲା । ଏହି କାଗଜ ଟୁକୁଡା ଗୁଡିକରେ ନାଲି ରଙ୍ଗରେ ଓଡିଆ ଏବଂ ଇଂରାଜୀରେ ଲେଖାଯାଇଛି । ଗୋପାଳ ନିଜେ ଏହି ିଚିଠି ଲେଖିଥିବା ମାନିଛି । ତେବେ ଗରିଫ ହେବା ପରେ ସେ ଏହି ଚିଠିକୁ ଚିରି ଥାନାର ପାଇଖାନା ଫ୍ଲୋସ୍ କରିଦେଇଥିଲା । ଗତକାଲି ରିମାଣ୍ଡରେ ଆଣି ମାରାଥନ୍ ପରଚାଉଚରା ପରେ ଗୋପଳ ସତ ଓଗାଳିଥିଲା । ସେ ନବ ଦାସଙ୍କୁ କାହିକି ହତ୍ୟା କଲା , ସେ ସମ୍ପର୍କରେ ଏକ ଚିଠି ଲେଖିଥିବା କ୍ରାଇମ ବ୍ରାଞ୍ଚ ଆଗରେ କଲିଥିଲା । ସେ ସେହି ଚିଠିକୁ ଝାରସୁଗୁଡା ବିମାନ ବନ୍ଦର ଥାନାର ସେପ୍ଟିଟ୍ ଟ୍ୟାଙ୍କିରେ ଫ୍ଲସ୍ କରି ଦେଇଥିବା କହିଥିଲା । ଏହି ଚିଠି କୁ ଖୋଜିବା ପାଇଁ ତଦନ୍ତକାରୀ ଟିମ୍ ମିଡ୍ ନାଇଟ୍ ଅପରେସନ୍ ଆରମ୍ଭ କରିଦେଇଥିଲା । ବୁଧବାର ରାତିରେ ସଫେଇ କ୍ରର୍ମଚାରୀଙ୍କୁ ଡାକି ପାଇଖାନା ଟାଙ୍କି ଖୋଲାଯାଇଥିଲା । ଦୀର୍ଘ ଘଣ୍ଟା ଧରି ଖୋଲତାଡ କରିବା ପରେ ଗୁରୁବାର ଟ୍ୟାଙ୍କିରୁ ୨୦ ଖଣ୍ଡ କାଗଜ ଟୁକୁଡା ଉଦ୍ଧାର କରାଯାଇଛି । ରିମାଣ୍ଡର ତୃତୀୟ ଦିନରେ ଗୋପାଳ ରହୁଥିବା କ୍ୱାର୍ଟର୍ସ ସହିତ ଗାନ୍ଧୀ ଛକ ଫାଣ୍ଡିକୁ ଗୋପାଳଙ୍କୁ ନେଇ ତଦନ୍ତକାରୀ ଟିମ୍ ତନାଘନା କରିଥିଲେ । ଯାଞ୍ଚ ବେଳେ ତଦନ୍ତକାରୀ ଟିମ୍ ଅଭିଯୁକ୍ତ ଏଏସଅଇଙ୍କ କ୍ୱାର୍ଟର୍ସ ରୁ ଗୋପଳଙ୍କ ହାତ ଲେଖା ଡାଇରୀ ସହିତ କେତେକ ଡୁକୁ୍ୟମେଣ୍ଟ ଜବତ କରିଥିଲା । ସେହିପରି ଗୁଳି ମାଡରେ ଆହାତ ଜୀବନ କୁମାର ନାୟକ ଏବଂ ଅନ୍ୟ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା ।
ସେପଟେ ଏହି ଘଟଣାକୁ ନେଇ ରାଜନୈତିକ ବୟାନଜାବୀ ଥମିବାର ନାଁ ଥରୁନି । ଆଜି ପୁଣି ଏକ ସାମ୍ବିକ ସମ୍ମଳନୀକରି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛି ବିଜେପି । ଦଳ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଅପରାଧୀକୁ ବଞ୍ଚାଇବା ପାଇଁ ଏବଂ ସତ୍ୟକୁ ଚାପି ଦେବା ପାଇଁ ରାଜ୍ୟ ସରକାର ମିଛ ଗପ ଶୁଣାଉଛନ୍ତି ଅତୀତର କିଛି ଘଟଣାର ତଦନ୍ତ ଏବଂ ବର୍ତ୍ତମାନର ନବ ଦାସ ହତ୍ୟାକାଣ୍ଡ ପରେ ପୋଲିସର କାର୍ଯ୍ୟକଳାପକୁ ଦେଖିଲେ ନିଜ ବିଶ୍ୱସନୀୟତା ହରାଇଥିବା ସ୍ପଷ୍ଟ ପରିଲକ୍ଷିତ ହୋଉଛି । ତେଣୁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି । ଅପରପକ୍ଷରେ ବିଜେଡିର ବିରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । ଅପେକ୍ଷା କରନ୍ତୁ ଦୋଷୀ ଖୁବ ଶିଘ୍ର ଧରାପଡିବ । ବିରୋଧୀ କିଭଳି ଜାଣିଲେ ତଦନ୍ତ ଠିକ୍ ହୋଉନି ବୋଲି ବିଜେଡି ବିଧାୟକ ଶ୍ରୀ ସାମଲ ପାଲଟା ପ୍ରଶ୍ନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *