ରାଉରକେଲାରେ ଡବଲ୍ ମର୍ଡର
ଦୁଇ ସାଙ୍ଗଙ୍କୁ ଶାବଳରେ ପିଟି ହତ୍ୟା
ରାଉରକେଲା, ୪ା୨ (ଆପ୍ର): ରାଉରକେଲା ସାର ନଗରୀସ୍ଥିତ କନ୍ଷ୍ଟ୍ରକ୍ସନ କଲୋନୀରେ ଘଟି ଯାଇଛି ଡବଲ ମର୍ଡର । ଜମିବାଡ଼ି କିଣା ବିକାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ଶନିବାର ସଂଧ୍ୟା ୫ଟା ବେଳେ ଦୁଇ ସାଙ୍ଗଙ୍କୁ ଜମିମାଲିକ ଓ ତାଙ୍କ ପତ୍ନୀ ମିଶି ନିର୍ମମ ଭାବେ ଶାବଳରେ ପିଟି ପିଟି ହତ୍ୟା କରିଛନ୍ତି । ମୃତକ ଦୁଇଜଣ ହେଲେ ଲାଲ୍ଟାଙ୍କିର ଇନ୍ଦ୍ରଜିତ ସ୍ୱାଇଁ (୨୭) ଏବଂ ଅନ୍ୟଜଣେ ସଞ୍ଜୟ ଦାସ (୩୨) ।
ଜମିବାଡ଼ି କିଣା-ବିକା ନେଇ ଜମି ମାଲିକ ଗଞ୍ଜୁ ଏବଂ ସେହି ଦୁଇଜଣ ଯୁବକଙ୍କ ସଞ୍ଜୟ ଓ ଇନ୍ଦ୍ରଜିତ୍ଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଜମି ମାଲିକ ଉଭୟଙ୍କ ଠାରୁ ଜମି ଦେବାପାଇଁ କିଛି ଟଙ୍କା ନେଇଥିଲେ । ପରବର୍ତ୍ତୀ ସମୟରେ ଜମି ଦେବେ ନାହିଁ ବୋଲି ମନା କରି ଦେଇଥିଲେ । ଟଙ୍କା ଫେରାଇବା ପାଇଁ ଆଜି, କାଲି ବୋଲି କହି ଚାଲୁଥିଲେ । ଆଜି ଉଭୟ ସାଙ୍ଗ ଜମି ମାଲିକଙ୍କ ଘରକୁ ଯାଇ ଟଙ୍କା ମାଗିବା ସହ ଯୁକ୍ତି ତର୍କ ହୋଇଥିଲା ।
ଏଥିରେ ଉତ୍ତ୍ୟକ୍ତ ହୋଇ ଜମି ମାଲିକ ଗଞ୍ଜୁ ପାଖରେ ପଡ଼ିଥିବା ଏକ ଶାବଳରେ ଦୁଇଜଣଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ଦୁଇ ଯୁବକଙ୍କ ମୃତୁ ହୋଇଥିଲା । ସ୍ଥାନୀୟ ଲୋକମାନେ ଏହା ଜାଣିପାରି ଟାଙ୍ଗର ପାଲି ଥାନାରେ ଖବର ଦେଇଥିଲେ । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚô ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛନ୍ତି । ହତ୍ୟା ଘଟଣା ପରେ ହତ୍ୟାକାରୀ ଗଞ୍ଜୁ ଓ ତାର ପତ୍ନୀ ଫେରାର ହୋଇଯାଇଛି ।