ଆର୍ଥିକ ଅଭିବୃଦ୍ଧି ଆମର ମୂଳ ଲକ୍ଷ୍ୟ
ଅଡାଣୀ ସେୟାର ଯୋଗୁ ଅର୍ଥନୀତି ପ୍ରଭାବିତ ଆଶଙ୍କା କ୍ଷୀଣ
ନୂଆଦିଲ୍ଲୀ (ଏଜେନ୍ସି): ସଂସଦରେ ବଜେଟ୍ ଉପସ୍ଥାପନ ହୋଇସାରିଛି । ଶନିବାର ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦେଶର ଅଭିବୃଦ୍ଧି ହିଁ ବଜେଟ୍ର ମୁଖ୍ୟ ଲକ୍ଷ୍ୟ । ସରକାର ସବୁବେଳେ ସ୍ଥିର ଚିତ୍ତରେ ଦେଶର ବିକାଶରେ ଲାଗିଛନ୍ତି । ଯେଉଁଥିପାଇଁ ଭାରତର ଅଭିବୃଦ୍ଧି ହାର ଖୁବ ଭଲ ରହିଛି । ଏହାର ପୂରା ଶ୍ରେୟ ଦେଶବାସୀଙ୍କୁ ହିଁ ଯିବ । ଉଭୟ ଅଭିବୃଦ୍ଧି ଓ ଅ ।ର୍ଥିକ ଏକୀକରଣକୁ ବଜେଟ୍ରେ ସ୍ପଷ୍ଟ ଭାବେ ଉପସ୍ଥାପନ କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଶିଳ୍ପପତି, ବ୍ୟବସାୟୀ, ବ୍ୟାଙ୍କର ଓ ଟିକସଦାତା ଉପସ୍ଥିତ ଥିଲେ । ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଗତ କିଛି ବର୍ଷ ହେଲା ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଯେଉଁଥିରେ ଅର୍ଥ ମନ୍ତ୍ରାଳୟର ସଦସ୍ୟମାନେ ଜନସାଧାରଣଙ୍କୁ ବଜେଟ୍ ବାବଦରେ ଜଣାଉଛନ୍ତି । ଏହା ମଧ୍ୟ ବଜେଟ୍ ପ୍ରସ୍ତୁତିରେ ବେଶ୍ ସହାୟକ ହୋଇଛି । ଅର୍ଥମନ୍ତ୍ରୀ କହିଛନ୍ତି, କ୍ୟାପିଟାଲ୍ ଏକ୍ସପେଣ୍ଡିଚର୍ ବା ସାର୍ବଜନୀକ ପୁଞ୍ଜି ବ୍ୟୟ ଓ ଅଭିବୃଦ୍ଧି ଉପରେ ଫୋକସ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା ·ହାନ୍ତି । ଏ ଦିଗରେ ଅର୍ଥ ମନ୍ତ୍ରାଳୟ ତତ୍ପରତା ପ୍ରକାଶ କରିବା ସହିତ ସର୍ବଦା ସତର୍କ ରହିଆସିଛି । ଏହି ଧାରା ମଧ୍ୟ ଜାରି ରହିବ । ଚଳିତ ବଜେଟ୍ରେ ସବୁ ବର୍ଗଙ୍କୁ ସମାନତା ଦିଆଯାଇଛି । ବିଶେଷ କରି ସବୁଜିମାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଗ୍ରାମାଞ୍ଚଳ ଓ କୃଷି ଉପରେ ଫୋକସ୍ କରାଯାଇଛି । ବିକାଶ ଉପରେ ପ୍ରାଧାନ୍ୟ ଦିଆଯାଇଛି ବୋଲି ସୀତାରମଣ କହିଛନ୍ତି । ଏହା ସହିତ ଅଡ଼ାନି ଗ୍ରୁପ୍ର ସେୟାର ହ୍ରାସ ଓ ୨୦ ହଜାର କୋଟି ଟଙ୍କାର ଏଫ୍ପିଓ ପ୍ରତ୍ୟାହାର ଉପରେ ପ୍ରତିକ୍ରିୟା ଦେଇ ସୀତାରମଣ କହିଛନ୍ତି, କିଛି ଦିନ ହେଲା ବିଦେଶୀ ମୁଦ୍ରା ଭଣ୍ଡାରରେ ୮ ବିଲିୟନ୍ ମାର୍କିନ ଡଲାର ବୃଦ୍ଧି ଘଟିଛି । ଏହାଦ୍ୱାରା ଅର୍ଥନୀତି ପ୍ରଭାବିତ ହେବା ସମ୍ଭାବନା କ୍ଷୀଣ । ବଜାର ବ୍ୟବସ୍ଥା ଉପରେ ସେବି ଦୃଷ୍ଟି ରଖିଛି । ସେୟାର ହ୍ରାସର କାରଣ ସେବି ନିର୍ଦ୍ଧାରଣ କରିବ ।