ଆପ୍ ଅଫିସ୍ ଆଗରେ ବିଶାଳ ବିକ୍ଷୋଭ
ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି
ନୂଆଦିଲ୍ଲୀ(ଏଜେନ୍ସି): ଆପ୍ ସରକାରଙ୍କ ଅବକାରୀ ଘୋଟାଲା ପ୍ରତିବାଦରେ ଶନିବାର ଦିଲ୍ଲୀରେ ବିଜେପି ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆପ୍ ଅଫିସ ସମ୍ମୁଖରେ ଶହଶହଳ ବିଜେପି ନେତା ଓ ସମର୍ଥକ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବି କରିଛନ୍ତି । ଆନେ୍ଦାଳନ ବେଳେ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।
ଆନେ୍ଦାଳନକାରୀଙ୍କୁ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ବ୍ୟାରିକେଡ୍ କରାଯାଇଥିଲା । ହେଲେ ବିଜେପି କର୍ମୀମାନେ ଏହାକୁ ଡେଇଁବାକୁ ଉଦ୍ୟମ କରିବା ସହିତ ପ୍ଲାକର୍ଡ ଧରି କେଜ୍ରିୱାଲଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି । ବ୍ୟାରିକେଡ୍ ଭାଙ୍ଗିବା ପାଇଁ ଉଦ୍ୟମ କରିବାରୁ ପୁଲିସ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲା । ଫଳରେ ଠେଲାପେଲା ହୋଇଥିଲା ।
ମଦ ସ୍କାମକୁ ନେଇ ଇଡି ପକ୍ଷରୁ ସ୍ଥାନୀୟ ସ୍ୱତନ୍ତ୍ର କୋର୍ଟରେ ଦ୍ୱିତୀୟ ଦଫା ·ର୍ଜସିଟ୍ ଦାଖଲ କରାଯିବା ପରେ ବିଜେପି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛି । ଇଡିର ·ର୍ଜେସ ଅନୁଯାୟୀ କେଜ୍ରିୱାଲଙ୍କର ଦୁର୍ନୀତିରେ ସମ୍ପୃକ୍ତି ପ୍ରମାଣିତ ହୋଇଛି ବୋଲି ବିଜେପି କହିଛି । ଦ୍ୱିତୀୟ ଦଫାରେ ଇଡି ୫ ଜଣ ବ୍ୟକ୍ତି ଏବଂ ୭ କମ୍ପାନୀ ବିରୋଧରେ ଦାଖଲ କରିଥିବା ·ର୍ଜସିଟ୍କୁ କୋର୍ଟ ଗ୍ରହଣ କରିଛନ୍ତି ।
ଦିଲ୍ଲୀ ଅବକାରୀ ନୀତିରେ ଘୋର ଅନିୟମିତତା ହୋଇଥିବା ଇଡି ଦର୍ଶାଇଛି । ଉପରାଜ୍ୟପାଳ ଭିକେ ସାକ୍ସେନା ସିବିଆଇ ତଦନ୍ତ ନିଦେ୍ର୍ଦଶ ପରେ ଅବକାରୀ ନୀତିକୁ ରାଜ୍ୟସରକାର ଗତ ବର୍ଷ ପ୍ରତ୍ୟାହାର କରିନେଇଥିଲେ । ଅବକାରୀ ନୀତିରେ ପ୍ରାୟ ୧୦୦ କୋଟି ଟଙ୍କା କିକବ୍ୟାକ୍ ହୋଇଥିବା ବିଜେପି ଅଭିଯୋଗ କରିଛି । ଏହି ଟଙ୍କା ଆପ୍ ଗୋଆ ବିଧାନସଭା ନିର୍ବାଚନରେ ଖର୍ଚ୍ଚ କରିଥିବା ନେଇ ପ୍ରମାର ରହିଛି ବୋଲି ଇଡି ଚାର୍ଜସିଟ୍ରେ ଦର୍ଶାଇଛି ।