ଶାଢ଼ି ବଣ୍ଟାବେଳେ ଦଳାଚକଟା: ୪ ମୃତ

ଚେନ୍ନାଇ(ଏଜେନ୍ସି): ତାମିଳନାଡ଼ୁର ତିରୁ ପାତୁର ଜିଲ୍ଲାରେ ଥାଇପୋୟମ୍ ଉତ୍ସବ ପାଳନ ଅବସରରେ ଦଳାଚକଟା ଘଟିଛି । ଏଥିରେ ୪ ଜଣ ମହିଳା ପ୍ରାଣ ହରାଇଛନ୍ତି ଓ ୧୫ରୁ ଅଧିକ ଆହତ ହୋଇଛନ୍ତି ।
ଭନିୟମ୍ବାଦିରେ ଏହି ଅଘଟଣ ଘଟିଛି । ଉତ୍ସବ ଉପଲକ୍ଷେ ଏକ ଘରୋଇ ସଂସ୍ଥା ପକ୍ଷରୁ ମାଗଣାରେ ଶାଢ଼ି ବଣ୍ଟନ କରାଯିବା ସମୟରେ ଦଳାଚକଟା ହୋଇଥିଲା । ଶାଢ଼ି ନେବାକୁ ଶହଶହ ମହିଳା ଭିଡ଼ ଜମାଇଥିବା ବେଳେ ସେମାନଙ୍କୁ ନିୟନ୍ତ୍ରଣ କରାଯିବା ଅସମ୍ଭବ ହୋଇପଡ଼ିଥିଲା । ପୁଲିସ ରିପୋର୍ଟ ଅନୁଯାୟୀ, ଏଠାରେ ଆଗକୁ ଥାଇପୋୟାମ ଉତ୍ସବ ଥିଲା ଓ ଆୟପ୍ପା ନାମକ ଜଣେ ବ୍ୟକ୍ତି ଶାଢ଼ି ବାଣ୍ଟିଥିଲେ । ଶାଢ଼ି ନେବାକୁ ପ୍ରାୟ ଏକ ହଜାର ମହିଳା ଆସିଥିଲେ । ଏକ ସମୟରେ ସମସ୍ତେ ଶାଢ଼ି ନେବା ପାଇଁ ଠେଲା ପେଲା ହେବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । କେତେକେ ତଳେ ପଡ଼ିଯାଇଥିଲେ । ଏତେ ସଂଖ୍ୟାର ଲୋକଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ପୋଲିସ ନ ରହିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଜରେ ପ୍ରତ୍ୟଦର୍ଶୀ କହିଛନ୍ତି । ବିଷଶଷକରି ମୃତାହତ ମହିଳାମାନେ ଅଦôକ ବୟସର ବୋଲି କୁହାଯାିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗତ ଡିସେମ୍ବର ମାସରେ ପଶ୍ଚିମବଙ୍ଗର ଆସାନସୋଲର ବୁରଦ୍ୱାନରେ କମ୍ବଳ ବଣ୍ଟନ ସମୟରେ ଦଳାଚକଟା ହୋଇ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା ।

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *