ରାଜ୍ୟକୁ ମିଳିଛି ୧ଠ,ଠ୧୨ କୋଟି

ରେଳ ବଜେଟ
ଓଡ଼ିଶା ସରକାର ମାଗିଥିଲେ ୮,୪ଠଠ କୋଟି
ପୁରୀ ପାଇଁ ଆକ୍ସନ୍ ପ୍ଲାନ୍
ଲିଙ୍ଗରାଜ ରୋଡ୍-ପୁରୀ ମଧ୍ୟରେ ଚାଲିବ ପ୍ରଥମ ବନେ୍ଦ ଭାରତ ମେଟ୍ରୋ
ଭୁବନେଶ୍ୱର, ୩ା୨(ବୁ୍ୟରୋ): କେନ୍ଦ୍ରୀୟ ରେଳ ବଜେଟ୍ରେ ଓଡିଶାକୁ ୧୦ ହଜାର ୧୨ କୋଟି ଟଙ୍କାର ଅନୁଦାନ ଆବଣ୍ଟିତ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଓଡିଶାକୁ ରେଳବାଇ କ୍ଷେତ୍ରରେ ୯୭୩୪ କୋଟି ଟଙ୍କାର ଅନୁଦାନ ମିଳିଥିଲା । ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ଓଡିଶା ପାଇଁ ରେଳ ଅନୁଦାନ ବାବଦରେ ରାଜ୍ୟ ସରକାର ୮୪୦୦ କୋଟି ଟଙ୍କା ମାଗିଥିବା ବେଳେ କେନ୍ଦ୍ର ସରକାର ରାଜ୍ୟ ମାଗିଥିବା ପରିମାଣରୁ ପ୍ରାୟ ୧୬୧୨ କୋଟି ଟଙ୍କା ଅଧିକ ଆବଣ୍ଟନ କରିଛନ୍ତି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶ୍ରୀକ୍ଷେତ୍ର ପୁରୀ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି ।
ଭୁବନେଶ୍ୱର ବିମାନ ବନ୍ଦରରୁ କିଭଳି ଭକ୍ତମାନେ ବ୍ୟଟେରୀ ଚାଳିତ ଗାଡିରେ ଲିଙ୍ଗରାଜ ରୋଡ୍ ଷ୍ଟେସନ୍ ଆସିବେ । ସେଠାରୁ ଟ୍ରେନ୍ ଯୋଗେ ସିଧାସଳଖ ପୁରୀ ଯାଇପାରିବେ । ଏଥିନିମନ୍ତେ ଲିଙ୍ଗରାଜ ଷ୍ଟେସନର ଅଧୁନୀକିକରଣ କାର୍ଯ୍ୟ କରାଯାଉଛି । ବନେ୍ଦ ଭାରତ ଟ୍ରେନ୍ ଭଳି ବନେ୍ଦ ଭାରତ ମେଟ୍ରୋ ୩୫ ରୁ ୫୦ କିମି ଥିବା ଷ୍ଟେସନ୍ ମଧ୍ୟରେ ଚାଲିବ । ଓଡିଶାରେ ପ୍ରଥମ ବନେ୍ଦ ଭାରତ ମେଟ୍ରୋ ଲିଙ୍ଗରାଜ ରୋଡ୍ – ପୁରୀ ମଧ୍ୟରେ ଚାଲିବାକୁ ଯୋଜନା ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି । ରେଳ ବଜେଟ୍ରେ ଅବଣ୍ଟନ କରାଯାଇଥିବା ସମ୍ପର୍କରେ ଏକ ସମ୍ବାଦିକ ସମ୍ମଳନୀରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡିଶାରେ ନୂଆ ରେଳଲାଇନ୍ ପ୍ରକଳ୍ପ ଲାଗି ଚଳିତ ବର୍ଷ ୨୫୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରେଳ ମାର୍ଗର ଦୋହରୀକରଣ ପାଇଁ ୩୮୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ରାଜ୍ୟରେ ୨୮୦ କିମି ନୂଆ ରେଳ ଲାଇନ୍ର ନିର୍ମାଣ କରାଯିବ । ୫୭ଟି ଷ୍ଟେସନ୍ର ନବୀକରଣ ମଧ୍ୟ କରାଯିବାର ଲକ୍ଷ୍ୟ ରଖାଯାଇଛି । ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରୋଡ୍ ରେଳ ଲାଇନ ନିର୍ମାଣ ଶେଷ ହେବା ପାଇଁ ୧୬୦୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ରାଉରକେଲା-ଝରସୁଗୁଡା ୧୦୧ କିମି ତୃତୀୟ ରେଳ ଲାଇନ୍ ନିର୍ମାଣ ଲାଗି ୧୨୬ କୋଟି ଟଙ୍କା, ବଣ୍ଡମୁଣ୍ଡା-ରାଉକେଲା ଚତୁର୍ଥ ଲାଇନର ସଂପ୍ରସାରଣ ପାଇଁ ୩୯ କୋଟି, ଭଦ୍ରକ-ଖଡଗପୁର ପାଇଁ ୩୭ କୋଟି, ନାରାୟଣଗଡ-ଭଦ୍ରକ ୧୫୫ କମି ତୃତୀୟ ଲାଇନର ସଂପ୍ରସାରଣ ପାଇଁ ୫୦୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଦୀର୍ଘ ବର୍ଷ ଧରି ରେଳବାଇ କ୍ଷେତ୍ରରେ କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ ହେଉଥିଲା । କେନ୍ଦ୍ରରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଓଡିଶାକୁ ରେଳବାଇ କ୍ଷେତ୍ରରେ ଅନୁଦାନର ପରିମାଣ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *