ଉପଜିଲ୍ଲାପାଳ, ପିଏସ୍ଓ, ଡ୍ରାଇଭର୍ ଆହତ
ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ
ସୋର, ୩ା୨ (ଆପ୍ର): ବେଆଇନ ବାଲି ପରିବହନ କରୁଥିବା ଗାଡ଼ି ରୋକିବାରୁ ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ସୀତାରାମ ଚୌହ୍ୱାନ, ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଓ ଡ୍ରାଇଭର୍ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି । ସହଦେବଖୁଣ୍ଟା ଥାନା ଦହପଡ଼ା ନିକଟରେ ବେଆଇନ ବାଲି ଗାଡ଼ି ଚେକିଂ ସମୟରେ ବାଲିମାଫିଆମାନେ ଆକ୍ରମଣ କରିଛନ୍ତି । ଉପଜିଲ୍ଲାପାଳଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ଡ୍ରାଇଭର ଓ ପିଏସ୍ଓ ନିସ୍ତୁକ ମାଡ଼ ଖାଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉପଜିଲ୍ଲାପାଳଙ୍କ କାନ୍ଧ, ମୁଣ୍ଡ ଓ ଅନ୍ୟାନ୍ୟ ଅଙ୍ଗରେ ଗଭୀର ଆଘାତ ଲାଗିଛି । ଡ୍ରାଇଭରଙ୍କ ଉପରେ ପଥର ଛେଚି ଦେବାରୁ ମୁଣ୍ଡର ଦୁଇଟି ସ୍ଥାନ ଫାଟି ଯାଇଛି । ଆହତ ହୋଇ ସୁଦ୍ଧା ପିଏସ୍ଓ ଦୀପ୍ତିକାନ୍ତ ଲେଙ୍କା ଉପସ୍ଥିତ ବୁଦ୍ଧି ଖଟାଇ ଉପଜିଲ୍ଲାପାଳ ଏବଂ ଡ୍ରାଇଭର୍ଙ୍କୁ ଖସାଇ ଆଣିବାରୁ ଦୁହେଁ ବର୍ତ୍ତି ଯାଇଥିଲେ ।
ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନେ୍ଧ କହିଛନ୍ତି, ସହର ଉପକଣ୍ଠ ମନ୍ଦରପୁର ଓ ଦହପଡ଼ା ଅଞ୍ଚଳରେ ମେସିନ୍ ବ୍ୟବହାର କରାଯାଇ ବୁଢାÿବଳଙ୍ଗରୁ
ବାଲି ଚୋରା·ଲାଣ କରାଯାଉଥିବା ସଂପର୍କରେ ଗୁରୁବାର ଅଭିଯୋଗ ମିଳିଥିଲା । ଉପଜିଲ୍ଲାପାଳ ସକାଳେ କସବା ବାଲି ଖାଦାନକୁ ଯାଞ୍ଚ କରିବା ନିମିତ୍ତ ଯାଇଥିଲେ । ଏକ୍ସାଇଜ୍ ଟିମ୍ ଓ ପୁଲିସ ଟିମ୍ ତାଙ୍କ ସହ ଉପସ୍ଥିତ ରହିବାକୁ କୁହାଯାଇଥିଲା । ବେଆଇନ ଭାବେ ·ଲାଣ ହେଉଥିବା ପ୍ରାୟ ୫୦୦ ଟ୍ରିପ୍ ବାଲିକୁ ଜବତ କରାଯାଇ ସ୍ଥାନୀୟ ଲୋକଙ୍କ ଦାୟିତ୍ୱରେ ରଖା ଯାଇଥିଲା । ବାଲି ଚୋରା ଚାଲାଣ କରୁଥିବା ଯାନବାହନ ଓ ଯନ୍ତ୍ରପାତିଗୁଡ଼ିକୁ ଜବତ କରାଯାଇଥିଲା । ଜବତ ସାମଗ୍ରୀଗୁଡ଼ିକୁ ଆଣିବା ନିମନ୍ତେ ଉପଜିଲ୍ଲାପାଳ ଚୌହ୍ୱାନ ଯାଇଥିବା ବେଳେ ଫୁଲାଡି ବ୍ରିଜ ନିକଟରେ ପ୍ରାୟ ୧୫/୨୦ ଜଣ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରିଥିଲେ । ସେମାନେ ଉପଜିଲ୍ଲାପାଳଙ୍କ ଗାଡ଼ି ଓ ଚଢ଼ଉରେ ନିୟୋଜିତ ଟିମ୍ ଉପରେ ପଥର ମାଡ଼ କରିଥିଲେ ।
ଉପଜିଲ୍ଲାପାଳଙ୍କ ଗାଡ଼ି ଓ ତାଙ୍କ ସହ ଥିବା ଆଉ ଏକ ଗାଡ଼ି ଭାଙ୍ଗିରୁଜି ଯାଇଛି । ଏସ୍ପିଙ୍କ ନିଦେ୍ର୍ଦଶରେ ୨ ପ୍ଲାଟୁନ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇଛି । ଏସ୍ପି ସାଗରିକା ନାଥ କହିଛନ୍ତି, ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ତଦନ୍ତ କରାଯାୁଛି ଓ ଖୁବ୍ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ଜିଲ୍ଲାପାଳ ଏବଂ ଏସ୍ପି ବାଲେଶ୍ୱର ଡାକ୍ତରଖାନାକୁ ଯାଇ ଉପଜିଲ୍ଲାପାଳ ଓ ଡ୍ରାଇଭର୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି ।