ଆମେରିକାରେ ଚୀନ ଗୁଇନ୍ଦା ବେଲୁନ୍

ବେଜିଂ ଗସ୍ତ ରଦ୍ଦ କଲେ ୟୁଏସ୍ ବିଦେଶ ସଚିବ
ବେଜିଂ/ ୱାଶିଂଟନ୍ (ଏଜେନ୍ସି): ଗତ ଦୁଇ ଦିନ ଧରି ଆମେରିକା ଆକାଶରେ ଏକ ବେଲୁନ୍ ଘୁରି ବୁଲୁଥିବାର ଦେଖିବାକୁ ମିଳିଥିଲା । କିଛି ଲୋକ ଏହାକୁ ୟୁଏଫ୍ଓ ବୋଲି ଭାବିଥିଲେ । ତେବେ ଆମେରିକା ପକ୍ଷରୁ ଏସମ୍ପର୍କରେ ଅଧିକ ଅନୁସନ୍ଧାନ କରାଯିବାରୁ ଏହା ଚୀନ୍ରୁ ଆସିଥିବା ଏବଂ ଏଥିରେ ଆକାଶମାର୍ଗରୁ ଗୁଇନ୍ଦାଗିରି କରିବା ପାଇଁ ଆବଶ୍ୟକ ଉପକରଣ ଲାଗିଥିବା ଜଣାପଡିଥିଲା । ଏହାକୁ ନେଇ ଗୋଟିଏ ପଟେ ଆମେରିକା ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡିଥିବା ବେଳେ ଚୀନ୍ କିନ୍ତୁ ଏଥିପାଇଁ କ୍ଷମାପ୍ରାର୍ଥନା କରିଛି ।
ଚୀନ୍ ବିଦେଶ ମନ୍ତ୍ରଣାଳୟ ଅନୁସାରେ ଏହା ଏକ ଏୟାରସିପ୍ । ଏହାକୁ ମୁଖ୍ୟତଃ ସାଧାରଣ କାର୍ଯ୍ୟକଳାପ ଉପରେ ନଜର ରଖିବା ଉଦେ୍ଦଶ୍ୟରେ ବ୍ୟବହାର କରାଯାଉଥିଲା । ଆକାଶ ମାର୍ଗରେ ପରିବର୍ତ୍ତିତ ପାଣିପାଗ ଏବଂ ଅନ୍ୟାନ୍ୟ ବିଜ୍ଞାନମୂଳକ ଅନୁସନ୍ଧାନ ପାଇଁ ଏହାକୁ ନିୟୋଜିତ କରାଯାଇଥିଲା । ତେବେ ପଶ୍ଚିମ ପବନ ଯୋଗୁ ଏହା ନିୟନ୍ତ୍ରଣ ହରାଇ ଆମେରିକା ବାୟୁସୀମା ମଧ୍ୟକୁ ପ୍ରବେଶ କରିଯାଇଥିଲା । ଏଥିପାଇଁ ଚୀନ୍ ସରକାର ବେଶ୍ ଦୁଃଖିତ ଏବଂ କ୍ଷମାପ୍ରାର୍ଥୀ ।
ଅନ୍ୟପକ୍ଷେ ଆମେରିକା କନ୍ତୁ ଏହାକୁ ଗୁରୁତର ଭାବେ ଗ୍ରହଣ କରିଛି । ପରିଣାମସ୍ୱରୁପ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ଙ୍କ ଚୀନ୍ ଗସ୍ତ କାର୍ଯ୍ୟକ୍ରମକୁ ଜରୁରିକାଳୀନ ଭିତ୍ତିରେ ରଦ୍ଦ କରିଦିଆଯାଇଛି । ଆମେରିକା ପକ୍ଷରୁ ଚୀନ୍କୁ ଚେତାବନୀ ଦିଆଯାଇଛି ଯେ, ଆଗାମୀ ଦିନରେ ଏପ୍ରକାର କାର୍ଯ୍ୟକଳାପ ଚୀନ୍ ଏବଂ ଆମେରିକା ସମ୍ପର୍କକୁ ପ୍ରଭାବିତ କରିିପାରେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *