ମୁକ୍ତାକୁ ଅନ୍ତର୍ଜାତୀୟ ସ୍ୱୀକୃତି

ଭୁବନେଶ୍ୱର, ୨ା୨(ବୁ୍ୟରୋ): ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ମୁକ୍ତା’ ଯୋଜନାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ପଦକ୍ଷେପ ଅନ୍ତର୍ଗତ ଏହି ସହରୀ କର୍ମନିଯୁକ୍ତି ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଗୃହ ଓ ନଗର ଉନ୍ନୟନ ବିଭାଗ-୨୦୨୧-୨୨ ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ଅନ୍ୟତମ ବିଜେତା ଭାବେ ମନୋନୀତ ହୋଇ ସହରଗୁଡ଼ିକ ପାଇଁ ରୋସ୍ କେନ୍ଦ୍ର ପୁରସ୍କାର ହାସଲ କରିଛି । ଫେବ୍ରୁଆରୀ ୧ରେ ନୁ୍ୟୟର୍କ ସହରର ଫୋର୍ଡ ଫାଉଣ୍ଡେସନ୍ ସେଣ୍ଟର ଫର୍ ସୋସିଆଲ୍ ଜଷ୍ଟିସ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେତା ଘୋଷଣା କରାଯାଇଥିଲା ।
ନୁ୍ୟୟର୍କରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍ ଏହି ଅନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ବିଭାଗର ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏକ ଅନ୍ତର୍ଜାତୀୟ ଜୁରି ଦଳ ଏହି ପୁରସ୍କାର ପ୍ରତିଯୋଗିତାରେ ୬୫ଟି ଦେଶର ୧୫୫ଟି ସହରରୁ ଆସିଥିବା ୨୬ଠଟି ଆବେଦନ ମଧ୍ୟରୁ ମୁକ୍ତାକୁ ବିଜେତା ଭାବେ ଚୟନ କରିଛନ୍ତି ।
ସହରଗୁଡ଼ିକ ପାଇଁ ପୁରସ୍କାର ହେଉଛି ଡବ୍ଲୁ୍ୟଆର୍ଆଇର ସହରୀ ରୂପାନ୍ତରଣ ପୁରସ୍କାର । ଯାହାକି ବିଶ୍ୱବ୍ୟାପୀ ଅଧିକ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ସହର ସୃଷ୍ଟି କରୁଥିବା ଅଗ୍ରଣୀମାନଙ୍କୁ ସ୍ୱୀକୃତି ପ୍ରଦାନ କରେ । ଅନିଶ୍ଚିତତା, ବ୍ୟାଘାତ ଏବଂ ସଙ୍କଟର ମୁକାବିଲା ପାଇଁ ସହରାଞ୍ଚଳରେ ଗରିବ, ଅନୌପଚାରିକ ତଥା ପ୍ରବାସୀ ଶ୍ରମିକଙ୍କ ପାଇଁ ବଡ଼ ଧରଣର ନିଯୁକ୍ତି ସୃଷ୍ଟି କରି ମୁକ୍ତା ଏହି ପୁରସ୍କାର ହାସଲ କରିଛି । କଠିନ ସମୟରେ ବଞ୍ଚôବା ଏବଂ ତିଷ୍ଠି ରହିବା ପାଇଁ ଏକ ପ୍ରଣାଳୀ ଭାବରେ ‘ମୁକ୍ତା’କୁ ସ୍ୱୀକୃତି ମିଳିଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୧୧୪ଟି ସହରରେ ୭ ଲକ୍ଷ ସହରୀ ଗରିବ ଏବଂ ପ୍ରବାସୀ ଶ୍ରମିକ ୨ଠ୮କୋଟି ଟଙ୍କା ମୂଲ୍ୟର ୨୨,୫ଠଠଟି ଗୋଷ୍ଠୀସ୍ତରୀୟ ବିକାଶ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । କେନ୍ଦ୍ର ସରକାର ମଧ୍ୟ ଓଡ଼ିଶାର ‘ମୁକ୍ତା’ ଯୋଜନାକୁ ପ୍ରଶଂସା କରିଛନ୍ତି । ଏପରିକି ଏହି ମଡେଲ୍କୁ ଅନ୍ୟାନ୍ୟ ରାଜ୍ୟରେ ଲାଗୁ କରିବା ପାଇଁ ସୁପାରିସ ମଧ୍ୟ କରିଛନ୍ତି । ଏଥିରେ ଶିକ୍ଷାଲାଭ କରି ଝାଡ଼ଖଣ୍ଡ, ହିମାଚଳପ୍ରଦେଶ, ରାଜସ୍ଥାନ ଏବଂ ତାମିଲନାଡ଼ୁ ସହରାଞ୍ଚଳରେ ଥିବା ଗରିବ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଓଡ଼ିଶାର ମୁକ୍ତା ଢାଞ୍ଚାରେ ସେମାନଙ୍କ ସହରରେ ମଜୁରି ନିଯୁକ୍ତି ଯୋଜନା ଘୋଷଣା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *