ଆତଙ୍କବାଦର ନୂଆ ଅସ୍ତ୍ର ପର୍ଫୁ୍ୟମ୍ ଆଇଇଡି
ଶ୍ରୀନଗର, ୨ା୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ନୂଆ ତରିକାର ପର୍ଦ୍ଦା ଫାସ୍ କରିଛି ସ୍୍ଥାନୀୟ ପୁଲିସ । ଜାନୁଆରୀ ୨୧ ରେ ନରୱାଲ ଟ୍ୱିନ୍ ବିସ୍ଫୋରଣର ତଦନ୍ତ ଚଳାଇ ଥିବା ବେଳେ ପୁଲିସ ପ୍ରଥମ କରି ପର୍ଫୁ୍ୟମ୍ ଆଇଇଡି (ସେଣ୍ଟ୍ ବୋମା) ଜବତ କରିଛି । ଜଣେ ପୂର୍ବତନ ଶିକ୍ଷକ ତଥା ଏଲ୍ଇଟି ଆତଙ୍କବାଦୀ ଆରିଫ୍ ମହମ୍ମଦକୁ ଗିରଫ କରାଯାିଛି । ରାଜ୍ୟ ପୁଲିସ ଡିଜି ଦିଲ୍ବାଗ ସିଂହ କହିଛନ୍ତିି, ଆରିଫ୍ ନିକଟରୁ ପର୍ଫୁ୍ୟମ୍ ବମ୍ ଜବତ କରାଯିବା ପରେ ଅଧିକ ତଦନ୍ତ ଜାରି ରହିଛି । ଏହା ଏକ ପର୍ଫୁ୍ୟମ୍ ମୋତଲ ଭଳି ଦେଖିବାକୁ । ଦେଖିବାକୁ ଲୋଭନୀୟ ଏବଂ ଏହା ଭିତରେ ବିସ୍ଫୋରକ ରଖାଯାଇଛି । ଉକ୍ତ ବୋମାକୁ ଛୁଇଁବାମାତ୍ରେ ବିସ୍ଫୋରଣ ଘଟିଥାଏ । ଏହା ନୂଆ ହୋଇଥିବାରୁ ଉକ୍ତ ବୋମାର କ୍ଷମତା ଉପରେ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯିବ । ଆତଙ୍କବାଦୀମାନେ ଷ୍ଟିକ୍ ବମ୍, ଟାଇମର୍ୟୁକ୍ତ ବୋମା ବ୍ୟବହାର କରୁଥିଲେ । ଏବେ ନୂଆ ତରିକା ଆପଣାଇ ପର୍ଫୁ୍ୟମ୍ ବୋମା ବ୍ୟବହାର କରୁଥିବା ଜଣାପଡ଼ୁଛି ।
ଏହା ଏକ ନୂଆ ଧରଣର ବିସ୍ଫୋରକ ସାମଗ୍ରୀ ହୋଇଥିବାରୁ ପୁଲିସର ଚିନ୍ତା ବଢିଛି । ପୁଲିସ ଡିଜି କହିଛନ୍ତି, ଜମ୍ମୁର ରିସାଇ ଜିଲ୍ଲା ନିବାସୀ ଆରିଫ ଶିକ୍ଷକତା କରୁଥିଲା । କିଛି ବର୍ଷ ପୂର୍ବେ ସେ ଲସ୍କର ଇ ତଏବାରେ ସାମିଲ ହୋଇଥିଲା । ଏହା ବ୍ୟତିତ ଗତ ମେରେ ବୈଷ୍ଣୋ ଦେବୀ ତୀର୍ଥ ଯାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ଜଡ଼ିଥ ଥିବା ସ୍ୱୀକାର କରିଛି । ଏହି ଆକ୍ରମଣରେ ୪ ତୀର୍ଥ ଯାତ୍ରୀ ପ୍ରାଣ ହରାଇଥିଲେ ।
ଅନ୍ୟପକ୍ଷରେ ଆତଙ୍କବାଦକୁ ପ୍ରୋତ୍ସାହନ ଯୋଗାଇ ଆସୁଥିବା ପାକିସ୍ତାନ ଏବେ ଆତଙ୍କୀଙ୍କ ଧମକର ଶିକାର ହୋଇଛି । ଦେଶରେ ଘୋର ଖାଦ୍ୟାଭାବ ସୃଷ୍ଟି ହୋଇଥିବା ସମୟରେ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ଓ ଅର୍ଥ ସହାୟତା ଲାଗି ଦାବି କରିଛନ୍ତି । ଅନ୍ୟଥା କଶ୍ମୀରରେ ଜିହାଦ ହୋଇପାରିବ ନାହିଁ ବୋଲି ସେମାନେ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇକୁ କହିଛନ୍ତି । ନିକଟରେ ମୁଜାଫରବାଦରେ ୟୁନାଇଟେଡ୍ ଜିହାଦ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆତଙ୍କବାଦୀ ସୟଦ ସଲାହୁଦ୍ଦିନ ଅଧ୍ୟକ୍ଷତା କରିଥିଲା ଓ ଲସ୍କର, ଜୈଶ, ହିଜବୁଲର କମାଣ୍ଡର, ଆଇଏସ୍ଆଇର ଶୀର୍ଷ ଅଧିକାରୀମାନେ ଯୋଗ ଦେଇଥିଲେ । ଏତôରେ ଉପରୋକ୍ତ ଦାବି ଉଠାଯାଇଥିଲା । ଏହାକୁ ପାକ୍ ସରକାର ସ୍ୱୀକାର କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଖବାଜା ଆସିଫ୍ କହିଛନ୍ତି, ଆମେ ବିଷ ମଞ୍ଜି ବୁଣିଛୁ, ବିଷ ତୋଳିବୁ । ପାକ୍ ମନ୍ତ୍ରୀଙ୍କ ଏଭଳି ସ୍ୱାକାରୋକ୍ତି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି ।