ବଦଳିଲା ଅଗ୍ନିଶମ ବିଭାଗର ନାମ ହେଲା ଅଗ୍ନିଶମ ଓ ଜରୁରୀ ସେବା
ଭୁବନେଶ୍ୱର, ୨ା୨(ବୁ୍ୟରୋ): ରାଜ୍ୟ ଅଗ୍ନିଶମ ସେବା ବିଭାଗର ନାମ ପରବତ୍ତନ ହୋଇଛି । ଏହି ବିଭାଗର ନାମ ଏଣିକି ଅଗ୍ନଶମ ଓ ଜରୁରୀ ସେବା ନାମରେ ନାମିତ କରାଯାଇଛି । ଏନେଇ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ୍ ଜାରି କରାଯାଇଛି । ଏହି ବିଭାଗର ନାମ ପରିବର୍ତ୍ତନ କରିବା ପାଇଁ ଗତ ଜାନୁୟାରୀ ୧୯ ତାରିଖରେ ରାଜ୍ୟପା୍ରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ଓଡିଶା ଫାୟର ସର୍ଭିସ ଅକ୍ଟ-୧୯୯୩ ର ସଂଶୋଧନ କରିବା ପାଇଁ ୨୦୨୨ ରେ ବିଧାନସଭାରେ ଏକ ବିଲ ଆଗତ କରାଯାଇଥିଲା । ଏହି ଆଧାରରେ ଆଜି ରାଜ୍ୟ ସରକାର ଏହି ବିଭାଗର ନାମ ପରିବର୍ତ୍ତନ କରିଥିବା ସୂଚନା ମିଳିଛି ।