ବଞ୍ଚିତଙ୍କୁ ପ୍ରାଥମିକତା

ନୂଆଦିଲ୍ଲୀ,୧ା୨: ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହା ବିକଶିତ ଭାରତର ଆକାଂକ୍ଷା ଏବଂ ସଂକଳ୍ପ ପୂରଣର ମୂଳଦୁଆ ହେବ । ବଜେଟ୍ରେ ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦିଆଯାଇଛି । ତେଣୁ ଏହା ଆକାଂକ୍ଷୀ ସମାଜ, ଗରିବ, ଗ୍ରାମ୍ୟ ଏବଂ ମଧ୍ୟବିତ୍ତଙ୍କ ସ୍ୱପ୍ନ ସାକାର କରିବ । ଏହାକୁ ଏକ ଐତିହାସିକ ବଜେଟ୍ ଆଖ୍ୟା ଦେବା ସହ ସେ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ପାରମ୍ପରିକ କାରିଗର ଯଥା କମାର, ବଣିଆ, କୁମ୍ଭାର, ଶିଳ୍ପୀ ଏବଂ ଅନ୍ୟାନ୍ୟଙ୍କୁ ଦେଶର ସୃଷ୍ଟିକର୍ତ୍ତା ବୋଲି କହିଛନ୍ତି । ସେମାନଙ୍କ ପାଇଁ ତାଲିମ, ଋଣ ଏବଂ ବଜାର ସହାୟତା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ କୋଟି କୋଟି ବିଶ୍ୱକର୍ମାଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆଣିବ ।
ସହରରେ ରହୁଥିବା ମହିଳାଙ୍କ ଠାରୁ ଆରମ୍ଭ କରି ଗ୍ରାମ ପର୍ଯ୍ୟନ୍ତ, ଗୃହ ନିର୍ମାଣକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଜଳ ଜୀବନ ମିଶନ୍, ଉଜ୍ୱଳା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି କ୍ଷେତ୍ରରେ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଯାହା ମହିଳାଙ୍କ କଲ୍ୟାଣକୁ ଆହୁରି ସଶକ୍ତ କରିବ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଆହୁରି ସଶକ୍ତ ହେବେ । ମହିଳାମାନଙ୍କ ପାଇଁ ଏକ ନୂତନ ସଞ୍ଚୟ ଯୋଜନା ପ୍ରଣୟନ କରାଯାଇଛି । ଏହା ମହିଳାମାନଙ୍କୁ ବିଶେଷ କରି ସାଧାରଣ ପରିବାରଗୁଡିକୁ ମଜବୁତ କରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *