ବଦଳିବ କେୱାଇସି ପଦ୍ଧତି

ବ୍ୟବସାୟୀଙ୍କ ପାଇଁ ପାନ୍ କାର୍ଡ ହେବ ପରିଚୟ ପତ୍ର
ନୂଆଦିଲ୍ଲୀ,୧ା୨: ବଜେଟ୍ରେ କେୱାଇସି ପଦ୍ଧତିକୁ ପୂରାପୂରି ବଦଳାଇବା ପାଇଁ ସରକାର ‘ୱାନ୍ ସାଇଜ୍ ଫିଡ୍ସ ଅଲ୍’ ପରିବର୍ତ୍ତେ ‘ରିସ୍କ୍ର ଆଧାର’କୁ ଆପଣାଇ କେୱାଇସି ପ୍ରକ୍ରିୟାକୁ ସରଳ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି । ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ଡିଜି ଲକ୍କର ସେବା ମାଧ୍ୟମରେ ପରିଚୟ ପତ୍ର ଅପ୍ଡେଟ୍ କରିବା ଲାଗି ‘ୱାନ୍ ଷ୍ଟପ୍ ସଲୁ୍ୟସନ୍’ ବ୍ୟବସ୍ଥା ହେବ ବୋଲି କହିଛନ୍ତି । ତେବେ ବ୍ୟାବସାୟିକ ପ୍ରତିଷ୍ଠାନଗୁଡିକ ପାଇଁ ପ୍ୟାନ୍କାର୍ଡ ପ୍ରଧାନ ଡକୁ୍ୟମେଣ୍ଟ୍ ହେବ । ଏହାଦ୍ୱାରା ବ୍ୟବସାୟ ସହଜତର ହେବ ।
ତା ସହିତ ବିଭିନ୍ନ ସରକାରୀ ଏଜେନ୍ସିରେ ବାରମ୍ବାର ପରିଚୟପତ୍ର ଦାଖଲର ଆବଶ୍ୟକତା କମାଇବା ଲାଗି ଏକୀକୃତ ଫାଇଲିଂ ପ୍ରକ୍ରିୟା ନାମକ ପ୍ରଣାଳୀ ଅବଲମ୍ବନ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *