୧୦ରୁ ରାଷ୍ଟ୍ରପତିଙ୍କ ୨ ଦିନିଆ ଓଡିÿଶା ଗସ୍ତ
ଭୁବନେଶ୍ୱର, ୧ା୨(ବୁ୍ୟରୋ): ଫେବ୍ରୁଆରୀ ମାସରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ୧୦ ତାରିଖରେ ରାଷ୍ଟ୍ରପତି ମୁର୍ମୁ ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଦ୍ୱିତୀୟ ଦିନ ପ୍ରଜ୍ଞାନ ମିଶନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବ । ସୂଚନା ଅନୁଯାୟୀ, ଫେବୃୟାରୀ ୧୦ ରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ମୁର୍ମୁ । ସେଠାରୁ ସେ ରାଜଭବନ ଯିବେ । ରାଜଭବନରୁ ରମାଦେବୀ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବକୁ ଯିବେ । ସେଦିନ ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିବ । ପରଦିନ ଅର୍ଥାତ ଫେବୃୟାରୀ ୧୧ ରେ ରାଷ୍ଟ୍ରପତି ପ୍ରଜ୍ଞାନ ମିଶନ ସମେତ ଆଉ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଅବସରରେ ରାଜ୍ୟର କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବା ପରେ ଅପରାହ୍ଣରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି ।