କର୍ଣ୍ଣାଟକ ଉପରେ ସ୍ୱତନ୍ତ୍ର ନଜର

ଅପର ଭଦ୍ରା ସେଚ ପ୍ରକଳ୍ପ ପାଇଁ ୫୩ଠଠ କୋଟି
ନୂଆଦିଲ୍ଲୀ, ୧ା୨: ସାଧାରଣ ବଜେଟ୍ରେ କର୍ଣର୍ାଟକ ପାଇଁ ସ୍ୱତନ୍ତ୍ର ଭାବେ ବିପୁଳ ଅର୍ଥ ବରାଦ କରାଯାଇଛି । ରାଜ୍ୟରେ ଅପର ଭଦ୍ରା ବୃହତ୍ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ନିମିତ୍ତ ୫୩୦୦ କୋଟି ଟଙ୍କା ବ୍ରୟ ବରାଦ କରାଯାଇଛି । ଭଦ୍ରା ନଦୀ ଉପରେ ନିର୍ମିତ ହେବାକୁ ଥିବା ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ମରୁଡ଼ି ପ୍ରଭାବିତ କେନ୍ଦ୍ରୀୟ କର୍ଣ୍ଣାଟକରେ ଚାଷୀଙ୍କୁ ଜଳସେଚନ ସୁବିଧା ପ୍ରଦାନ କରାଯିବ ।
ଅପର ଭଦ୍ରା ଜଳ ସେଚନ ପ୍ରକଳ୍ପ ଦ୍ୱାରା ଚିକମାଗଲୁର, ଚିତ୍ରଦୁର୍ଗ, ତୁମ୍କୁର, ଦବନଗେର ଜିଲ୍ଲାରେ ପ୍ରାୟ ୨.୨୫ ଲକ୍ଷ ହେକ୍ୟର ଜମିକୁ ଜଳସେନର ସୁବିଧା ପ୍ରଦାନ କରାଯିବ ।
ଅପର ଭଦ୍ରା ଜଳସେଚନ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଚଇ । ଏଥିପାଇଁ ରାଜ୍ୟ ସରକାର ୨୧୪୭୩ୂ କୋଟି ଟଙ୍କା ବ୍ୟୟୃଯକଳ ଧାର୍ଯ୍ୟ କରିଛନ୍ତି । ବଜେଟ୍ରେ ଉକ୍ତ ପ୍ରକଳ୍ପ ଲାଗି ବ୍ରୟ ବରାଦ କରାଯିବା ପରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଅନ୍ୟପକ୍ଷରେ ମେ ମାସ ସୁଦ୍ଧା କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅପର ଭଦ୍ରା ଜଳ ସେଚନ ପ୍ରକଳ୍ପ ନିମିତ୍ତ ଅର୍ଥ ବରାଦ କରିଛନ୍ତି ବୋଲି ଆଲୋଚନା ହେଉଛି । କ୍ଷମତାକୁ କେନ୍ଦ୍ର କରି କର୍ଣ୍ଣାଟକ ବିଜେପି ଶାଖାରେ ଅନ୍ତଦ୍ୱର୍ନ୍ଦ୍ୱ ରହିଛି । ଏହା ପଦାରେ ପଡ଼ି ନ ଥିଲେ ବି ଅନେକ ତୁଙ୍ଗ ନେତା ଅସନ୍ତୁଷ୍ଟ ରହିଛନ୍ତି । ଏହାବ୍ୟତିତ ବିଜେପି ସରକାର ଉପରେ ଜନସାଧାରଣ ଅସନ୍ତୁଷ୍ଟ ଅଛନ୍ତି । ଜନତାଙ୍କ ମନୋଭାବ ପରିବର୍ତ୍ତନ ଲାଗି କେନ୍ଦ୍ର ସରକାର ଅର୍ଥ ବରାଦ କରିଛନ୍ତି ବୋଲି ରାଜନୈତିକ ମହଲରେଚ୍ଚର୍୍ା ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *