କ୍ରୀଡ଼ା ମନ୍ତ୍ରାଳୟକୁ ୩୩୯୭ କୋଟି
୨ଠ୨୩-୨୪ ଅର୍ଥବର୍ଷ ପାଇଁ ଦେଶର କ୍ରୀଡା ବଜେଟ୍କୁ ବୃଦ୍ଧି କରାଯାଇଛି । ଆଗାମୀ ଅର୍ଥବର୍ଷ ପାଇଁ କ୍ରୀଡା ମନ୍ତୟଣାଳୟକୁ ପୂର୍ବ ବର୍ଷ ଆବଣ୍ଟିତ ଅର୍ଥରାଶି ପରିମାଣ ସହ ୭୨୩.୯୭ କୋଟି ଅର୍ଥରାଶି ଅତିରିକ୍ତ ଭାବେ ଆବଣ୍ଟିତ କରାଯାଇଛି । ୨ଠ୨୨-୨୩ରେ କ୍ରୀଡା ମନ୍ତ୍ରଣାଳୟକୁ ମିଳିଥିବା ଅର୍ଥରାଶି ଏପରିକି ସଂଶୋଧିତ ରାଶି ତୁଳନାରେ ମଧ୍ୟ ଏହା ଢ଼େର ଅଧିକ ରହିଛି । ୨ଠ୨୨-୨୩ରେ କ୍ରୀଡା ମନ୍ତ୍ରଣାଳୟକୁ ୨୬୭୩.୩୫ କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା ଯେତେବେଳେ କି ବାସ୍ତବିକ ଆବଣ୍ଟିତ ଅର୍ଥ ୩ଠ୬୨.୬ଠ କୋଟି ଟଙ୍କା (ସଂଶୋଧନ ପରେ ମିଳିଥିବା ଅର୍ଥରାଶି) ରହିଥିଲା । ଅର୍ଥାତ୍ ୨ଠ୨୩-୨୪ ବର୍ଷ ପାଇଁ ଭାରତ ସରକାର କେବଳ କ୍ରୀଡା ମନ୍ତ୍ରଣାଳୟ ପାଇଁ ୩୩୯୭.୩୨ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ଏହି ଅର୍ଥରାଶି ମଧ୍ୟରେ ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ ଯୋଜନାକୁ ୧ଠ୪୫ କୋଟି ଟଙ୍କା ଦିଆଯିବା ନେଇ ସ୍ପଷ୍ଟ କରାଯାଇଥିବା ଜଣାପଡିଛି । ପୂର୍ବ ବଜେଟ୍ ତୁଳନାରେ ଖେଲୋ ଇଣ୍ଡିଆ ଯୋଜନାକୁ ଏଥର ୪୩୯ କୋଟି ଅଧିକ (୬ଠ୬ କୋଟିରୁ ୧ଠ୪୫ କୋଟି) ଅର୍ଥରାଶି ବ୍ୟୟବରାଦ କରାଯାଇଛି ।