କୃଷି ଓ କୃଷକ ପାଇଁ ୭ ବଡ଼ ଘୋଷଣା

ଅର୍ଥମନ୍ତ୍ରୀ ବଜେଟ୍ରେ କୃଷି ଏବଂ କୃଷକଙ୍କ ପାଇଁ ୭ ବଡ଼ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, କୃଷକଙ୍କୁ ଋଣରେ ରିହାତି ଜାରି ରହିବ । ଦେଶର କୃଷି ଋଣ ଲକ୍ଷ୍ୟକୁ ୨ଠ ଲକ୍ଷ କୋଟି ଟଙ୍କା କରାଯାଇଛି । କିଷାନ୍ କ୍ରେଡିଟ୍ କାର୍ଡ ଜରିଆରେ କୃଷକଙ୍କୁ ଋଣ ଯୋଗାଇ ଦିଆଯିବ । ସେହିପରି ଭାରତକୁ ଶ୍ରୀ ଅନ୍ନ (ମିଲେଟ୍ ମିଶନ୍) ଯୋଜନା ଅନ୍ତର୍ଗତ ଗ୍ଲୋବାଲ ହବ୍ କରିବାର ଲକ୍ଷ୍ୟ ରହିଛି । ଏଥିପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଶ୍ରୀ ଅନ୍ନ ହାଇଦ୍ରାବାଦ୍ରେ ପ୍ରତିଷ୍ଠା କରାଯିବ । ଏହାକୁ ସେଣ୍ଟର ଅଫ ଏକ୍ସିଲେନ୍ସ ରୂପେ ବିକଶିତ କରାଯିବ ଏବଂ ଏଠାରେ ଗବେଷଣା କରାଯିବ ।
ଏତଦ୍ବ୍ୟତୀତ କୃଷି ପାଇଁ ଡିଜିଟାଲ ପବ୍ଲିକ୍ ଇନଫ୍ରାଷ୍ଟ୍ରକଚର (ଭିତ୍ତିଭୂମୀ) ନିର୍ମଣ କରାଯିବ ଯାହାଦ୍ୱାରା ଫସଲ ଯୋଜନା ଏବଂ ସ୍ୱାସ୍ଥ୍ୟ ପାଇଁ ସୂଚନା ସେବା, ଫାର୍ମ ଇନପୁଟ୍ ପାଇଁ ସହାୟତା, ଲୋନ ଏବଂ ବୀମା, ମାର୍କେଟ ଇଣ୍ଟେଲିଜେନ୍ସି ଏବଂ ଏଗ୍ରୀ-ଟେକ୍ ତଥା ଷ୍ଟାର୍ଟଅପ୍ର ବିକାଶରେ ସହାୟତା ମିଳିପାରିବ । ସେହିପରି ଏଗ୍ରୀକଲ୍ଚର କ୍ଷେତ୍ର ପାଇଁ ଏକ୍ସିଲରେଟର ଫଣ୍ଡ୍ ନିର୍ମାଣ କରାଯିବ । କୃଷକଙ୍କୁ ସାମ୍ନା କରିବାକୁ ପଡୁଥିବା ପ୍ରତିକୂଳ ପରିସ୍ଥିତି, ଆହ୍ୱାନ ତଥା ସମସ୍ୟାର ସମାଧାନ ଦିଗରେ ଏହି ପାଣ୍ଠିର ବିନିଯୋଗ କରାଯିବ । ଏହା କୃଷି ପଦ୍ଧତିରେ ପରିବର୍ତ୍ତନ, ଉତ୍ପାଦନ ଏବଂ ଲାଭକୁ ବଢାଇବା ପାଇଁ ଆଧୁନିକ ପ୍ରଯୁକ୍ତି ବିକଶିତ କରିବ । ଅନ୍ୟପକ୍ଷେ କଟନ ଫସଲର ଉତ୍ପାଦନ ବୃଦ୍ଧି କରାଯିବା ଦିଗରେ ମଧ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଅନୁସାରେ କଟନ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ଜରିଅ ।ରେ କ୍ଲଷ୍ଟର ଆଧାରିତ ଭେଲ୍ୟୁ ଚେନ୍ ସୃଷ୍ଟି କରାଯିବ । କୃଷକ, ରାଜ୍ୟ ଏବଂ ଉଦ୍ୟୋଗର ସହଯୋଗରେ ଇନପୁଟ୍ ସପ୍ଲାଇ ଏକ୍ସଟେସନ ସର୍ଭିସେଜ ଏବଂ ମାର୍କେଟ୍ ଲିଙ୍କ୍ ବ୍ୟବସ୍ଥା ଲାଗୁ କରାଯିବ ।
ମିଲେଟ୍ ପାଇଁ ଗ୍ଲୋବାଲ ସେଣ୍ଟର ଶ୍ରୀ ଅନ୍ନ ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଭାରତ ବିଶ୍ୱସ୍ତରରେ ଶ୍ରୀ ଅନ୍ନ (ମିଲେଟ୍)ର ସବୁଠୁ ବଡ଼ ଉତ୍ପାଦକ ଏବଂ ଦ୍ୱିତୀୟ ବଡ଼ ରପ୍ତାନୀକାରୀ । ଭାରତରେ ଅନେକ ପ୍ରକାର ଶ୍ରୀ ଅନ୍ନ ଉତ୍ପାଦନ କରାଯାଉଛି । ତେବେ ଏହାକୁ ବ୍ୟାପକ କରିବା ଉଦେ୍ଦଶ୍ୟରେ ଭାରତକୁ ଶ୍ରୀ ଅନ୍ନର ଗ୍ଲୋବାଲ ସେଣ୍ଟର କରାଇବାର ଆବଶ୍ୟକତା ରହିଛି । ସୁତରାଂ ହାଇଦ୍ରାବାଦ୍ ଠାରେ ଭାରତୀୟ ବାଜରା ଅନୁସନ୍ଧାନ ସଂସ୍ଥାକୁ ବିକଶିତ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *