ହାଇଟେକ୍ ହେଉଛି ଦେଶ

ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ, ୩୧ା୧: ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନା କରାଯାଇଥିବା ଅର୍ଥନୈତିକ ସର୍ଭେ ୨୦୨୩ ଅନୁଯାୟୀ, ବର୍ଷ ୨୦୨୩ରେ ଦେଶର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) କିପରି ରହିବ ତାହା ସ୍ପଷ୍ଟ ହୋଇଛି । ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅନନ୍ତ ନାଗେଶ୍ୱରନ୍ଙ୍କ ଦ୍ୱାରା ପ୍ରସ୍ତୁତ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ଏହି ରିପୋର୍ଟରେ କୁହାଯାଇଛି, ଦେଶର ଅର୍ଥ ବ୍ୟବସ୍ଥା ଏ ଭିତରେ କରୋନା ମହାମାରୀଜନିତ ସଂକଟରୁ ପୂର୍ଣ୍ଣରୂପେ ବାହାରି ଆସିଛି । ୨୦୨୩-୨୪ ଆର୍ଥôକ ବର୍ଷରେ ଜିଡିପିର ବିକାଶ ହାର ୬ରୁ ୬.୮% ରହିବ ବୋଲି ସର୍ବେକ୍ଷଣରେ ଆଶା ପ୍ରକାଶ କରାଯାଇଛି । ପିପିପି ବା କ୍ରୟଶକ୍ତି ସମାନତା କ୍ଷେତ୍ରରେ ଭାରତ ପୃଥିବୀର ତୃତୀୟ ବୃହତମ ଏବଂ ବିନିୟମ ହାର କ୍ଷେତ୍ରରେ ପଞ୍ଚମ ବୃହତମ ଅର୍ଥ ବ୍ୟବସ୍ଥା ହୋଇଛି । ଅର୍ଥବ୍ୟବସ୍ଥାରେ ମଜବୁତ ବଜାୟ ରହିଛି । ବେସରକାରୀ ବ୍ୟବହାର, ଉଚ୍ଚ କ୍ୟାପେକ୍ସ, କର୍ପୋରେଟ୍ ବାଲାନ୍ସ ସିଟ୍ ମଜବୁତ କରିବା, ଛୋଟ ବ୍ୟବସାୟ ପାଇଁ ଋଣ ଅଭିବୃଦ୍ଧି ଏବଂ ପ୍ରବାସୀ ଶ୍ରମିକମାନେ ସହରକୁ ଫେରିବା ଦ୍ୱାରା ଅଭିବୃଦ୍ଧି ସହ ପୁଞ୍ଜି ବିନିଯୋଗ ବଢିଛି ।ଶ କିପରି ଫିଜିକାଲ୍ ଓ ଡିଜିଟାଲ୍ ପ୍ରଯୁକ୍ତିରେ ତାଳମେଳ ଯୋଗୁଁ ହାଇଟେକ୍ ହେଉଛି, ସେ ସମ୍ପର୍କରେ ସର୍ବେକ୍ଷଣରେ ସୂଚନା ଦିଆଯାଇଛି । ୨୦୩୦ ପର୍ଯ୍ୟନ୍ତ ପ୍ରତିବର୍ଷ ଦେଶରେ ୧ କୋଟି ବୈଦୁ୍ୟତିକ ବାହନ ବିକ୍ରି ହେବ ଏବଂ ଏ କ୍ଷେତ୍ରରେ ୫ କୋଟି ଲୋକଙ୍କୁ ନିଯୁକ୍ତି ମିଳିବା ଆଶା କରାଯାଉଛି । ୨୦୨୨ରେ ଜାପାନ ଓ ଜର୍ମାନୀ ପରେ ଭାରତ ହୋଇଛି ତୃତୀୟ ବୃହତମ ଅଟୋମୋବାଇଲ୍ ବଜାର । ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ବ୍ୟୟର ଆବଶ୍ୟକତା ଯଥେଷ୍ଟ ଅଧିକ ରହିବା ସତ୍ତ୍ୱେ କେନ୍ଦ୍ର ପକ୍ଷରୁ ପୁଞ୍ଜିଗତ ବ୍ୟୟ (କ୍ୟାପେକ୍ସ) ଉପରେ ନିରନ୍ତର ବିଶେଷ ଜୋର ଦିଆଯାଇ ଆସୁଛି । କେନ୍ଦ୍ର ସରକାରଙ୍କ ପୁଞ୍ଜିଗତ ବ୍ୟୟ ଜିଡିପିର ୧.୭ ପ୍ରତିଶତର ଦୀର୍ଘକାଳୀନ ବାର୍ଷିକ ହାରାହାରୀ (ଆର୍ଥିକ ବର୍ଷ ୨୦୦୯ ଠାରୁ ଆର୍ଥିକ ବର୍ଷ ୨୦୨୦ ପର୍ଯ୍ୟନ୍ତ) ଠାରୁ ନିରନ୍ତର ବୃଦ୍ଧି ପାଇ ୨୦୨୨ ଆର୍ଥିକ ବର୍ଷରେ ଜିଡିପିର ୨.୫ ପ୍ରତିଶତରେ ପହଞ୍ଚିଛି ।
କେନ୍ଦ୍ର ସରକାର ସୁଧମୁକ୍ତ ଋଣ ଏବଂ ବର୍ଦ୍ଧିତ ଋଣ ସୀମା ଜରିଆରେ ରାଜ୍ୟମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି ଯାହାଫଳରେ ପୁଞ୍ଜିଗତ ବ୍ୟୟକୁ ପ୍ରାଥମିକତା ଦିଆଯାଇପାରିବ । ଭିତ୍ତିଭୂମି କ୍ଷେତ୍ର ଯଥା ସଡ଼କ ଏବଂ ରାଜପଥ, ରେଳବାଇ, ଆବାସ ଓ ସହରାଞ୍ଚଳ ବ୍ୟାପାର ଉପରେ ବିଶେଷ ଜୋର ଦିଆଯିବା ଫଳରେ ପୁଞ୍ଜିଗତ ବ୍ୟୟରେ ବୃଦ୍ଧି ଦେଖିବାକୁ ମିଳିଛି । ଏହାର ବ୍ୟାପକ ସକାରାତ୍ମକ ନିହିତାର୍ଥ ଦେଶରେ ମଧ୍ୟମକାଳୀନ ଆର୍ଥିକ ବିକାଶ ଲାଗି ଉଦ୍ଦିଷ୍ଟ । ଏହି କାରଣରୁ ସହରାଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *